
ଜୟପୁର, ୦୧ ଜୁଲାଇ (ହି.ସ.) - ଠକେଇ ରେ ଶିକାର ହୋଇଥିବା ଅଭିଯୋଗକାରୀଙ୍କୁ ଆଜି ସୁନା ଗହଣା ଫେରସ୍ତ କରିଛି ପୋଲିସ । ଠକେଇରେ ଶିକାର ହୋଇଥିବା ୪ ଜଣଙ୍କୁ ଫେରସ୍ତ କରାଯାଇଛି । ଏନେଇ ଆଜି ଜୟପୁର ଏସଡ଼ିପିଓ ଅର୍ଚିତା ମିତଲ ସୂଚନା ଦେଇଛନ୍ତି । ଅଭିଯୋଗ ରେ ଶିକାର ହୋଇଥିବା ୯୦ ଫେରସ୍ତ ଦିଆଯାଇଛି । ମୁଖ୍ୟ ଅଭିଯୁକ୍ତକୁ ଗତ ମେ ୨୩ ତାରିଖରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ବର୍ତମାନ ଅଭିଯୁକ୍ତ ଜଣକ ଜେଲରେ ଅଛି । ସୁନା ସବୁ ଯାଂଚ କରାଯାଇ ଫେରସ୍ତ କରାଯାଇଥିବା ବିଷୟ ଟାଉନ ଥାନା ଅଧିକାରୀ ଉଲ୍ଲାସ ଚନ୍ଦ୍ର ରାଉତ ସୂଚନା ଦେଇଛନ୍ତି ।
ସୂଚନା ଅନୁଯାଇ ୨୦୨୬ ମସିହା ମେ ୧୧ ତାରିଖ ଦିନ, ଜୟପୁରର ନୂଆ ସାହିର ବାସିନ୍ଦାମାନେ ଅଭିଯୋଗ କରିଥିଲେ ଯେ ସେମାନଙ୍କ ଗଳିରେ ରହୁଥିବା ଲକ୍ଷ୍ମୀକାନ୍ତ ପଣ୍ଡା ନାମକ ଜଣେ ବ୍ୟକ୍ତି ସେମାନଙ୍କୁ ଆର୍ôଥକ ସହାୟତା ଯୋଗାଇଦେବା ନାମରେ ବ୍ୟାଙ୍କ ଖାତା ଖୋଲିବା, ରିହାତି ଦରରେ ଋଣ ଯୋଗାଇବା, ଶୀଘ୍ର ଋଣ ବଂଟନ କରିବା ଆଦି ପ୍ରତିଶ୍ରୁତି ଦେଇଥିଲେ। ତାଙ୍କ କଥାରେ ବିଶ୍ୱାସ କରି ଓ ଆଶ୍ୱାସନା ପାଇ ଲୋକମାନେ ତାଙ୍କୁ ନଗଦ ଟଙ୍କା ଓ ଅଳଙ୍କାର ଦେଇଥିଲେ। କିନ୍ତୁ ଦିନେ ସେମାନେ ଦେଖିଲେ ଯେ ଲକ୍ଷ୍ମୀକାନ୍ତ ପଣ୍ଡାଙ୍କ ଫୋନ୍ ସ୍ୱିଚ୍ ଅଫ୍ ଅଛି ଏବଂ ସେ ଅଂଚଳରୁ ଫେରାର ହୋଇଯାଇଛନ୍ତି।
ଏହି ମାମଲାକୁ ଗୁରୁତର ସହ ନେଇ ପୋଲିସ ମାମଲା ରୁଜୁ କରି ମାମଲାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ ପୋଲିସ ଜାଣିବାକୁ ପାଇଲା ଯେ ଅଭିଯୁକ୍ତଙ୍କ ନାମରେ ପୂର୍ବରୁ କଟକ, ପୁରୀ, ଯାଜପୁର, ବାଲେଶ୍ୱର ଓ ଭଦ୍ରକ ଭଳି ଜିଲ୍ଲାରେ ଅନେକ ଅଭିଯୋଗ ଦାଖଲ ହୋଇଛି। ସେ ଜଣେ ଫେରାର ଅଭିଯୁକ୍ତ ଥିଲେ ଏବଂ ବାଲେଶ୍ୱର ଜିଲ୍ଲାରେ ତାଙ୍କ ବିରୋଧରେ ଏନବିଡବ୍ଲୁ ପାଇଁ ମଧ୍ୟ ପ୍ରାର୍ଥନା କରାଯାଇଥିଲା।
ବିଶ୍ୱସ୍ତ ଗୁଇନ୍ଦା ସୂଚନା ଏବଂ ସାଇବର ସେଲରୁ ତଥ୍ୟ ଆଧାରରେ ଟିମ୍ ଅଭିଯୁକ୍ତଙ୍କ ଜଣକ ରାଉରକେଲାରେ ଥିବା ଜାଣିବାକୁ ପାଇଥିଲା । ସୂଚନା ଆଧାରରେ ଏକ ଟିମ ଅଭିଯୁକ୍ତ କୁ ଗିରଫ ପାଇଁ ରାଉରକେଲା ଯାଇ ଗିରଫ କରିଥିଲା ।
ଅଭିଯୁକ୍ତ ଠାରୁ ପୋଲିସ ମୋଟ ୨୦ ଲକ୍ଷ ଟଙ୍କାର ମୂଲ୍ୟବାନ ସାମଗ୍ରୀ ଜବତ କରାଯାଇଥିଲା, ଯେଉଁଥିରେ ୩.୯୨ ଲକ୍ଷ ଟଙ୍କା ନଗଦ, ୧୩ ଲକ୍ଷ ଟଙ୍କାର ସୁନା ଓ ରୂପା ଅଳଙ୍କାର, ଗୋଟିଏ ହେରା ଗ୍ଲାମର ମୋଟରସାଇକେଲ, ଏବଂ ଅପରାଧରୁ ଅର୍ଜିତ ଟଙ୍କାରେ କିଣାଯାଇଥିବା ଅନ୍ୟାନ୍ୟ ସାମଗ୍ରୀ ଯେପରିକି ଏସି, ଫର୍ଣ୍ଣିଚର, କମ୍ପ୍ୟୁଟର ଆଦି ରହିଛି ଏହା ସହିତ ୧୭ ଟି ଥିବାଆଇଏମଇ ଆଇ ୯ ଟି ମୋବାଇଲ୍ ହ୍ୟାଣ୍ଡସେଟ୍ ଏବଂ ୭ ଟି ସିମ୍ କାର୍ଡ ମଧ୍ୟ ଜବତ କରାଯାଇଥିଲା। ପୋଲିସ ତାଙ୍କ ଘରୁ ୩୧ ଟି ଅତିରିକ୍ତ ସିମ୍ କାର୍ଡ ସହିତ ୩ ଟି ମେମୋରୀ କାର୍ଡ ମଧ୍ୟ ପାଇଥିଲା। ପ୍ରମାଣ ଆଧାରରେ ପୋଲିସ ଟିମ୍ ଅଭିଯୁକ୍ତ ଲକ୍ଷ୍ମୀକାନ୍ତ ପଣ୍ଡାଙ୍କୁ ଗିରଫ କରିଥିଲା।
ଅଭିଯୁକ୍ତଙ୍କୁ ଈଘଝ ଧାରା ୩୧୬/୩୧୮/୧୧୧ ଅନୁଯାୟୀ କୋର୍ଟ ଚାଲାଣ କରାଯାଇଥିଲା । ଆର୍ôଥକ ଅପରାଧର ଗମ୍ଭୀରତା ଏବଂ ଅଭିଯୁକ୍ତଙ୍କ ବାରମ୍ବାର ଅପରାଧ କରିବାର ଅଭ୍ୟାସକୁ ଦୃଷ୍ଟିରେ ରଖି ୧୧୧(୨)(ବି) ଧାରା ମଧ୍ୟ ଯୋଡାଯାଇଥିଲା । ଯେଉଁ ଅଭିଯୋଗ କାରୀର ଟଙ୍କା ଠକେଇ ହୋଇଛି ସେମାନଙ୍କୁ ମଧ୍ୟ ଫେରସ୍ତ କରାଯିବ ବୋଲି ଜଣାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି