ରାଜ୍ୟରେ ପ୍ରତିଷ୍ଠା ହେବ ଓଏସଡିସି ୨.୦
ଭୁବନେଶ୍ୱର, ୦୧ ଜୁଲାଇ (ହି.ସ) - କ୍ୟାବିନେଟ୍ ବୈଠକରେ ରାଜ୍ୟ ସରକାର ଓଡ଼ିଶା ରାଜ୍ୟ ଡାଟା ସେଂଟର ୨.୦ (ଓଏସଡିସି ୨.୦) ପ୍ରକଳ୍ପ'' ପ୍ରତିଷ୍ଠାକୁ ଅନୁମୋଦନ କରିଛନ୍ତି । ଓଡ଼ିଶା ରାଜ୍ୟ ଡାଟା ସେଂଟର ୨୦୧୧ ମସିହାରୁ କାର୍ଯ୍ୟକ୍ଷମ ଅଛି ଏବଂ ଏଥରେ ୩୯ଟି ବିଭାଗର ୬୦୦ରୁ ଅଧିକ ସରକାରୀ ଆପ୍ଲିକେସନ୍ ସଫ୍ଟ
ରାଜ୍ୟରେ ପ୍ରତିଷ୍ଠା ହେବ ଓଏସଡିସି ୨.୦


ଭୁବନେଶ୍ୱର, ୦୧ ଜୁଲାଇ (ହି.ସ) - କ୍ୟାବିନେଟ୍ ବୈଠକରେ ରାଜ୍ୟ ସରକାର ଓଡ଼ିଶା ରାଜ୍ୟ ଡାଟା ସେଂଟର ୨.୦ (ଓଏସଡିସି ୨.୦) ପ୍ରକଳ୍ପ' ପ୍ରତିଷ୍ଠାକୁ ଅନୁମୋଦନ କରିଛନ୍ତି ।

ଓଡ଼ିଶା ରାଜ୍ୟ ଡାଟା ସେଂଟର ୨୦୧୧ ମସିହାରୁ କାର୍ଯ୍ୟକ୍ଷମ ଅଛି ଏବଂ ଏଥରେ ୩୯ଟି ବିଭାଗର ୬୦୦ରୁ ଅଧିକ ସରକାରୀ ଆପ୍ଲିକେସନ୍ ସଫ୍ଟୱେର ଏବଂ ରାଜ୍ୟର ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସ୍ଥାନିତ କରାଯାଇଛି ।

ଡାଟା ସେଂଟରର ବର୍ତମାନର ଭିତିଭୂମିର କ୍ଷମତା ସୀମିତ ହେବା ଏବଂ ଏହାର କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବାରୁ, ଓଡ଼ିଶା ଷ୍ଟେଟ୍ ଡାଟା ସେଂଟର ୨.୦ର ପ୍ରତିଷ୍ଠା ଅପରିହାର୍ଯ୍ୟ ଅଟେ ।ଏହା ଏକ ଟାୟାର-୩ ଅନୁପାଳନକାରୀ, ସୁରକ୍ଷିତ, ସଂପ୍ରସାରଣ ସାପେକ୍ଷ ଏବଂ ସ୍ୱୟଂ ପରିଚାଳିତ ଡାଟା ସେଂଟର ହେବ । ରାଜ୍ୟର ବଢୁଥିବା ଡିଜିଟାଲ୍ ଭିତିଭୂମିର ଆବଶ୍ୟକତାକୁ ପୂରଣ କରିବା ପାଇଁ ଏହି ଯୋଜନା କରାଯାଇଛି ।

ରାଜ୍ୟ ଡାଟା ସେଂଟରରେ ଅବସ୍ଥାପିତ ଆପ୍ଲିକେସନ୍ ସଫ୍ଟୱେରଗୁଡ଼ିକର ସ୍ଥାନାନ୍ତରଣ, ସାଇବର ସୁରକ୍ଷା ଏବଂ ସରକାରୀ ସେବାଗୁଡ଼ିକର ଡିଜିଟାଲ ଉପଲବ୍ଧତା ଏବଂ ସ୍ଥାୟିତ୍ୱକୁ ସୁନିଶ୍ଚିତ କରିବା ପାଇଁ ଏକ ତଥ୍ୟ ରିକଭରି ଡାଟା ସେଂଟର ମଧ୍ୟ ଏହି ପ୍ରକଳ୍ପରେ ଅନ୍ତର୍ଭୁକ୍ତ ।ପରିବେଶ ଅନୁକୂଳ ଏବଂ ସ୍ୱଳ୍ପ ଶକ୍ତି ବିନିଯୋଗୀ ଦ୍ୱାରା ଓଡ଼ିଶା ରାଜ୍ୟ ଡାଟା ସେଂଟର ୨.୦ କାର୍ଯ୍ୟକ୍ଷମ କରିବ ।

ଡାଟା ସେଂଟରର ଭିତିଭୂମି ସ୍ଥାପନ, ବୈଷୟିକ ସରଞ୍ଜାମ, ଏବଂ ପାଂଚ ବର୍ଷର ପରିଚାଳନା ଓ ରକ୍ଷଣାବେକ୍ଷଣ ସମେତ ଓଏସଡିସି ୨.୦ ପ୍ରକଳ୍ପର ପ୍ରତିଷ୍ଠା ପାଇଁ ମୋଟ୍ ୨୬୮.୪୪ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande