
କେନ୍ଦୁଝର, 20 ଜୁଲାଇ (ହି.ସ.)କେନ୍ଦୁଝର ଜିଲ୍ଲାରେ ବ୍ରାଉନ ସୁଗାର୍ ବ୍ୟବସାୟ ଗ୍ୟାଙ୍ଗର ପର୍ଦ୍ଦାଫାଶ, ୬ଜଣ ଅଭିଯୁକ୍ତଙ୍କ ସହ ନଗଦ ପଚାଶ ହଜାର ଟଙ୍କା ଗୋଟିଏ ମୋବାଇଲ୍ ଫୋନ୍ ଏବଂ ଗୋଟିଏ ମୋଟର ସାଇକେଲ ଜବତ। କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ରରେ ଦିନକୁ ଦିନ ବୃଦ୍ଧି ପାଉଛି ମାଦକ ଦ୍ରବ୍ୟ ବ୍ୟବସାୟୀ ମାନଙ୍କ ଦୌରାତ୍ମ୍ୟ। ସେହିଭଳି ଏକ ଗ୍ୟାଙ୍ଗକୁ ଠାବ କରିବାରେ ସଫଳ ହୋଇଛି ବଡ଼ବିଲ ପୋଲିସ୍। ୧୯ତାରିଖ ଦିନ ବଡ଼ବିଲ ପୋଲିସ୍ ଟିମ୍ ପେଟ୍ରୋଲିଂ କରିବା ସମୟରେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ବଡ଼ବିଲ ଥାନା ଅନ୍ତର୍ଗତ ଭାଦ୍ରାସାହି ପିଚୁପ୍ଲାଣ୍ଟ ପଛପଟ ମୁଣ୍ଡା ସାହି ଜଙ୍ଗଲ ନିକଟରେ ବ୍ରାଉନ ସୁଗାର କାରବାର ହେଉଥିବା ଖବର ପାଇ ଚଢ଼ାଉ କରିଥିଲା ଏହି ଚଢ଼ାଉ ସମୟରେ ଚାରି ଜଣଙ୍କୁ ଗିରଫ କରିବା ସହ ଦୁଇଜଣ ଆଞ୍ଚଳିକ ବ୍ୟାପାରି ଙ୍କୁ ମଧ୍ୟ ଗିରଫ କରିଥିବା ନେଇ ସୂଚନା। ଗିରଫ ଅଭିଯୁକ୍ତ ମାନେ ହେଲେ ସମିମ୍ ଆଖତର, ମେହେବୁବ ସେଖ, ଯୋରାଜ୍ ଶେଖ୍ ତିନିଜଣ ପଶ୍ଚିମବଙ୍ଗ ମୂର୍ସିଦାବାଦ୍ ହୋଇଥିବା ବେଳେ କେନ୍ଦୁଝର ଜିଲ୍ଲାର ବାମେବାରୀ ଥାନା ଅନ୍ତର୍ଗତ ଯୁରୁଡ଼ି ଅଞ୍ଚଳରେ ରୁହୁଥିବା ବେଳେ ଅନ୍ୟ ଜଣେ ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ ବରକତ ନଗର ର ବାସିନ୍ଦା ହୋଇଥିବା ନେଇ ସୂଚନା ଏବଂ ଦୁଇ ଆଞ୍ଚଳିକ ବିକ୍ରେତା ହେଲେ ମହମ୍ମଦ ରମିଜ୍ ରାଜା ବାମେବାରୀ ଥାନା ଅନ୍ତର୍ଗତ ବାସିନ୍ଦା ଓ ଅନ୍ୟ ଜଣେ ଝାଡ଼ଖଣ୍ଡ ରାଜ୍ୟର ସଫିକୁଲ ଶେଖ୍ ହୋଇଥିବା ନେଇ ସୂଚନା। ତେବେ ବଡ଼ବିଲ ପୋଲିସ୍ ଟିମ୍ ଚଢାଉ ମାଜିଷ୍ଟ୍ରେଟ ଜନ୍ସନ୍ କିଣ୍ଡୋଙ୍କ ଉପସ୍ଥିତି ରେ କରିଥିବା ବେଳେ ଅଭିଯୁକ୍ତ ମାନଙ୍କ ଠାରୁ ଏକ ମୋଟର ସାଇକେଲ, ଗୋଟିଏ ମୋବାଇଲ, ନଗଦ ପଚାଶ ହଜାର ଟଙ୍କା ସହ ୩୪ଗ୍ରାମ ର ବ୍ରାଉନ ସୁଗାର୍ ଜବତ୍ କରିଥିବା ନେଇ ସୂଚନା।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA