
ଜୟପୁର, ୨୫ ଜୁନ୍ (ହି.ସ.) - କୋରାପୁଟ ଠାରେ ରାଜ୍ୟ ସରକାରଙ୍କ ନୋଡାଲ ସଚିବ ଶ୍ରୀ ଆର. ଏସ୍. ଗୋପାଳନଙ୍କ ଅଧ୍ୟକ୍ଷତାରେ ଆଜି ସମସ୍ତ ଲାଇନ୍ ବିଭାଗର ଅଧିକାରୀମାନଙ୍କ ସହ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।
କୋରାପୁଟ ସହର ସ୍ଥିତ ସଦଦ୍ଭାବନା ସଭାଗୃହ ଠାରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାର ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ସ୍ୱାସ୍ଥ୍ୟ, ଶିକ୍ଷା, ମହିଳା ଓ ଶିଶୁ ବିକାଶ, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିକାଶ, ପଂଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ, ସାର୍ବଜନୀନ ବିତରଣ ବ୍ୟବସ୍ଥା, ସମବାୟ, ଶକ୍ତି, ଗଝଗଋ, ବାଣିଜ୍ୟ ଓ ପରିବହନ ଆଦି ବିଭାଗର ଯୋଜନାଗୁଡ଼ିକର କାର୍ଯ୍ୟାନ୍ୱୟନ ଏବଂ ଜନସାଧାରଣଙ୍କୁ ମିଳୁଥିବା ସୁବିଧା ଓ କଲ୍ୟାଣ ବିଷୟରେ ସବିଶେଷ ସମୀକ୍ଷା କରାଯାଇଥିଲା।
ବୈଠକ ଆରମ୍ଭରେ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ନୋଡାଲ ସଚିବଙ୍କୁ ସ୍ୱାଗତ କରିଥିଲେ। ସମ୍ପୃକ୍ତ ସମସ୍ତ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ। ଶେଷରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ବେଣୁଧର ଶବର ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଅର୍ପଣ କରି ବୈଠକ ସମାପନ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି