ଭିମସାରର ପ୍ରତିଷ୍ଠାନ ଅଧିକାରୀ ଧନୁର୍ଦ୍ଧର ବିଶ୍ୱାଳ ଗିରଫ, ଆୟ ବହିର୍ଭୂତ ୨୩୪ ପ୍ରତିଶତ ସମ୍ପତ୍ତି ଠାବ
ଭିମସାରର ପ୍ରତିଷ୍ଠାନ ଅଧିକାରୀ ଧନୁର୍ଦ୍ଧର ବିଶ୍ୱାଳ ଗିରଫ, ଆୟ ବହିର୍ଭୂତ ୨୩୪ ପ୍ରତିଶତ ସମ୍ପତ୍ତି ଠାବ
ଭିମସାରର ପ୍ରତିଷ୍ଠାନ ଅଧିକାରୀ ଧନୁର୍ଦ୍ଧର ବିଶ୍ୱାଳ ଗିରଫ, ଆୟ ବହିର୍ଭୂତ ୨୩୪ ପ୍ରତିଶତ ସମ୍ପତ୍ତି ଠାବ


ସମ୍ବଲପୁର, ୦୧, ଜୁଲାଇ (ହି.ସ.) ସମ୍ବଲପୁର ଜିଲ୍ଲା ବୁର୍ଲା ସ୍ଥିତ ଭିମସାର ପ୍ରତିଷ୍ଠାନର ଅଧିକାରୀ ତଥା ଅଫିସ ସୁପରିଣ୍ଟେଣ୍ଡେଣ୍ଟ ଧନୁର୍ଦ୍ଧର ବିଶ୍ୱାଳଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି (ଡିଏ) ମାମଲାରେ ଓଡ଼ିଶା ଭିଜିଲାନ୍ସ ବୁଧବାର ଗିରଫ କରିଛି। ତାଙ୍କୁ ସମ୍ବଲପୁର ଭିଜିଲାନ୍ସ ସ୍ୱତନ୍ତ୍ର ବିଚାରପତିଙ୍କ ଅଦାଲତରେ ହାଜର କରାଯାଇଛି।

ଭିଜିଲାନ୍ସ ତଦନ୍ତରେ ଧନୁର୍ଦ୍ଧରଙ୍କ ଜଣାଶୁଣା ଆୟ ଉତ୍ସ ତୁଳନାରେ ୨୩୪ ପ୍ରତିଶତ ଅଧିକ ସମ୍ପତ୍ତି ଥିବା ଜଣାପଡ଼ିଛି। ଏହି ସମ୍ପତ୍ତିର ସନ୍ତୋଷଜନକ ହିସାବ ସେ ଦେଇପାରିନଥିବାରୁ ତାଙ୍କ ବିରୋଧରେ ସମ୍ବଲପୁର ଭିଜିଲାନ୍ସ ଥାନାରେ ମାମଲା ରୁଜୁ କରାଯାଇଛି। ତାଙ୍କ ପତ୍ନୀଙ୍କୁ ମଧ୍ୟ ଏହି ମାମଲାରେ ଅଭିଯୁକ୍ତ କରାଯାଇଛି।

ଘର ଓ ଅନ୍ୟାନ୍ୟର ସ୍ଥାନରେ ଚଢ଼ାଉ ସମୟରେ ଧନୁର୍ଦ୍ଧର ବିଶ୍ୱାଳ ଓ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ସମ୍ବଲପୁର ଧନକଉଡ଼ାରେ ପ୍ରାୟ ୧୭୦୦ ବର୍ଗଫୁଟ ବିଶିଷ୍ଟ ଦୁଇ ମହଲା କୋଠା, ଗୁଡ଼େସିଙ୍ଗାରେ ଆଉ ଏକ କୋଠା, ସମ୍ବଲପୁର ସହର ଉପକଣ୍ଠରେ ୩୨ଟି ମୂଲ୍ୟବାନ ପ୍ଲଟ୍, ୧୯ ଲକ୍ଷ ୮୦ ହଜାର ୨୯୦ ଟଙ୍କା ନଗଦ, ୪୮ ଲକ୍ଷ ୯ ହଜାର ୩୯୫ ଟଙ୍କାର ବ୍ୟାଙ୍କ ଜମା, ୮୩.୦୫ ଗ୍ରାମ ସୁନା ଅଳଙ୍କାର, ୨ଟି ମହିନ୍ଦ୍ରା ହାଇଭା ଟ୍ରକ୍, ୨ଟି ମହିନ୍ଦ୍ରା ଟ୍ରାକ୍ଟର, ଗୋଟିଏ ଟ୍ରେଲର, ଗୋଟିଏ ରେନଲ୍ଟ କାଇଗର କାର୍, ୪ଟି ଦୁଇଚକିଆ ଯାନ ଏବଂ ପ୍ରାୟ ୧୩.୨୦ ଲକ୍ଷ ଟଙ୍କାର ସୁନା ଓ ଘରୋଇ ସାମଗ୍ରୀ ଠାବ କରାଯାଇଛି।

ସମସ୍ତ ସମ୍ପତ୍ତି, ଆୟ ଓ ବ୍ୟୟର ଯାଞ୍ଚ ପରେ ତାଙ୍କ ପାଖରେ ଜଣାଶୁଣା ଆୟ ଉତ୍ସ ତୁଳନାରେ ୨୩୪ ପ୍ରତିଶତ ଅଧିକ ସମ୍ପତ୍ତି ଥିବା ସ୍ପଷ୍ଟ ହୋଇଛି।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande