
ଭୁବନେଶ୍ୱର, ୦୧ ଜୁଲାଇ (ହି.ସ) - ସୁନ୍ଦରଗଡ଼ ଜିଲ୍ଲାର ଡୁଡୁକ ଗୋପାଳପୁର-ଟପରିଆ ଏମଡିଆର ରାସ୍ତା ସିଆରମାଲ ଓପନ୍ କାଷ୍ଟ ପ୍ରୋଜେକ୍ଟ (ଡିସିପି) ର ଖଣି ଲିଜ୍ ଅଂଚଳ ଦେଇ ଯାଇଛି । ଏହି ରାସ୍ତା ଡୁଡୁକା ଠାରୁ ଟପରିଆ ହୋଇ ଓଡ଼ିଶା–ଛତିଶଗଡ଼ ସୀମା ପର୍ଯ୍ୟନ୍ତ ଏକ ଗୁରୁତ୍ୱପୂର୍ଣ୍ଣ ସଂଯୋଗ କରିଜୋର୍ ଭାବେ କାର୍ଯ୍ୟ କରିଥାଏ । ଖଣି ଅଂଚଳର କାର୍ଯ୍ୟାନୁଷ୍ଠାନଗତ ଆବଶ୍ୟକତା ଏବଂ ଆଞ୍ଚଳିକ ସଂଯୋଗକୁ ନିରବଚ୍ଛିନ୍ନ ରଖୁବା ପାଇଁ ବର୍ତମାନ ରାସ୍ତାର ୪/୭୦୦ କି.ମି. ଠାରୁ ୧୧/୫୦୦ କି.ମି. ପର୍ଯ୍ୟନ୍ତ ମୋଟ ୬.୮୦୦ କି.ମି. ଦୈର୍ଘ୍ୟ ଅଂଶକୁ ଡାଇଭର୍ଟ କରି ୬-ଲେନ୍ ସହିତ ସର୍ଭିସ୍ ରୋଡ୍ ବିକାଶ କରିବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ଭାରି ଖଣି ଯାତାୟାତ ଓ ଦୀର୍ଘମିୟାବୀ ସ୍ଥାୟୀତ୍ୱକୁ ଦୃଷ୍ଟିରେ ରଖୁ ସମ୍ପୂର୍ଣ୍ଣ ନୂତନ କରିଡୋରକୁ ସିମେଂଟ କଙ୍କ୍ରିଟ୍ ରାସ୍ତା ଦ୍ୱାରା ବିକଶିତ କରାଯିବା ସହିତ ପ୍ରକଳ୍ପ ଆବଶ୍ୟକତା ଅନୁଯାୟୀ କ୍ରସ୍ ଡ୍ରେନେଜ୍ ଓ ଷ୍ଟ୍ରକ୍ଟରାଲ୍ କର୍ଯ୍ୟ କରିବାକୁ ନିଷ୍ପରି ନେଇଛନ୍ତି ।
ପ୍ରସ୍ତାବିତ ୬ଲେନ୍ ବିଶିଷ୍ଟ ଡାଇଭର୍ସନ୍ ରୋଡ୍ ସୁନ୍ଦରଗଡ଼ ଜିଲ୍ଲା ଏବଂ ଓଡ଼ିଶା-ଛତିଶଗଡ଼ ସୀମା ଅଂଚଳ ମଧ୍ୟରେ ସଡ଼କ ସଂଯୋଗକୁ ଉଲ୍ଲେଖନୀୟ ଭାବେ ସୁଦୃଢ଼ କରିବ । ଉନ୍ନତ ସଡ଼କ ସଂଯୋଗ ଫଳରେ ଖଣ୍ଡାଧାର ଜଳପ୍ରପାତ, ବେଦବ୍ୟାସ, ସରଫଗଡ଼ ଜଳଭଣ୍ଡାର, କାନକୁଣ୍ଡକ୍ୟାନିୟନ୍ ସମେତ ସୁନ୍ଦରଗଡ଼ ଏବଂ ଝାରସୁଗୁଡ଼ା ଜିଲ୍ଲାର ଅନ୍ୟାନ୍ୟ ପ୍ରମୁଖ ପର୍ଯ୍ୟଟନ ଓ ଇକୋ-ପର୍ଯ୍ୟଟନ ସ୍ଥଳୀଗୁଡ଼ିକୁ ପର୍ଯ୍ୟଟକଙ୍କ ଯାତାୟାତ ବୃଦ୍ଧି ପାଇବ । ଉନ୍ନତ ସଂଯୋଗ ବ୍ୟବସ୍ଥା ଫଳରେ ହୋଟେଲ୍, ରିସର୍ଟ, ରେଷ୍ଟୁରାଣ୍ଟ, ୱେ-ସାଇଡ୍ ସୁବିଧା କେନ୍ଦ୍ର, ଇନ୍ଧନ ଭର୍ଜି କେନ୍ଦ୍ର ଏବଂ ଇକୋ-ପର୍ଯ୍ୟଟନ ଭିତ୍ତିଭୂମିରେ ନିବେଶକୁ ପ୍ରୋତ୍ସାହନ ମିଳିବ। ଏହା ନିଯୁକ୍ତି ସୃଷ୍ଟି କରିବା ସହ ସ୍ଥାନୀୟ ଅର୍ଥନୈତିକ ବିକାଶକୁ ତ୍ୱରାନ୍ୱିତ କରିବ ।ପ୍ରସ୍ତାବିତ ଡାଇଭର୍ସନ୍ ରୋଜ୍ ଖଣି କାର୍ଯ୍ୟକଳାପର ପରିଚାଳନାଗତ ଆବଶ୍ୟକତା ଓ ସାଧାରଣ ଜନସାଧାରଣଙ୍କ ଯାତାୟାତ ଆବଶ୍ୟକତା ମଧ୍ଯରେ ସନ୍ତୁଳନ ରକ୍ଷା କରୁଥିବା ଏକ କୌଶଳଗତ ଲିଭିଭୂମି ପ୍ରକଳ୍ପ ଭାବେ କାର୍ଯ୍ୟ କରିବ ।
ରାଜ୍ୟ କ୍ୟାବିନେଟ ଉପରୋକ୍ତ କାର୍ଯ୍ୟ ପାଇଁ ପ୍ରଚଳିତ ଜିଏସଟି ବ୍ୟତୀତ ସର୍ବନିମ୍ନ ନିର୍ବିଦାକାରୀ ମେସର୍ସ ଦିଲୀପ ବିଲ୍ଡକନ୍ ଲିମିଟେଡ୍ ଙ୍କ ୨୧୬୦,୨୦,୦୦,୦୦୦/- (କେବଳ ଏକ ଶବ୍ଦ ଷାଠିଏ କୋଟି ଜୋଡ଼ିଏ ଲକ୍ଷ ଟଙ୍କା) ଚୂଡ଼ାନ୍ତ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା