
ଭୁବନେଶ୍ୱର, ୦୧ ଜୁଲାଇ (ହି.ସ) - ଜଳ ସମ୍ପଦ ବିଭାଗ ଅଧିନସ୍ଥ ସେଚାଂଚଳ ଉନ୍ନୟନ ଓ ଭାଗିଦାରୀଭିଭିକ ସେଚ ପରିଚାଳନା ନିର୍ଦ୍ଦେଶାଳୟ ଦ୍ୱାରା ଦାଖଲ କରାଯାଇଥିବା ଓଡିଶା ସେଚାଂଚଳ ଉନ୍ନୟନ ମନ୍ତ୍ରୀସ୍ତରୀୟ ସେବା (ଜଳ ସମ୍ପଦ ବିଭାଗର ସେଚାଂଚଳ ଉନ୍ନୟନ ଓ ଭାଗିଦାରୀଭିଭିକ ସେଚ ପରିଚାଳନା ନିର୍ଦ୍ଦେଶାଳୟରେ ପଦବୀର ନିଯୁକ୍ତି ପଦ୍ଧତି ଏବଂ ସେବା ସର୍ତାବଳୀ) ନିୟମ, ୨୦୨୬ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି।
ମନ୍ତ୍ରୀସ୍ତରୀୟ କ୍ୟାଡରର ମୂଳ କାର୍ଯ୍ୟ ହେଉଛି ନଥି ପ୍ରସ୍ତୁତି, ଲିପିବଦ୍ଧ, ନଗଦ ବହି, ବିଲ୍ ଇତ୍ୟାଦି ପ୍ରସ୍ତୁତି ଏବଂ ଦାଖଲ ସହିତ ପ୍ରତିଷ୍ଠାନ ସମ୍ବନ୍ଧୀୟ ବିଭିନ୍ନ ବିଷୟ ପରିଚାଳନା କରି ସଂଗଠନରେ ଉଚ୍ଚସ୍ତରୀୟ ନିଷ୍ପତି ଗ୍ରହଣ ଏବଂ କାର୍ଯ୍ୟକ୍ଷମ କରିବାରେ ଉପରିସ୍ଥ ଅଧିକାରୀଙ୍କୁ ସହଯୋଗ କରିବା। କ୍ୟାଡର ନିୟମ ଅନୁପସ୍ଥିତିରେ, ମନ୍ତ୍ରୀସ୍ତରୀୟ କ୍ୟାଡରର ନିଯୁକ୍ତି ହେଉନାହିଁ, ଯାହା ଫଳରେ ଖାଲି ପଦବୀ ବୃଦ୍ଧି ପାଉଛି ଏବଂ ଉପରୋକ୍ତ କାର୍ଯ୍ୟଗୁଡ଼ିକର କାର୍ଯ୍ୟକାରିତାରେ ବାଧା ସୃଷ୍ଟି ହେଉଛି। ଏହି କ୍ୟାଡର ନିୟମ ପ୍ରଣୟନ, ମନ୍ତ୍ରୀସ୍ତରୀୟ କ୍ୟାଡର କର୍ମଚାରୀଙ୍କ ନିଯୁକ୍ତିରେ ସହାୟକ ହୋଇପାରିବ, ଯାହା ଦ୍ୱାରା ତୃଣମୂଳ ସ୍ତରରେ କାର୍ଯ୍ୟଗୁଡ଼ିକୁ ସୁଗମ ଭାବରେ ସମ୍ପାଦନ କରାଯାଇପାରିବ ଏବଂ କ୍ଷେତ୍ର କର୍ମଚାରୀମାନଙ୍କୁ ଅଧିକ ସହଯୋଗ ଦେଇ ଉଚ୍ଚ ଉତ୍ପାଦକତା ସୁନିଶ୍ଚିତ
କରାଯାଇପାରିବ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା