ନୂତନ ରେଳପଥ ପାଇଁ ଆଉ ଏକ ପାଦ ଆଗେଇଛି ପ୍ରଶାସନ
ଜୟପୁର, ୧୮ ଜୁଲାଇ(ହି.ସ.) – କୋରାପୁଟ ଜିଲ୍ଲା ଜୟପୁର–ନବରଙ୍ଗପୁର ବହୁ ପ୍ରତୀକ୍ଷିତ ନୂତନ ରେଳପଥ ପ୍ରକଳ୍ପକୁ ନେଇ ଆଉ ଏକ ବଡ଼ ପଦକ୍ଷେପ। ଜମି ଅଧିଗ୍ରହଣ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଂଚିବା ପରେ ବୋରିଗୁମ୍ମା ପ୍ରଶାସନ ପକ୍ଷରୁ ଅଧିଗୃହୀତ ଜମିକୁ ରେଳ ବିଭାଗ ନିକଟରେ ହସ୍ତାନ୍ତର କରିବା କାର୍ଯ୍
ନୂତନ ରେଳପଥ ପାଇଁ ଆଉ ଏକ ପାଦ ଆଗେଇଛି ପ୍ରଶାସନ


ଜୟପୁର, ୧୮ ଜୁଲାଇ(ହି.ସ.) – କୋରାପୁଟ ଜିଲ୍ଲା ଜୟପୁର–ନବରଙ୍ଗପୁର ବହୁ ପ୍ରତୀକ୍ଷିତ ନୂତନ ରେଳପଥ ପ୍ରକଳ୍ପକୁ ନେଇ ଆଉ ଏକ ବଡ଼ ପଦକ୍ଷେପ। ଜମି ଅଧିଗ୍ରହଣ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଂଚିବା ପରେ ବୋରିଗୁମ୍ମା ପ୍ରଶାସନ ପକ୍ଷରୁ ଅଧିଗୃହୀତ ଜମିକୁ ରେଳ ବିଭାଗ ନିକଟରେ ହସ୍ତାନ୍ତର କରିବା କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ବୋରିଗୁମ୍ମା ତହସିଲ ଅନ୍ତର୍ଗତ ୧୩ଟି ଗାଁର ବେସରକାରୀ ଜମି ହସ୍ତାନ୍ତର ପ୍ରକ୍ରିୟା ଚାଲିଥିବାବେଳେ ସେଥିମଧ୍ୟରୁ ଆଉଁଳି ଓ ବରୋଗାଁ ମୌଜାର ଜମିକୁ ଆନୁଷ୍ଠାନିକ ଭାବେ ରେଳ ବିଭାଗର ଅଧିକାରୀଙ୍କ ନିକଟରେ ହସ୍ତାନ୍ତର କରାଯାଇଛି। ସ୍ୱତନ୍ତ୍ର ଭୁର୍ଜନ ଅଧିକାରୀ, ରେଳ ବିଭାଗ ଓ ରାଜସ୍ୱ ବିଭାଗର ଅଧିକାରୀଙ୍କ ଉପସ୍ଥିତିରେ ଏହି ହସ୍ତାନ୍ତର ପ୍ରକ୍ରିୟା ସମ୍ପନ୍ନ ହୋଇଥିବାବେଳେ ଅବଶିଷ୍ଟ ଜମିକୁ ମଧ୍ୟ ପର୍ଯ୍ୟାୟ କ୍ରମେ ରେଳ ବିଭାଗକୁ ହସ୍ତାନ୍ତର କରାଯିବ। ଏହାପରେ ରେଳପଥ ନିର୍ମାଣ କାର୍ଯ୍ୟ ଆହୁରି ତ୍ୱରାନ୍ୱିତ ହେବ ବୋଲି ଆଶା କରାଯାଉଛି।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande