କାଉଡିଆ ଭକ୍ତଙ୍କୁ ପ୍ରସାଦ ବଂଟନ କଲେ ବିଧାୟକ ସୀତାଂଶୁ
ଭଦ୍ରକ, ୧୯ ଜୁଲାଇ (ହି.ସ.) - ଆସନ୍ତାକାଲି ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର ଅବସରରେ ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣୀଙ୍କ ପବିତ୍ର ପୀଠରେ ଜଳାଭିଷେକ କରିବା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା କାଉଡ଼ିଆ ଭକ୍ତମାନଙ୍କୁ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ପ୍ରସାଦ ବଂଟନ କରିଛନ୍
KAUDIA BHAKTA PRASAD SEBAN-2


ଭଦ୍ରକ, ୧୯ ଜୁଲାଇ (ହି.ସ.) - ଆସନ୍ତାକାଲି ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର ଅବସରରେ ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣୀଙ୍କ ପବିତ୍ର ପୀଠରେ ଜଳାଭିଷେକ କରିବା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା କାଉଡ଼ିଆ ଭକ୍ତମାନଙ୍କୁ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ପ୍ରସାଦ ବଂଟନ କରିଛନ୍ତି। ଏହି ଅବସରରେ ଅର୍ଣ୍ଣପାଳସ୍ଥିତ ବିଷ୍ଣୁପୁରବିନ୍ଧାରେ ବଜରଙ୍ଗୀ ପୂଜା କମିଟି ଭଦ୍ରକ ପକ୍ଷରୁ ଆୟୋଜିତ ପ୍ରସାଦ ସେବନ ଓ ପ୍ରାଥମିକ ଚିକିତ୍ସା କ୍ୟାମ୍ପ ଆୟୋଜିତ ହୋଇଛି। ଏହି କ୍ୟାମ୍ପରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଥିବା କାଉଡିଆ ଭକ୍ତଙ୍କ ସେବା ଓ ପ୍ରସାଦ ସେବନର ବନ୍ଦୋବସ୍ତ କରାଯାଇଥିଲା। ଏଥିରେ ବିଧାୟକ ଶ୍ରୀ ମହାପାତ୍ର ଯୋଗଦେଇ ସେମାନଙ୍କୁ ପ୍ରସାଦ ବଂଟନ କରି ଏଭଳି କାର୍ଯ୍ୟକ୍ରମ ଭଗବାନ ଶିବଙ୍କ ଶ୍ରଦ୍ଧା, ଭକ୍ତି ଓ ସେବାର ପବିତ୍ର ସଙ୍ଗମ ବୋଲି କହିବା ସହ ଏହା ଆମ ସଂସ୍କୃତିର ଶକ୍ତି ଏବଂ ସମାଜକୁ ଏକତାର ସୂତ୍ରରେ ବାନ୍ଧି ରଖିବାର ପ୍ରେରଣା ବୋଲି କହିଥିଲେ। ବିଶେଷକରି କାଉଡିଆମାନଙ୍କ ଗହଣରେ ଜଣେ କୁନି ଭକ୍ତର ଉପସ୍ଥିତି ସମସ୍ତଙ୍କୁ ଅଭିଭୂତ କରିଥିଲା। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande