ଜାତୀୟ ସ୍ତରୀୟ ପରୀକ୍ଷାରେ ଭଦ୍ରକ ପୁଅଙ୍କ ବାଜିମାତ୍, ନିଟ୍ ଓ ନାଇଜର ରେ ଚମକିଲେ ଶୁଭମ୍
ଭଦ୍ରକ, ୧୯ ଜୁଲାଇ (ହି.ସ.) - ଜାତୀୟ ସ୍ତରୀୟ ପ୍ରତିଯୋଗିତାମୂଳକ ପରୀକ୍ଷାରେ ପୁଣି ଥରେ ଓଡ଼ିଶା ତଥା ଭଦ୍ରକ ଜିଲ୍ଲାର ଜଣେ ମେଧାବୀ ଛାତ୍ର ବଡ଼ ସଫଳତା ହାସଲ କରି ସମଗ୍ର ଅଂଚଳ ପାଇଁ ଗୌରବ ଆଣିଦେଇଛନ୍ତି। ଭଦ୍ରକ ଜିଲ୍ଲା ରାନ୍ଦିଆ ପଂଚାୟତ ଅନ୍ତର୍ଗତ ଚାରିଘରିଆ ଗ୍ରାମର ମେଧାବୀ ଛାତ୍ର ଶୁଭମ୍ ସୋନମ୍ ପାତ
NEET& NISER EXAM SUBHAM


ଭଦ୍ରକ, ୧୯ ଜୁଲାଇ (ହି.ସ.) - ଜାତୀୟ ସ୍ତରୀୟ ପ୍ରତିଯୋଗିତାମୂଳକ ପରୀକ୍ଷାରେ ପୁଣି ଥରେ ଓଡ଼ିଶା ତଥା ଭଦ୍ରକ ଜିଲ୍ଲାର ଜଣେ ମେଧାବୀ ଛାତ୍ର ବଡ଼ ସଫଳତା ହାସଲ କରି ସମଗ୍ର ଅଂଚଳ ପାଇଁ ଗୌରବ ଆଣିଦେଇଛନ୍ତି। ଭଦ୍ରକ ଜିଲ୍ଲା ରାନ୍ଦିଆ ପଂଚାୟତ ଅନ୍ତର୍ଗତ ଚାରିଘରିଆ ଗ୍ରାମର ମେଧାବୀ ଛାତ୍ର ଶୁଭମ୍ ସୋନମ୍ ପାତ୍ର ଚଳିତ ବର୍ଷ ପ୍ରତିଷ୍ଠିତ ନିଟ୍ ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୫୨୨୯ (ଏଆଇଆର-୫୨୨୯) ରାଙ୍କ ହାସଲ କରି ମେଡିକାଲ ଶିକ୍ଷା କ୍ଷେତ୍ରରେ ନିଜର ସ୍ଥାନ ପକ୍କା କରିଛନ୍ତି। ଏହା ସହିତ ସେ ଦେଶର ଅନ୍ୟତମ ପ୍ରତିଷ୍ଠିତ ବିଜ୍ଞାନ ଗବେଷଣା ପ୍ରତିଷ୍ଠାନ ନାଇଜର ପରୀକ୍ଷାରେ ମଧ୍ୟ ସର୍ବଭାରତୀୟ ସ୍ତରରେ ୨୧୭ (ଏଆଇଆର-୨୧୭) ରାଙ୍କ ହାସଲ କରି ନିଜର ଅସାଧାରଣ ପ୍ରତିଭା ପ୍ରତିପାଦିତ କରିଛନ୍ତି। ଜାତୀୟ ସ୍ତରର ଦୁଇ ଦୁଇଟି ବଡ଼ ପରୀକ୍ଷାରେ ଶୁଭମ୍ଙ୍କ ଏଭଳି ଦ୍ୱିମୁଖୀ ସଫଳତା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନାଯୋଗ୍ୟ ଯେ, ଶୁଭମ୍ ହେଉଛନ୍ତି ଚାରିଘରିଆ ଗ୍ରାମର ବୃତିରେ ଜଣେ ଜଣାଶୁଣା ଆୟକର ଓ ଜିଏସଟି ଆଡଭୋକେଟ୍ ଭୂପେନ୍ଦ୍ର କୁମାର ପାତ୍ର ଏବଂ ସରକାରୀ ଶିକ୍ଷୟିତ୍ରୀ କେତକୀ ବେହୁରିଆଙ୍କ ସୁପୁତ୍ର। ପିଲାଟି ଦିନରୁ ପାଠପଢ଼ାରେ ମେଧାବୀ ଥିବା ଶୁଭମ୍ ନିଜର ଏହି ସଫଳତାର ଶ୍ରେୟ ନିଜର କଠିନ ପରିଶ୍ରମ, ନିଷ୍ଠା ଏବଂ ପିତାମାତା ଓ ଗୁରୁଜନଙ୍କ ପ୍ରେରଣାକୁ ଦେଇଛନ୍ତି। ପରିବାରରେ ଶିକ୍ଷାଗତ ପରିବେଶ ଏବଂ ଉଭୟ ବାପା-ମାଆଙ୍କ ଉପଯୁକ୍ତ ମାର୍ଗଦର୍ଶନ ତାଙ୍କୁ ଏହି ଶୀର୍ଷରେ ପହଂଚାଇବାରେ ସହାୟକ ହୋଇଛି ବୋଲି ସେ ପ୍ରକାଶ କରିଛନ୍ତି। ଶୁଭମ୍ ଙ୍କ ଏହି ସଫଳତା ଖବର ପ୍ରକାଶ ପାଇବା ପରେ ଚାରିଘରିଆ ଗ୍ରାମ ସମେତ ସମଗ୍ର ରାନ୍ଦିଆ ପଂଚାୟତରେ ଖୁସିର ପରିବେଶ ସୃଷ୍ଟି ହୋଇଛି। ବିଭିନ୍ନ ମହଲରୁ ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଯାଇଛି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande