
ଝାରସୁଗୁଡ଼ା, ୦୨ ଜୁଲାଇ (ହି.ସ.) ଝାରସୁଗୁଡ଼ା ସହରର ବାଲିଜୋରି ନିକଟସ୍ଥ ରେଳଧାରଣାରୁ ଗୁରୁବାର ଅପରାହ୍ନରେ ଜଣେ ୨୫ ବର୍ଷୀୟ ଯୁବକଙ୍କ ବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣକ ହେଲେ କୋଲାବିରା ବ୍ଲକ ରଘୁନାଥପାଲି ପାଇକପଡା ଗ୍ରାମର ସଦାନନ୍ଦ ଦଣ୍ଡସେନା।
ଝାରସୁଗୁଡ଼ା ଜିଆରପି ଥାନା ଅଧିକାରୀ ରେଶମା ଏକ୍କାଙ୍କ ସୂଚନା ଅନୁଯାୟୀ, ଗୁରୁବାର ଅପରାହ୍ନରେ ବାଲିଜୋରୀ ନିକଟରେ ଜଣେ ଯୁବକ ଟ୍ରେନ ଲାଇନ ରେ କଟି ପ୍ରାଣ ହରାଇଥିବା ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଂଚିଥିଲା। ଝାରସୁଗୁଡ଼ାରୁ ରାଉରକେଲା ଅଭିମୁଖେ ଯାଉଥିବା ମୌର୍ଯ୍ୟ ଏକ୍ସପ୍ରେସ ଧକ୍କାରେ ହିଁ ଯୁବକଙ୍କ ମୃତ୍ୟୁ ଘଟିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି। ଜିଆରପି ପୋଲିସ ମୃତଦେହ ଜବତ କରିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ତେବେ ଏହା ଏକ ଦୁର୍ଘଟଣା ନା ଆତ୍ମହତ୍ୟା, ସେ ନେଇ ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ଆଇଆଇସି ଏକ୍କା ପ୍ରକାଶ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ