


ବଲାଙ୍ଗିର, 02 ଜୁଲାଇ (ହି.ସ.)ରେଳ ବିଭାଗ ଠାରୁ ବରପାଲି ରେଳ ଷ୍ଟେସନ ରେ ଯାନ ବାହାନ ପାର୍କିଂ ଠିକା ନେଇଥିବା ଠିକାଦାର ନିର୍ଦ୍ଧାରିତ ଦର ସର୍ବ ନିମ୍ନ ଦୁଇ /ତିନି ଚକ ଯାନ ସର୍ବ ନିମ୍ନ 5 ଟଙ୍କା ରୁ ସର୍ବାଧିକ 10 ହୋଇଥିବା ବେଳେ ଯାତ୍ରୀ 12 ଘଣ୍ଟା ରଖି. 7 ଟଙ୍କା ସ୍ତନରେ 20 ଟଙ୍କା ଦାବି ପରେ ଗୁଗୁଲ ପେ ରେ ଦେଇଥିବା ପ୍ରମାଣ ରହିଚି. ଲୋକଙ୍କ ଠାରୁ ଅଧିକ ମନ ମୁତାବକ ଅର୍ଥ ଆଦାୟ କରୁଥିବା ନେଇ ଯାତ୍ରୀ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ କୁ ଅଭିଯୋଗ କରିଥିଲେl. ଏହାକୁ ଆଧାର କରି ସମ୍ପୃକ୍ତ ଠିକାଦାର ନିର୍ଦ୍ଧାରିତ ଠାରୁ ଅଧିକ ନେଉଥିବା ରେଳ ବିଭାଗ ଦୃଷ୍ଟିକୁ ଅଣାଯାଇଥିଲା l ରେଳ ବିଭାଗ ସ୍ତାନୀୟ ସି ଆଇ ବରପାଲି ଠିକାଦାର ଗୋବିନ୍ଦ ବାଗ କୁ ଡାକି ଏହାର ତଦନ୍ତ କରିଥିଲେ ଭୁଲ କ୍ରମେ ଏହା ହୋଇଥିବା ସ୍ୱୀକାର କରି ଭବିଷ୍ୟତ ରେ ଏହାର ପୁନରାବୃତ୍ତି ହେବ ନାହିଁ ବୋଲି କହିଥିବା ବେଳେ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ କୁ ସ୍ୱୀକାରୋକ୍ତି ଦେଇ ଆଗକୁ ତ୍ରୁଟି ହେବନାହିଁ ବୋଲି ଲେଖିଛନ୍ତି. ଏହା ସତ୍ତ୍ୱେ ଆଜି ସୂଚନା ଫଳକ ବାହାର କରି ଦେଇଥିବା ଯୋଗୁଁ ଅସନ୍ତୋଷ ପ୍ରକାଶ ପାଇଛି.
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ