ନକଲି କଫ୍ ସିରଫ୍ ବିକ୍ରି ଅଭିଯୋଗରେ ଜଣେ ଗିରଫ
ନକଲି କଫ୍ ସିରଫ୍ ବିକ୍ରି ଅଭିଯୋଗରେ ଜଣେ ଗିରଫ
ନକଲି କଫ୍ ସିରଫ୍ ବିକ୍ରି ଅଭିଯୋଗରେ ଜଣେ ଗିରଫ


ନକଲି କଫ୍ ସିରଫ୍ ବିକ୍ରି ଅଭିଯୋଗରେ ଜଣେ ଗିରଫ


ସମ୍ବଲପୁର, ୦୨, ଜୁଲାଇ (ହି.ସ.) ସମ୍ବଲପୁର ଜିଲ୍ଲା ହୀରାକୁଦ ଥାନା ଅନ୍ତର୍ଗତ ଲାରପଙ୍କ ଛକ ନିକଟରେ ଗୁରୁବାର ଅପରାହ୍ନ ସାଢ଼େ ୨ଟା ବେଳେ ପୋଲିସ ଚଢ଼ାଉ କରି ନକଲି ମିଶ୍ରିତ କଫ୍ ସିରପ ବିକ୍ରି କରୁଥିବା ଅଭିଯୋଗରେ ଜଣେ ଯୁବକଉ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ଲାରପଙ୍କ ଅଂଚଳର ପ୍ରକାଶ କୁମାର ଦାସ ବୋଲି ଜଣାପଡିଛି । ଗିରଫ ବେଳେ ଅଭିଯୁକ୍ତ ନିକଟରୁ ୧୫ ବୋତଲ କୋଡିନ୍ ଫସଫେଟ୍ ଓ ଟ୍ରିପ୍ରୋଲିଡିନ୍ ହାଇଡ୍ରୋକ୍ଲୋରାଇଡ୍ ଯୁକ୍ତ ୱିନସର୍କ୍ସ କଫ୍ ସିରପ, ୧୦ଟି ଖାଲି କଫ୍ ସିରପ ବୋତଲ, ୬ଟି ପ୍ଲାଷ୍ଟିକ୍ ଗ୍ଲାସ, କମଳା ରଙ୍ଗର ମିଶ୍ରିତ ତରଳ ଭର୍ତି ଏକ ପ୍ଲାଷ୍ଟିକ୍ ବୋତଲ, ଗୋଟିଏ ମୋବାଇଲ ଫୋନ୍ ଏବଂ ପ୍ରାୟ ୨୦ ଲିଟର ଦେଶୀ ମଦ ଜବତ କରାଯାଇଥିବା ଜଣାପଡିଛି। ଏହି ଘଟଣାରେ ହୀରାକୁଦ ଥାନାରେ ପୋଲିସ ୧୪୪/୨୬ରେ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ତଦନ୍ତ ଜାରି ରଖିଛି।

---------------

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande