ଜୟପୁର ରଥ ଯାତ୍ରା ନେଇ ପ୍ରସ୍ତୁତି ବୈଠକ
ଜୟପୁର, ୦୮ ଜୁନ୍ (ହି.ସ.) - ଜୟପୁରର ରଥ ଯାତ୍ରା ନେଇ ପ୍ରସ୍ତୁତି ବୈଠକ ଆଜି ଅନୁଷ୍ଟିତ ହୋଇଛି । ଜୟପୁର ପୌରପରିଷଦର ସଭା ଗୃହରେ ଆୟୋଜିତ ବୈଠକରେ ଉପ ଜିଲାପାଳ ଯଦୁମଣି ନାୟକ ଅଧ୍ୟକ୍ଷତା କରିଥିଲେ । ବୈଠକରେ ମୁଖ୍ୟ ଅତିଥି ଭାବେ ବିଧାୟକ ତାରା ପ୍ରସାଦ ବାହିନିପତି ଯୋଗଦେଇଥିଲେ । ବୈଠକରେ ପୌର ଅଧ୍ୟକ
ଜୟପୁର ରଥ ଯାତ୍ରା ନେଇ ପ୍ରସ୍ତୁତି ବୈଠକ


ଜୟପୁର, ୦୮ ଜୁନ୍ (ହି.ସ.) - ଜୟପୁରର ରଥ ଯାତ୍ରା ନେଇ ପ୍ରସ୍ତୁତି ବୈଠକ ଆଜି ଅନୁଷ୍ଟିତ ହୋଇଛି । ଜୟପୁର ପୌରପରିଷଦର ସଭା ଗୃହରେ ଆୟୋଜିତ ବୈଠକରେ ଉପ ଜିଲାପାଳ ଯଦୁମଣି ନାୟକ ଅଧ୍ୟକ୍ଷତା କରିଥିଲେ । ବୈଠକରେ ମୁଖ୍ୟ ଅତିଥି ଭାବେ ବିଧାୟକ ତାରା ପ୍ରସାଦ ବାହିନିପତି ଯୋଗଦେଇଥିଲେ । ବୈଠକରେ ପୌର ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି, ଉପାଧ୍ୟକ୍ଷ ବି. ସୁନିତା, ଦେବେତର ଉପ ଦେଷ୍ଠା କମିଟି ସଭାପତି ଦେବେନ୍ଦ୍ର ବାହିନିପତି, ପୌର କାଯ୍ୟନିବାହି ଅଧିକାରି ପୁଜା ରାଉତ, ଜୟପୁର ଅତିରିକ୍ତ ତହସିଲଦାର ଚିତ ରଞ୍ଜନ ପଟ୍ଟନାୟକ , ଏସଡିପିଆରଓ ଯୋଶଦା ଗାଦବା , ଟାଉନ ଥାନା ଅଧିକାରି ଉଲ୍ଲସା ଚନ୍ଦ୍ର ରାଉତ , ଜଗନ୍ନାଥ ଙ୍କ ସେବାୟତ ଡମ୍ବୁରୁ ଧର ପଣ୍ଡା, ଜଗନ୍ନାଥ ତ୍ରିପାଠି ପ୍ରମୁଖ ଉପସ୍ଥିତ ଥିଲେ । ରଥ ଟଣା ସମୟରେ ୨୫ରୁ ଅଧିକ ସେବାୟତ ଓ ଦଇତାପତି ରଥ ଉପରେ ଚଢିବେ ନାହିଁ କି ମୋବାଇଲ ନେଇପାରିବେ ନାହିଁ ବୋଲି ନିଷ୍ପତି ହୋଇଛି । ଆସନ୍ତା ୨୯ ତାରିଖରେ ଦେବସ୍ନାନ ଜୁଲାଇ ୧୪ ତାରିଖରେ ନେତ୍ର ଉତ୍ସବ ଓ ଜୁଲାଇ ୧୫ ତାରିଖରେ ଉଭା ଯାତ୍ରା ହେବ । ସବୁଠାରେ ଆସନ୍ତା ଜୁଲାଇ ୧୬ ତାରିଖରେ ରଥ ଯାତ୍ରା ହୋଇଥିବା ବେଳେ ଜୟପୁର ରେ ପ୍ରଥମ ଦିନ ୧୬ ତାରିଖରେ ପହଣ୍ଡି ହୋଇଥିବା ବେଳେ ଦ୍ୱିତିୟ ଦିନ ଅର୍ଥାତ ୧୭ ତାରିଖରେ ରଥ ଯାତ୍ରା ଆୟୋଜିତ ହେବ । ସେହି ପରମ୍ପରା ରେ ରଥ ଯାତ୍ରା ହେବାକୁ ଥିବା ବେଳେ ଠିକ ୩ ଟାରେ ରଥ ଟଣା ହେବ । ଚଳିତ ବର୍ଷ ନୁତନ କାଠ ରଥ ନିର୍ମାଣ ହେଉଛି । ଯାହା କି ଉଚ୍ଚତା ଓ ଚଉଡା ମଧ୍ୟ ପୁରୁଣା ରଥ ଠାରୁ ଅଧିକା ରହିବ । ଏହା ସହ କମ ବୟସର ଦଇତାପତି ରଥ ଟଣା ସମୟରେ ଚଢିବା କୁ ବାରଣ କରାଯାଇଛି । ରଥରେ ଅଶ୍ଲିଳ ଗିତ ବନ୍ଦ ହୋଇଥିବା ବେଳେ ରଥ ଯାତ୍ରା ଦିନ ଓ ବାହୁଡା ଦିନ ମଦ ବିକ୍ରି ବନ୍ଦ ରହିବା କୁ ବିଧାୟକ ବାହିନିପତି ନିଦ୍ଦେଷ ଦେଇଛନ୍ତି । ଶାନ୍ତି ଶୃଙ୍ଖଳାରେ ରଥ ଯାତ୍ରା ଆୟୋଜିତ ପାଇ ଟ୍ରାଫିକ ବ୍ୟବସ୍ଥା କୁ କଡା କଡି କରାଯାଇଥିବା ବେଳେ ପରିମଳ ବ୍ୟବସ୍ଥା, ସହ ୧୦ ପ୍ଲାଟୁନ ପୋଲିସ କର୍ମଚାରି ଅଫିସର ନିଯୁକ୍ତ ରହିବେ। ପକେଟ ମାର ପ୍ରତି ସଜାଗ ରହିବାକୁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି । ଆଲୋକ ବ୍ୟବସ୍ଥା, ସ୍ୱାସ୍ଥ୍ୟ ଓ ସୁରକ୍ଷା, ବିଦ୍ୟୁାତ କରଣ, ସୁଧ ପାନୀୟ ଜଳ ବ୍ୟବସ୍ଥା, ଅଗ୍ନି ନିରାପତା ବ୍ୟବସ୍ଥା, ସ୍ୱେଛାକୃତ ସେବା ଉପରେ ଆଲୋଚନା ହୋଇଥିବା ବେଳେ ଜଗନ୍ନାଥ ଙ୍କ ଅନ୍ନ ଭୋଗ ଭଲ ଭୋଗ ପ୍ରସ୍ତୁତ କରିବା ପାଇଁ ଆଲୋଚନା କରାଯାଇଥିଲା । ପ୍ରତ୍ୟେକ ଦିନ ରଥ ନିକଟରେ ସାଂସ୍କୁତିକ କାଯ୍ୟକ୍ରମ ଆୟୋଜନ ହେବା ନେଇ ନିଷ୍ପତି ହୋଇଛି । ବୈଠକରେ ସମସ୍ତ ବିଭାଗର ଅଧିକାରି ମାନେ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande