ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ‘ନିଶା ମୁକ୍ତ ଅଭିଯାନ’ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ଜୟପୁର, ୦୧ ଜୁଲାଇ (ହି.ସ.) ଜୟପୁରରେ ଯୁବପିଢ଼ିଙ୍କୁ ନିଶା ସେବନର କୁପ୍ରଭାବ ସମ୍ପର୍କରେ ସଚେତନ କରିବା ଉଦ୍ଦେଶ୍ୟରେ ଜୟପୁର ଟାଉନ ପୋଲିସ ପକ୍ଷରୁ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ ପରିସରରେ ‘ନିଶା ମୁକ୍ତ ଅଭିଯାନ’ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜୟପୁର ଉପଖଣ୍ଡ ପୋଲିସ
ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ‘ନିଶା ମୁକ୍ତ ଅଭିଯାନ’ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ


ଜୟପୁର, ୦୧ ଜୁଲାଇ (ହି.ସ.) ଜୟପୁରରେ ଯୁବପିଢ଼ିଙ୍କୁ ନିଶା ସେବନର କୁପ୍ରଭାବ ସମ୍ପର୍କରେ ସଚେତନ କରିବା ଉଦ୍ଦେଶ୍ୟରେ ଜୟପୁର ଟାଉନ ପୋଲିସ ପକ୍ଷରୁ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ ପରିସରରେ ‘ନିଶା ମୁକ୍ତ ଅଭିଯାନ’ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ଜୟପୁର ଉପଖଣ୍ଡ ପୋଲିସ ଅଧିକାରୀ (ଏସ୍ଡିପିଓ) ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଶା ସେବନର ସାମାଜିକ, ଶାରୀରିକ ଓ ମାନସିକ କୁପ୍ରଭାବ ସମ୍ପର୍କରେ ଆଲୋକପାତ କରିଥିଲେ। ଜୟପୁର ଟାଉନ ଥାନାର ଭାରପ୍ରାପ୍ତ ଅଧିକାରୀ (ଆଇଆଇସି) ଉପସ୍ଥିତ ରହି ଯୁବପିଢ଼ିଙ୍କୁ ନିଶାଦ୍ରବ୍ୟଠାରୁ ଦୂରେଇ ରହିବା ସହ ସୁସ୍ଥ ଓ ଶୃଙ୍ଖଳିତ ଜୀବନଶୈଳୀ ଅବଲମ୍ବନ କରିବାକୁ ଆହ୍ୱାନ ଦେଇଥିଲେ।

ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ମହୋଦୟ ଅଧ୍ୟକ୍ଷତା କରି ଛାତ୍ରଛାତ୍ରୀମାନଙ୍କୁ ସମାଜରେ ନିଶାମୁକ୍ତ ପରିବେଶ ଗଠନ ପାଇଁ ସଚେତନତାର ବାର୍ତା ପ୍ରଚାର କରିବାକୁ ଆହ୍ୱାନ କରିଥିଲେ।

ଏହି ସଚେତନତା କାର୍ଯ୍ୟକ୍ରମରେ ବିକ୍ରମ ଦେବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ, ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଏନ୍ସିସି କ୍ୟାଡେଟ୍ମାନେ ଏବଂ ଶିକ୍ଷକମାନେ ଯୋଗଦେଇଥିଲେ। ବକ୍ତାମାନେ ଯୁବପିଢ଼ିଙ୍କୁ ନିଶାଦ୍ରବ୍ୟରୁ ଦୂରେଇ ରହି ସମାଜ ଓ ଦେଶ ଗଠନରେ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ପ୍ରେରଣା ଦେଇଥିଲେ।

ଶେଷରେ ସମସ୍ତ ଉପସ୍ଥିତ ଛାତ୍ରଛାତ୍ରୀ ଓ ଏନ୍ସିସି କ୍ୟାଡେଟ୍ମାନେ ଏକ ନିଶାମୁକ୍ତ ସମାଜ ଗଠନ ପାଇଁ ଶପଥ ଗ୍ରହଣ କରିଥିଲେ। ଏହି କାର୍ଯ୍ୟ କର୍ମ କୁ ବିକ୍ରମ ଦେବ ଉଚ୍ଚ ବିଦ୍ୟାଳୟର ଅଧକ୍ଷ କ୍ୟାପଟେନ ଡକ୍ଟର ଲକ୍ଷ୍ମଣ ପାତ୍ର ସହଯୋଗ କରି ଥିଲେ। କାର୍ଯ୍ୟକ୍ରମଟି ସଫଳ ଓ ଫଳପ୍ରଦ ଭାବେ ସମାପ୍ତ ହୋଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande