ତେଲ ନଦୀ ଉପରେ ନିର୍ମାଣ ହେବ ଇନ ଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକଚର
ଭୁବନେଶ୍ୱର, ୦୧ ଜୁଲାଇ (ହି.ସ) - କଳାହାଣ୍ଡି ଜିଲ୍ଲାର କେଶିଙ୍ଗା ବ୍ଲକ୍ ଅନ୍ତର୍ଗତ ଅମାଠ ଗ୍ରାମ ନିକଟରେ ମହାନଦୀର ଉପ ନଦୀ, ତେଲ ଜଳାଶୟ (ଇନ ଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକଚର ) ନିର୍ମାଣ କରାଯିବ। ରାଜ୍ୟ କ୍ୟାବିନେଟ ଏହି ପ୍ରକଳ୍ପର ନିର୍ମାଣ ନିମି ଟ. ୨୫୬,୭୧,୮୮,୪୪୩.୦୦ ( ଦୁଇଶହ ଛପନ କୋଟି ଏକସ୍
ତେଲ ନଦୀ ଉପରେ ନିର୍ମାଣ ହେବ ଇନ ଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକଚର


ଭୁବନେଶ୍ୱର, ୦୧ ଜୁଲାଇ (ହି.ସ) - କଳାହାଣ୍ଡି ଜିଲ୍ଲାର କେଶିଙ୍ଗା ବ୍ଲକ୍ ଅନ୍ତର୍ଗତ ଅମାଠ ଗ୍ରାମ ନିକଟରେ ମହାନଦୀର ଉପ ନଦୀ, ତେଲ ଜଳାଶୟ (ଇନ ଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକଚର ) ନିର୍ମାଣ କରାଯିବ। ରାଜ୍ୟ କ୍ୟାବିନେଟ ଏହି ପ୍ରକଳ୍ପର ନିର୍ମାଣ ନିମି ଟ. ୨୫୬,୭୧,୮୮,୪୪୩.୦୦ ( ଦୁଇଶହ ଛପନ କୋଟି ଏକସ୍ତରୀ ଲକ୍ଷ ଅଠାଅଶି ହଜାର ଚାରିସହ ତେୟାଳିଶ ଟଙ୍କା) ଟେଣ୍ଡରଟିକୁ ଅନୁମୋଦନ କରିଛନ୍ତି । ପ୍ରକଳ୍ପଟି ଛତିଶ (୩୬) ମାସ ମଧ୍ୟରେ ସମ୍ପୂର୍ଣ୍ଣ କରାଯିବାର ଲକ୍ଷ୍ୟ ରଖା ଯାଇଛି ।

ଏହି ପ୍ରକଳ୍ପ ଦ୍ୱାରା ସଇଁତଳା, ଟିଟିଲାଗଡ ଓ କେଶିଙ୍ଗା ଯୋଗାଣ କରାଯାଇପାରିବ । ପ୍ରକଳ୍ପ ଟି ପଶୁପାଳନ, ମତ୍ସ୍ୟ ବ୍ଲକ ଅନ୍ତର୍ଗତ ୪୧ ଟି ଗ୍ରାମକୁ ଘରୋଇ ଜଳ ଚାଷ ଓ ଜଳ ଉପରେ ନିର୍ଭରଶୀଳ ଅନ୍ୟାନ୍ୟ ଜୀବିକାମୂଳକ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେବାରେ ସହାୟକ ହୋଇପାରିବ । ଏତଦ୍ ବ୍ୟତୀତ ଉକ୍ତ ପ୍ରକଳ୍ପଟି ସ୍ଥାନୀୟ ଚାଷୀମାନଙ୍କର ସାମାଜିକ ଓ ଆର୍ôଥକ ଉନ୍ନତିରେ ମଧ୍ୟ ସହାୟକ ହେବ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande