
ଭୁବନେଶ୍ୱର, ୦୧ ଜୁଲାଇ (ହି.ସ) - ବରଗଡ ଜିଲ୍ଲାର ଗାଇସିଲେଟ ବ୍ଲକ୍ ଅନ୍ତର୍ଗତ ଜାମୁତପଲ୍ଲୀ ଗ୍ରାମ ନିକଟରେ ମହାନଦୀର ଉପ ନଦୀ , ଓଙ୍ଗ ନଦୀ ଅବବାହିକା ରେ ଏକ ଅନ୍ତଃନଦୀ ଜଳାଶୟ (ଇନ ଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକଚର) ନିର୍ମାଣ ନିମନ୍ତେ ପ୍ରସ୍ତାବ ରହିଅଛି । ଆଜି ରାଜ୍ୟ କ୍ୟାବିନେଟ ଏହି ପ୍ରକଳ୍ପର ନିର୍ମାଣ ନିମିତ୍ତ ଟ. ୧୫୯,୩୬,୯୫,୦୦୮.୦୦( ଏକଶହ ଅଣଷଠୀ କୋଟି ଛତିଶ ଲକ୍ଷ ପଞ୍ଚାନବେ ହଜାର ଆଠ ଟଙ୍କା ) ଟେଣ୍ଡରଟିକୁ ଅନୁମୋଦନ କରିଛନ୍ତି । ପ୍ରକଳ୍ପଟି ତିରିଶ (୩୦) ମାସ ମଧ୍ୟରେ ସମ୍ପୂର୍ଣ୍ଣ କରାଯିବାର ଲକ୍ଷ୍ୟ ରଖାଯାଇଛି ।
ଏହି ପ୍ରକଳ୍ପ ଦ୍ୱାରା ଗଇସିଲଟ ଓ ପଦ୍ମପୁର ବ୍ଲକ ଅନ୍ତର୍ଗତ ୪୧ ଟି ଗ୍ରାମର ଲୋକଙ୍କୁ ଘରୋଇ ଜଳ ଯୋଗାଣ କରାଯାଇପାରିବ । ପ୍ରକଳ୍ପ ଟି ପଶୁପାଳନ, ମତ୍ସ୍ୟ ଚାଷ ଓ ଜଳ ଉପରେ ନିର୍ଭରଶୀଳ ଅନ୍ୟାନ୍ୟ ଜୀବିକାମୂଳକ କାର୍ଯ୍ୟକଳାପକୁ ସମର୍ଥନ ଦେବାରେ ସହାୟକ ହୋଇପାରିବ। ଏତଦ୍ ବ୍ୟତୀତ ଉକ୍ତ ପ୍ରକଳ୍ପଟି ସ୍ଥାନୀୟ ଚାଷୀମାନଙ୍କର ସାମାଜିକ ଓ ଆର୍ôଥକ ଉନ୍ନତିରେ ମଧ୍ୟ ସହାୟକ ହେବ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା