ଆଳି ଗୌରାଙ୍ଗ ସେଠି ଅପହରଣ ଓ ହତ୍ୟା ମାମଲା : ୮ ଅଭିଯୁକ୍ତ ଗିରଫ
କେନ୍ଦ୍ରାପଡା, ୮ ଜୁନ୍ (ହି.ସ.)- କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ମହାଦେଇ ପାଟଣା ଗାଁର ବହୁ ଚର୍ଚ୍ଚିତ ଗୌରାଙ୍ଗ ସେଠି ଅପହରଣ ଓ ହତ୍ୟା ମାମଲାରେ ୮ ଜଣଙ୍କୁ ଗିରଫ କରିଛି ପୋଲିସ । ଗତ ଜୁନ ୩ ତାରିଖରେ ପ୍ରତାପ ମହାକୁଡ ନାମକ ଜଣେ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଆଜି ଅନ୍ୟ ୭ ଜଣ ଅଭିଯୁକ୍ତ ଗିରଫ ହୋ
ଆଳି ଗୌରାଙ୍ଗ ସେଠି ଅପହରଣ ଓ ହତ୍ୟା ମାମଲା : ୮ ଅଭିଯୁକ୍ତ ଗିରଫ


କେନ୍ଦ୍ରାପଡା, ୮ ଜୁନ୍ (ହି.ସ.)- କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ମହାଦେଇ ପାଟଣା ଗାଁର ବହୁ ଚର୍ଚ୍ଚିତ ଗୌରାଙ୍ଗ ସେଠି ଅପହରଣ ଓ ହତ୍ୟା ମାମଲାରେ ୮ ଜଣଙ୍କୁ ଗିରଫ କରିଛି ପୋଲିସ । ଗତ ଜୁନ ୩ ତାରିଖରେ ପ୍ରତାପ ମହାକୁଡ ନାମକ ଜଣେ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଆଜି ଅନ୍ୟ ୭ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ ମନୋଜ ସାହୁ, ନଳିନୀକାନ୍ତ ସାହୁ, ସଞ୍ଜୟ କବି, ବବଲୁ ଦାସ, ବବଲୁ ମହାକୁଡ, ଲିପୁ ମହାକୁଡ ଓ ଟୁଟୁନି ମହାକୁଡ଼ । ସେମାନଙ୍କ ଠାରୁ ପୋଲିସ ହତ୍ୟାକାଣ୍ଡରେ ବ୍ୟବହୃତ ଲୁହା ରଡ, ମୋବାଇଲ ଫୋନ ଓ ଏକ ବୋଲେରୋ ଗାଡ଼ି ଜବତ କରିଛି ।

ପୋଲିସର ସୂଚନା ଅନୁଯାୟୀ ଏକ ଗାଡ଼ି କାଚ ଭଙ୍ଗା ଘଟଣାକୁ ନେଇ ଅଭିଯୁକ୍ତ ମାନେ ମେ ମାସ ୨୭ ସନ୍ଧ୍ୟାରେ ଗୌରାଙ୍ଗଙ୍କୁ ମାଡ ମାରିବା ପରେ ଅପହରଣ କରି ନେଇଥିଲେ । ଜୁନ ୭ ତାରିଖରେ ଜୁଆଣିଆ ଅଂଚଳରୁ ପୋଲିସ ଗୌରାଙ୍ଗଙ୍କ ମୃତ ଦେହ ଉଦ୍ଧାର କରିଥିଲା । ତେବେ ଏହି ଘଟଣାରେ ଆଉ ୫ ଜଣ ସମ୍ପୃକ୍ତ ଫେରାର୍ ଅଛନ୍ତି । ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଏସପି ସିଦ୍ଧାର୍ଥ କଟାରିଆ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande