ଚତୁର୍ଦ୍ଧାମୂର୍ତିଙ୍କ ଆଡପ ଦର୍ଶନ ଆରମ୍ଭ ; ଶ୍ରଦ୍ଧାଳୁ ପାଇଲେ ଆଡପ ଅବଢ଼ା
ପୁରୀ, ୧୯ ଜୁଲାଇ (ହି.ସ.)- ଶନିବାର ରାତି ଏଗାରଟା ପରେ ଚତୁର୍ଦ୍ଧାମୂର୍ତି ରଥ ଉପରୁ ଗୋଟି ପହଣ୍ଡିରେ ଯାଇ ଶ୍ରୀଗୁଣ୍ଡିଚା ମନ୍ଦିର ଆଡପ ମଣ୍ଡପରେ ବିଜେ କରିଛନ୍ତି । ଆଜି ନୀତିକାନ୍ତି ଶେଷ ହେବାପରେ ଭକ୍ତ ମାନଙ୍କୁ ଆଡପ ଦର୍ଶନ ଦେଉଛନ୍ତି ମହାବାହୁ । ଅପରାହ୍ନରେ ଭକ୍ତ ମାନେ ଆଡପ ଅଭଡ଼ା ପାଇଛନ୍ତି । ରା
ଆଡ଼ପ ମଣ୍ଡପକୁ ବିଜେ କଲେ ଚତୁର୍ଦ୍ଧାମୂର୍ତି


ପୁରୀ, ୧୯ ଜୁଲାଇ (ହି.ସ.)- ଶନିବାର ରାତି ଏଗାରଟା ପରେ ଚତୁର୍ଦ୍ଧାମୂର୍ତି ରଥ ଉପରୁ ଗୋଟି ପହଣ୍ଡିରେ ଯାଇ ଶ୍ରୀଗୁଣ୍ଡିଚା ମନ୍ଦିର ଆଡପ ମଣ୍ଡପରେ ବିଜେ କରିଛନ୍ତି । ଆଜି ନୀତିକାନ୍ତି ଶେଷ ହେବାପରେ ଭକ୍ତ ମାନଙ୍କୁ ଆଡପ ଦର୍ଶନ ଦେଉଛନ୍ତି ମହାବାହୁ । ଅପରାହ୍ନରେ ଭକ୍ତ ମାନେ ଆଡପ ଅଭଡ଼ା ପାଇଛନ୍ତି । ରାତିରେ ହେରାପଂଚମୀ ପାଇଁ ବନକ ଲାଗି ହୋଇଛନ୍ତି ମହାପ୍ରଭୁ ।

ଜନ୍ମବେଦୀରେ ମହାପ୍ରଭୁ । ଆଜିଠାରୁ ଆଡ଼ପ ଦର୍ଶନ ଆରମ୍ଭ ହୋଇଛି । ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀଗୁଣ୍ଡିଚା ମନ୍ଦିରରେ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ଅପରାହ୍ନରେ ବାହାରିଛି ଆଡ଼ପ ଅଭଡ଼ା । ରାତିରେ ହେରାପଂଚମୀ ପାଇଁ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହୋଇଛି । ବନକଲାଗି ପାଇଁ ରାତି ୯ଟା ଠାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଆଡପ ଦର୍ଶନ ବନ୍ଦ ରହିଛି । ଆଷାଢ଼ ଶୁକ୍ଳ ପଂଚମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଅନୁଷ୍ଠିତ ହୋଇଛି । ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ରାତ୍ର ୯ଟା ଠାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି ।

ବିଶ୍ୱାସ ରହିଛି କି, ମହାପ୍ରଭୁଙ୍କର ବର୍ଷ ତମାମ ରତ୍ନବେଦୀରେ ଯେତେ ଦର୍ଶନ କଲେ ବି ବର୍ଷକୁ ଥରେ ରଥଯାତ୍ରାରେ ଆଡପ ମଣ୍ଡପ ଦର୍ଶନ କଲେ ମହାପୁଣ୍ୟ ମିଳିଥାଏ । ମହାପ୍ରଭୁଙ୍କର ଆଡପ ଅବଢା ପାଇବା ବି ଭାଗ୍ୟର କଥା । ତେବେ ଏଠାରେ ଆଉ ଏକ ପରମ୍ପରା ରହିଛି କି ଶ୍ରାଦ୍ଧ ଦେବାର ପରମ୍ପରା । ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀରେ ସ୍ନାନ କରି ଗୁଣ୍ଡିଚା ମନ୍ଦିରରେ ଆଡପମଣ୍ଡପ ଦର୍ଶନ ପରେ ବ୍ରାହ୍ମଣଙ୍କୁ ଅଭଡା ଦେଲେ ପିତୃପୁରୁଷ ମୋକ୍ଷ ପ୍ରାପ୍ତି ହୁଅନ୍ତି । ତା' ସହ ମହାପ୍ରଭୁଙ୍କର ଏହା ହେଉଛି ବୃନ୍ଦାବନ ଲୀଳା ।

ଶୃଙ୍ଖଳିତ ଦର୍ଶନ ପାଇଁ ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande