ଶ୍ରୀଜଗନ୍ନାଥ କଥାମୃତ ପ୍ରବଚନ ଅନୁଷ୍ଠିତ
ଭଦ୍ରକ, ୨ ଜୁଲାଇ୍ (ହି.ସ.) - ରାଜେନ୍ଦ୍ରପୁର ପଂଚାୟତର ଅଗେଇବେହେରା ଗ୍ରାମ ଶନିମନ୍ଦିର ପରିସରରେ ଶ୍ରୀଜଗନ୍ନାଥ କଥାମୃତ ପଂଚରାତ୍ର ଆଧ୍ୟାତ୍ମିକ ପ୍ରବଚନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଶଙ୍କର୍ଷଣ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ପାଂଚ ଦିନିଆ କାର୍ଯ୍ୟକ୍ରମରେ ମୈଥିଳି ଦାସ ମହାରାଜ ବ୍ୟାସ, କର
SRI JAGANNATH KATHAMRUTA PRABACHANA


ଭଦ୍ରକ, ୨ ଜୁଲାଇ୍ (ହି.ସ.) - ରାଜେନ୍ଦ୍ରପୁର ପଂଚାୟତର ଅଗେଇବେହେରା ଗ୍ରାମ ଶନିମନ୍ଦିର ପରିସରରେ ଶ୍ରୀଜଗନ୍ନାଥ କଥାମୃତ ପଂଚରାତ୍ର ଆଧ୍ୟାତ୍ମିକ ପ୍ରବଚନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଶଙ୍କର୍ଷଣ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ପାଂଚ ଦିନିଆ କାର୍ଯ୍ୟକ୍ରମରେ ମୈଥିଳି ଦାସ ମହାରାଜ ବ୍ୟାସ, କରୁଣାକର ପଣ୍ଡା ଆଚାର୍ଯ୍ୟ ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ।ପ୍ରତ୍ୟହ ସନ୍ଧ୍ୟାରେ ବସନ୍ତ ପଣ୍ଡା ପ୍ରବଚନ ପ୍ରଦାନ କରିଥିଲେ।ଏଥିରେ ସ୍ଥାନୀୟ ଅଂଚଳର ଶ୍ରଦ୍ଧାଳୁମାନେ ଯୋଗ ଦେଇଥିଲେ ଓ ପ୍ରସାଦ ସେବନ କରିଥିଲେ।ସମ୍ପଦ ପଣ୍ଡା ଓ ଗ୍ରାମବାସୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande