
କେନ୍ଦୁଝର, 02 ଜୁଲାଇ (ହି.ସ.)
କେନ୍ଦୁଝର ସାଂଗଠନିକ ଜିଲ୍ଲା ର ସମସ୍ତ ୪୫ ଗୋଟି ବିଜେପି ଯୁବ ମୋର୍ଚ୍ଚା ମଣ୍ଡଳ ସଭାପତି ମାନକର ନାମ ଘୋଷଣା ହୋଇଛି । ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡାଙ୍କ ର ଅନୁମୋଦନ କ୍ରମେ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ରୁଦ୍ର ପ୍ରସାଦ ବେହେରା ଗୁରୁବାର ଦିନ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ୪୫ ଟି ମଣ୍ଡଳର ଯୁବ ମୋର୍ଚ୍ଚା ସଭାପତିଙ୍କ ନାମ ଘୋଷଣା କରିଛନ୍ତି । ଘୋଷଣା କରାଯାଇଥିବା ଯୁବମୋର୍ଚ୍ଚା ମଣ୍ଡଳ ସଭାପତି ମାନେ ଜିଲ୍ଲାରେ ଯୁବ ସଂଗଠନ କୁ ମଜବୁତ କରିବା ସହିତ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନା କୁ ସାଧାରଣ ଜନତାଙ୍କ ପାଖରେ ପହଂଚାଇବା ସହିତ କିଭଳି ଏହାର ଲାଭ ଜିଲ୍ଲାବାସୀ ନେଇପାରିବେ ସେଥିପାଇଁ କାର୍ଯ୍ୟକ୍ରମ କରାଯିବ ବୋଲି ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ରୁଦ୍ରପ୍ରସାଦ ବେହେରା ପ୍ରକାଶ କହିଛନ୍ତି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA