
ଝାରସୁଗୁଡ଼ା, ୦୨ ଜୁଲାଇ (ହି.ସ.) - ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ ସମାସିଂହା ପଂଚାୟତ ଅଧିନସ୍ଥ ବେଲମୁଣ୍ଡା ଗ୍ରାମରେ ଗୁରୁବାର ଅପରାହ୍ନ ରେ ପ୍ରବଳ ବଜ୍ରପାତ ଘଟି ୨ ଗାଈ ଙ୍କ ମୃତ୍ୟୁ ହୋଇଯାଇଥିବା ଅଭିଯୋଗ ହୋଇଛି । ଗୁରୁବାର ଅପରାହ୍ନରେ କୋଲାବିରା ବ୍ଲକ ଅଂଚଳରେ ପ୍ରବଳ ବର୍ଷା ସହ ବଜ୍ରପାତ ହୋଇଥିଲା । ବେଲମୁଣ୍ଡା ବେଦୀଛକ ରୁ ଭୋଗରାପାଲି ଯିବା ରାସ୍ତାରେ ବର୍ଷାରୁ ରକ୍ଷା ପାଇବା ପାଇଁ ୨ଟି ଗାଈ ଏକ ଆମ୍ବ ଗଛ ତଳେ ଆଶ୍ରୟ ନେଇ ଥିବା ସମୟରେ ଏକ ବଡ ବଜ୍ରପାତ ଘଟିଥିଲା । ଫଳରେ ଘଟଣା ସ୍ଥଳରେ ହିଁ ୨ ଗାଈଙ୍କ ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ