ଉଡାର ର ଲୁହୁରେନପାଲି ଗାଁ ରେ ସମସ୍ୟା ଶୁଣିଲେ ନରସିଂହ ପାଣି,ବିଜୁଳି ସମସ୍ୟା ଉତ୍କଟ, ତିନି ମାସ ହେଲା ପାଇନାହାନ୍ତି ବାର୍ଦ୍ଧକ୍ୟ ଭତା
ବଲାଙ୍ଗିର, ୦୮ ଜୁନ୍ (ହି.ସ.) କୌଣସି ବି ସରକାର ଏକ ଆଦର୍ଶ ଜନମଙ୍ଗଳକାରିି ରାଷ୍ଟ୍ର ଗଠନ ଦିଗରେ ଆଗେଇବା ଦରକାର କିନ୍ତୁ ଦେଖାଦେଉଛି ବର୍ତ୍ତମାନର ସରକାରମାନେ କେବଳ ଶାସନ ରେ ତିଷ୍ଟି ରହିବା ପାଇଁ ଜନମଙ୍ଗଳ ତ ଦୁରର କଥା ଯେତେ ପ୍ରକାର ମିଥ୍ୟ ପ୍ରତିଶୃତି ହେଉ ସେ ସବୁ ଆଶ୍ରୟ ନେଇ ଲୋକଙ୍କୁ ତଳିତଳାନ୍ତ
ଉଡାର ର ଲୁହୁରେନପାଲି ଗାଁ ରେ ସମସ୍ୟା ଶୁଣିଲେ ନରସିଂହ ପାଣି,ବିଜୁଳି ସମସ୍ୟା ଉତ୍କଟ, ତିନି ମାସ ହେଲା ଭତ୍ତା ପାଇନାହାନ୍ତି ହିତାଧିକାରୀ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଅପେକ୍ଷାରେ ଅନେକ ବୃଦ୍ଧ ଓ ବୃଦ୍ଧା


ଉଡାର ର ଲୁହୁରେନପାଲି ଗାଁ ରେ ସମସ୍ୟା ଶୁଣିଲେ ନରସିଂହ ପାଣି,ବିଜୁଳି ସମସ୍ୟା ଉତ୍କଟ, ତିନି ମାସ ହେଲା ଭତ୍ତା ପାଇନାହାନ୍ତି ହିତାଧିକାରୀ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଅପେକ୍ଷାରେ ଅନେକ ବୃଦ୍ଧ ଓ ବୃଦ୍ଧା


ବଲାଙ୍ଗିର, ୦୮ ଜୁନ୍ (ହି.ସ.) କୌଣସି ବି ସରକାର ଏକ ଆଦର୍ଶ ଜନମଙ୍ଗଳକାରିି ରାଷ୍ଟ୍ର ଗଠନ ଦିଗରେ ଆଗେଇବା ଦରକାର କିନ୍ତୁ ଦେଖାଦେଉଛି ବର୍ତ୍ତମାନର ସରକାରମାନେ କେବଳ ଶାସନ ରେ ତିଷ୍ଟି ରହିବା ପାଇଁ ଜନମଙ୍ଗଳ ତ ଦୁରର କଥା ଯେତେ ପ୍ରକାର ମିଥ୍ୟ ପ୍ରତିଶୃତି ହେଉ ସେ ସବୁ ଆଶ୍ରୟ ନେଇ ଲୋକଙ୍କୁ ତଳିତଳାନ୍ତ କରୁଛନ୍ତି । ଯେଉଁ ଗାଁ କୁ ଗଲେ ସେଠିି ମାଳ ମାଳ ଅଭିଯୋଗ । ତେଣୁ ବର୍ତ୍ତମାନର ଡବଲ ଇଞ୍ଜିନ ସରକାର ସମ୍ବେଦନଶିଳ ହୁଅନ୍ତୁ । ସହର ରୁ ଗାଁ ରେ ଅନେକ ସମସ୍ୟା ସେ ସବୁକୁ ଯତ୍ନବାନ ହୋଇ ଲୋକଙ୍କର ଅସୁବିଧା ଦୂର କରନ୍ତୁ ବୋଲି ଦେଓଗାଁ ବ୍ଲକ ଅନ୍ତର୍ଗତ ଉଡାର ପଂଚାୟତର ଲୁହୁରେନପାଲି ଠାରେ ଲୋକଙ୍କ ସମସ୍ୟା ବାବଦରେ ଆଲୋଚନା କରି ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି । ଲୋକଙ୍କ ସହିତ ସମସ୍ୟାକୁ ନେଇ ଆଲୋଚନା ରୁ ଜଣାପଡିଲା ଯେ ଲୁହୁରେନପାଲି ଗାଁ ରେ ପିଇବା ପାଣି ସମସ୍ୟା ଉତ୍କଟ ରୂପ ଧରିଛି । ଲୋକେ ପିଇବା ପାଣି ପାଇବା ପାଇଁ ଅନେକ ଦୂରକୁ ଯିବାକୁ ପଡୁଛି । ତେଣୁ ଶ୍ରୀ ମିଶ୍ର ତୁରନ୍ତ ଏଥିରେ ହସ୍ତକ୍ଷେପ କରି ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ର ଯନ୍ତ୍ରୀଙ୍କୁ ଫୋନ କରି ଦୁଇଟି ଟ୍ୟୁବୱେଲ ଖନନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଗାଁ ରେ ଥିବା ବିଜୁଳି ଖୁଣ୍ଟ ଗୁଡିକରେ ଲାଇଟ ଜଳୁନାହିଁ ସେ ସବୁର ଶିଘ୍ର ମରାମତି ପାଇଁ ବିଭାଗୀୟ ଯନ୍ତ୍ରୀଙ୍କ ସହ କଥା ହୋଇଥିଲେ । ଏହା ସହ କେନ୍ଦ୍ର ସରକାର ରୁ ଭତ୍ତା ପାଉଥିବା ହିତାଧିକାରୀମାନେ ଆଜକୁ ତିନିମାସ ହେବ ଭତ୍ତା ପାଇ ନାହାନ୍ତି । ଗୋଟିଏ ପଟେ ଦରଦାମ ହୁତ ହୁତ ହୋଇ ପଢୁଥିବା ବେଳେ ତିନିମାସ ଭତ୍ତା ନ ପାଇ ହିତାଧିକାରୀମାନେ ଘୋର ଅସୁବିଧାରେ କାଳତିପାତ କରୁଥିବାରୁ ଏଥି ପ୍ରତି ଜିଲ୍ଲା ପ୍ରଶାସନ ଶିଘ୍ର ଧ୍ୟାନ ଦେବେ ବୋଲି ଶ୍ରୀ ମିଶ୍ର କହିଛନ୍ତି । ଗାଁ ରେ ଅନେକ ଲୋକ ୬୦ ବର୍ଷ ରୁ ଉର୍ଦ୍ଧ୍ୱ ହୋଇଯାଇଥିଲେ ହେଁ ଆଜି ପର୍ଯ୍ୟନ୍ତ ସେମାନଙ୍କର ନାମ କାହିଁକି ଭତ୍ତା ହିତାଧିକାରି ଭାବେ ପ୍ରଶାସନ ପଞ୍ଜିକୃତ କରୁନାହିଁ ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଥିଲେ ଏବଂ ଗାଁ ରେ ଥିବା ବିକଳାଙ୍ଗମାନେ ରାଜ୍ୟ ସରକାର ଦେଉଥିବା ଭତ୍ତା ବ୍ଲକ ଅଫିସକୁ ଯାଇ ଆଣିବାକୁ ଅକ୍ଷମ ହେଉଥିବାରୁ ସେମାନଙ୍କୁ ପ୍ରଶାସନ ତାଙ୍କ ଘରକୁ ଯାଇ ଭତ୍ତା ପ୍ରଦାନ କରୁ ବୋଲି ଶ୍ରୀ ମିଶ୍ର କହିଛନ୍ତି । ଗାଁ ରେ ଥିବା ଦଳିତ ଆଦିବାସୀ ରହୁଥିବା ପଡାରେ କୌଣସି ଡ୍ରେନେଜ ବ୍ୟବସ୍ଥା ନାହିଁ । ତେଣୁ ଲୋକେ ବ୍ୟବହାର କରୁଥିବା ପାଣି ଡ୍ରେନେଜ ହୋଇ ପାରୁନଥିବାରୁ ବହୁତ ଅସୁବିଧା ହେଉଛି । ତେଣୁ ବ୍ଲକ ପ୍ରଶାସନ ଯେତେ ଶିଘ୍ର ହେବ ସେଠାରେ ଡ୍ରେନେଜ ବ୍ୟବସ୍ଥା କରୁ ବୋଲି ଶ୍ରୀ ମିଶ୍ର ଦେଓଗାଁ ବ୍ଲକ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି । ଗ୍ରାମ୍ୟ ଜଳଯୋଗାଣ ବିଭାଗ ର ବିଭାଗୀୟ ଯନ୍ତ୍ରୀ ତଥା ବ୍ଲକ ଉନ୍ନୟନ ଅଧିକାରୀ ଏ ସବୁ ସମସ୍ୟା ଶିଘ୍ର ସମାଧାନ କରାଯିବ ବୋଲି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ରଙ୍କୁ ପ୍ରତିଶୃତି ଦେଇଛନ୍ତି । ଲୁହୁରେନପାଲି ଗାଁ ରେ ଏହି ଆଲୋଚନା ବେଳେ ବ୍ଲକ ଉପାଧ୍ୟକ୍ଷା ସୂର୍ଯ୍ୟକାନ୍ତି ଛତ୍ରିଆ, ବ୍ଲକ କଂଗ୍ରେସ ସଭାପତି ରାମଜୀ ଚୌଧୁରି, ପପୁ ପାତ୍ର, ଅଗ୍ନି ନନ୍ଦ, ବିକାଶ ବିଶ୍ୱାଲ, ଶୁଶାନ୍ତ ସାହୁ, ଗୋବର୍ଦ୍ଧନ ନନ୍ଦ, ଲିଟନ ହୋତା, ଜୟଲାଲ ନନ୍ଦ ଓ ଅସୀତ ମିଶ୍ର ଙ୍କ ସହିତ ଅନେକ ଗ୍ରାମବାସୀ ଉପସ୍ଥିତ ଥିଲେ ।

--------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande