

ବଲାଙ୍ଗିର, 19 ଜୁଲାଇ (ହି.ସ.)
ସ୍ଥାନିୟ ଦୈନିକ ବଜାର ଠାରେ ଥିବା ଶ୍ରୀ ରାମ ଚରିତ ମାନସ ମନ୍ଦିର ଠାରେ ହୋଇଥିବା ମାଉସୀ ମା ମନ୍ଦିର ଠାରେ ଟିକ୍ରା ପଡ଼ା ଚାନ୍ଦ ମନ୍ଦିର ଦିଅଁ ମାନଙ୍କ ଗତ କାଲି ବରାହ ନୃସିଂହ ଅବତାର ରେ ଦର୍ଶନ ଦେଇଥିବା ବେଳେ ଆଜି ଚତୁର୍ଥୀ ତିଥି ରେ ବାମନ ଓ ପର୍ଶୁରାମ ବେଶ ରେ ଠାକୁର୍ ଦର୍ଶନ ଦେଇଚନ୍ତି । ପ୍ରତ୍ୟହ ସନ୍ଧ୍ୟାରେ ପ୍ରଭୂ ଭଳ ଭଦ୍ର,ଜଗନ୍ନାଥ ଓ ମାତା ସୁଭଦ୍ରା ଙ୍କ ଦର୍ଶନ ପାଇଁ ଭକ୍ତ ମାନଂକ ଭିଡ ହେଉଥିବା ବେଳେ ମଧ୍ୟାହ୍ନ ରେ ଅନ୍ନ ପ୍ରସାଦ ପାଇବାକୁ ଭିଡ଼ ହେଉଚି। ରଥ କମିଟି ମାନସ ମନ୍ଦିର କମିଟି ଭକ୍ତ ଓ ପୋଲିସ ପ୍ରଶାସନ ସହଯୋଗ ରେ ଦର୍ଶନ ପୂଜା ବିଧି ଚାଲୁ ରହିଚି।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ