
ସମ୍ବଲପୁର,୨୫ ଜୁନ୍ (ହି.ସ.) - ସମଲେଶ୍ୱରୀ ପ୍ରକଳ୍ପର ଫେଜ-୨ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବା ପାଇଁ ଆଜି ଅପରାହ୍ନରେ ସମ୍ବଲପୁର ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ବିଭାଗୀୟ ଅନ୍ୟାନ୍ୟ ଯାନ୍ତ୍ରିକ ଅଧିକାରୀମାନେ ପ୍ରକଳ୍ପ ସ୍ଥଳ ପରିଦର୍ଶନ କରିଥିଲେ। ଅଧିକାରୀମାନେ ପ୍ରକଳ୍ପର ବିଭିନ୍ନ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହ ସମ୍ପୃକ୍ତ ଅଧିକାରୀ ଓ କାର୍ଯ୍ୟନିର୍ବାହୀ ସଂସ୍ଥା ସହ ଆଲୋଚନା କରିଥିଲେ। ପରିଦର୍ଶନ ସମୟରେ ପ୍ରକଳ୍ପର ଗୁଣାତ୍ମକ ମାନ ବଜାୟ ରଖିବା, ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ଏବଂ କାର୍ଯ୍ୟର ଗତିକୁ ତ୍ୱରାନ୍ୱିତ କରିବା ଉପରେ ବିଶେଷ ଗୁରୁତ୍ୱାରୋପ କରାଯାଇଥିଲା। ପ୍ରକଳ୍ପର ସଫଳ ଓ ସମୟୋପଯୋଗୀ କାର୍ଯ୍ୟାନ୍ୱୟନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ