ଜିଲ୍ଲାସ୍ତରୀୟ ବିକଶିତ ଭାରତ ଗ୍ୟାରେଣ୍ଟି ଫର ରୋଜଗାର ଓ ଆଜୀବିକା ମିଶନ, ଗ୍ରାମୀଣର( VB-GRAMG ) ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
କେନ୍ଦୁଝର, 02 ଜୁଲାଇ (ହି.ସ.) ଗ୍ରାମୀଣ ଜୀବିକାକୁ ସୁଦୃଢ଼ କରିବା ଏବଂ ବିକଶିତ ଗ୍ରାମୀଣ ଭାରତର ସଂକଳ୍ପକୁ ଆଗକୁ ବଢ଼ାଇବା ଦିଗରେ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ଆଜି ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଆନ୍ଧ୍ରପ୍ରଦେଶରେ ଆୟୋଜିତ ବିଶେଷ କାର୍ଯ୍ୟକ୍ରମରେ ଆନୁଷ୍ଠାନିକ ଭାବେ ସମ
Vvram


କେନ୍ଦୁଝର, 02 ଜୁଲାଇ (ହି.ସ.)

ଗ୍ରାମୀଣ ଜୀବିକାକୁ ସୁଦୃଢ଼ କରିବା ଏବଂ ବିକଶିତ ଗ୍ରାମୀଣ ଭାରତର ସଂକଳ୍ପକୁ ଆଗକୁ ବଢ଼ାଇବା ଦିଗରେ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ଆଜି ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଆନ୍ଧ୍ରପ୍ରଦେଶରେ ଆୟୋଜିତ ବିଶେଷ କାର୍ଯ୍ୟକ୍ରମରେ ଆନୁଷ୍ଠାନିକ ଭାବେ ସମଗ୍ର ଦେଶରେ 'ବିକଶିତ ଭାରତ- ଗ୍ୟାରେଣ୍ଟି ଫର୍ ରୋଜଗାର ଆଣ୍ଡ ଆଜୀବିକା ମିସନ (ଗ୍ରାମୀଣ)' [ଭିବି ଜି ରାମ ଜି] ର ଲୋକାର୍ପଣ କରିଛନ୍ତି।

ଏହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଦରବାର ହଲ୍ଠାରେ ଆୟୋଜିତ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ସାଗରିକା ସାହୁ, ଜିଲ୍ଲାପାଳ ଶ୍ରୀ ବିଶାଲ ସିଂହ, ବନଖଣ୍ଡ ଅଧିକାରୀ ଶ୍ରୀ ଏଚଡି ଧନରାଜ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ କୁମାର ନାଗଭୂଷଣ, ମାନ୍ୟବର ଚମ୍ପୁଆ ବିଧାୟକଙ୍କ ପ୍ରତିନିଧି ଶ୍ରୀ ସଂଜୀବ କୁମାର ବେହେରା, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସମେତ ପଞ୍ଚାୟତରାଜ ଅନୁଷ୍ଠାନର ସଦସ୍ୟମାନେ ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜାତୀୟ କାର୍ଯ୍ୟକ୍ରମର ସିଧାପ୍ରସାରଣ କରାଯାଇଥିଲା ।

ଏହି ସମାବେଶକୁ ସମ୍ବୋଧିତ କରି ଅତିଥିମାନେ ନିଜ ନିଜ ଅଭିଭାଷଣରେ ଏହି ବଡ଼ ସଂସ୍କାରର ପରିବର୍ତ୍ତନଶୀଳ ସାମର୍ଥ୍ୟ ଉପରେ ଗୁରୁତ୍ୱ ଦେଇ, ଭିବି-ଜିରାମଜି ର ଶୁଭାରମ୍ଭ କେନ୍ଦୁଝରର ଗ୍ରାମୀଣ ଅର୍ଥନୀତି ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ ସାବ୍ୟସ୍ତ ହେବ ବୋଲି ଆଶା ପ୍ରକଟ କରିଥିଲେ। କେବଳ ସ୍ୱଳ୍ପ ମିଆଦି ଆଶ୍ୱାସନାମୂଳକ କାର୍ଯ୍ୟ ଯୋଗାଇବା ଢାଞ୍ଚାରୁ ବାହାରି ସ୍ଥାୟୀ ସମ୍ବଳ ସୃଷ୍ଟି କରିବା ଦିଗରେ କାର୍ଯ୍ୟ କରୁଛୁ, ଯାହା ଆମ ଗ୍ରାମଗୁଡ଼ିକୁ ଆଗାମୀ ପିଢ଼ି ପର୍ଯ୍ୟନ୍ତ ଲାଭାନ୍ୱିତ କରିବ। ପ୍ରଶାସନିକ ନିରନ୍ତରତା ବିଷୟରେ ଜନସାଧାରଣଙ୍କୁ ଆଶ୍ୱାସନା ଦେଇ ଅତିଥିମାନେ ଆହୁରି ମଧ୍ୟ ଏହି ନୂତନ ବ୍ୟବସ୍ଥା ଲାଗୁ ହେବା ସମୟରେ ଆମ ଜିଲ୍ଲାର କୌଣସି ବି ଯୋଗ୍ୟ ଗ୍ରାମୀଣ ଶ୍ରମିକ ସମସ୍ୟାର ସମ୍ମୁଖୀନ ହେବେ ନାହିଁ। ବର୍ତ୍ତମାନର ସମସ୍ତ ଇ-କେୱାଇସି (e-KYC) ଯାଞ୍ଚ ହୋଇଥିବା ଜବ୍ କାର୍ଡ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ରହିବ ଏବଂ ପର୍ଯ୍ୟାୟକ୍ରମେ ନୂତନ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି କାର୍ଡ ବଣ୍ଟନ ଶେଷ ନହେବା ପର୍ଯ୍ୟନ୍ତ ଏହା ବୈଧ ରହିବ ବୋଲି କହିଥିଲେ।

ସୂଚନାଯୋଗ୍ୟ ଏହି ଅତ୍ୟାଧୁନିକ ବ୍ୟବସ୍ଥା ଭାରତର ଗ୍ରାମୀଣ ଶ୍ରମଶକ୍ତି ରଣନୀତିକୁ 'ବିକଶିତ ଭାରତ @୨୦୪୭' ସଂକଳ୍ପ ସହ ତାଳ ଦେଇ ଗଢ଼ି ତୋଳିବ, ଯାହା କେବଳ ମଜୁରୀ ଭିତ୍ତିକ ଅଧିକାର ବଦଳରେ ସ୍ଥାୟୀ ସମ୍ପତ୍ତି ସୃଷ୍ଟି ଉପରେ ଆଧାରିତ। ନୂତନ ଆଇନ ଅନୁଯାୟୀ, ବାର୍ଷିକ ସରକାରୀ କାର୍ଯ୍ୟ ଗ୍ୟାରେଣ୍ଟିକୁ ୧୦୦ ଦିନରୁ ୧୨୫ ଦିନକୁ ବୃଦ୍ଧି କରାଯାଇଛି ଏବଂ ଜାତୀୟ ସ୍ତରରେ ଦୈନିକ ସର୍ବନିମ୍ନ ମଜୁରୀ ୩୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ପ୍ରଶାସନିକ ବିଳମ୍ବକୁ ଏଡ଼ାଇବା ପାଇଁ ଏବେ ମଜୁରୀ ସାପ୍ତାହିକ କିମ୍ବା ପାକ୍ଷିକ (୧୫ ଦିନ) ଆଧାରରେ ସିଧାସଳଖ ପ୍ରଦାନ କରାଯିବ। ସ୍ଥାନୀୟ କୃଷି ଅର୍ଥନୀତିକୁ ସହାୟତା କରିବା ପାଇଁ ଏହି ଯୋଜନାରେ ଫସଲ ଅମଳର ମୁଖ୍ୟ ସମୟରେ ୬୦ ଦିନର ବାଧ୍ୟତାମୂଳକ କାର୍ଯ୍ୟ ବିରତି ବ୍ୟବସ୍ଥା ରଖାଯାଇଛି। ଆର୍ଥିକ ପରିଚାଳନା ଦୃଷ୍ଟିରୁ ଏହା କେନ୍ଦ୍ର ସରକାର ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ୬୦:୪୦ ଅନୁପାତର ଆର୍ଥିକ ଭାଗିଦାରୀରେ ପରିଚାଳିତ ହେବ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande