

ସୁବର୍ଣପୁର, ୨୫ ଜୁନ୍ (ହି.ସ.) ଗତ ୧୯ ତାରିଖ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅଧ୍ୟକ୍ଷାଙ୍କ ଘରକୁ ଗୁଳିମାଡ଼ ଘଟଣାର ପର୍ଦ୍ଦାଫାଶ କଲା ପୋଲିସ ଓ ବ୍ୟବସାୟ ଓ ବ୍ୟକ୍ତିଗତ ଆକ୍ରୋଶକୁ ନେଇ ହୋଇଥିଲା ଯୁକ୍ତି ତର୍କ ଓ ଯେଉଁଥିପାଇଁ ହୋଇଛି ଗୁଳିମାଡ ଓଏହି ଗୁଳିକାଣ୍ଡ ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିଥିବା ବେଳେ ୩ରୁ ୪ଜଣ ବର୍ତମାନ ଫେରାର ରହିଥିବାରୁ ସେମାନଙ୍କୁ ଖୁବ ଶୀଘ୍ର ଧରାଯିବ ବୋଲି ବିନିକା ଥାନାରେ ଅନୁଷ୍ଟିତ ସାମ୍ବାଦିକ ସମ୍ମିଳନୀରେ ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ସୂଚନା ଦେଇଛନ୍ତି। ଶ୍ରୀ ନାୟକ କହିଥିଲେ ଯେ ଏହି ଘଟଣାରେ ୨ଟି ଦେଶୀ ବନ୍ଧୁକ,୨୦ ଟି ଜୀବନ୍ତ ଗୁଳି,୨ଟି ଖଣ୍ଡା,୨ଟି ମୋବାଇଲ ଫୋନ,ଗୋଟିଏ ଛୁରୀ,ଓ ଡି ୦୨ ବି ଜି ୪୯୬୨ କାରକୁ ଜବତ କରିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ ଓେତ୍ୱେ ଗିରଫ ଅଭିଯୁକ୍ତ ମାନେ ହେଲେ ବଲାଙ୍ଗୀର ଗାନ୍ଧୀନଗର ପଡ଼ାର ମୁନା ବାରିକ (୩୦), ସୁବର୍ଣ୍ଣପୁର ଜିଲ୍ଲା ରାମପୁର ସହରାପଡ଼ାର ଦୁର୍ବାସା ବେହେରା (୪୫), ଡୁଙ୍ଗୁରିପାଲି ଥାନା ଲୁଡ଼କିବେଡା ଗାଁର ଲୋକନାଥ ନାଏକ (୨୩)କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି ଓ କିନ୍ତୁ ରାମପୁର ଥାନା ବ୍ରାହ୍ମଣୀପାଲି ଗାଁର ତନ୍ମୟ ବାଗ ଓରଫ ଟାଇଗର(୨୬)ର ପୁର୍ବରୁ ରାମପୁର ଥାନାରେ ମାମଲା ଥିବାରୁ ପୋଲିସ ତାକୁ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରିଥିବାରୁ ଏହି ଗୁଳିକାଣ୍ଡ ଘଟଣାରେ ସେ ସମ୍ପୃକ୍ତି ଥିବା ସୂଚନା ପାଇଥିଲା ଓ ଏ ସମ୍ପର୍କରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକଙ୍କ ନିର୍ଦ୍ଦେଶରେ ପୋଲିସ ଏକ ଟିମ ଗଠନ କରି ତଦନ୍ତକୁ ଜୋରଦାର କରି ଗୁଳିକାଣ୍ଡ ଘଟଣାର ଖୁଲାସା କରିଥିଲା ପୋଲିସ ।ସାମ୍ବାଦିକ ସମ୍ମିଳନୀରେ ବିନିକା ଥାନା ଅଧିକାରୀ ଅନିତା କିଢୋ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ