
କନ୍ଧମାଳ , ୦୨ ଜୁଲାଇ (ହି.ସ.) -ପାଣିପାଗ ବିଭାଗ ର ପୂର୍ବାନୁମାନ ଅନୁଯାୟୀ କନ୍ଧମାଳ ଜିଲ୍ଲା ସଦରମହକୁମା ଫୁଲବାଣୀ ସମେତ ସମଗ୍ର ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ, ଜନଜୀବନ ପ୍ରଭାବିତ ହୋଇଛି। ଫଳରେ ଲୋକଙ୍କ ଯାତାୟାତ ତଥା ଦୈନନ୍ଦିନ ଜୀବନ ଉପରେ ବାଧା ସୃଷ୍ଟି ହୋଇଛି। ଏଥି ସହିତ ସ୍କୁଲକୁ ପଢିବା ପାଇଁ ଯାଉଥିବା ଛାତ୍ରଛାତ୍ରୀ ମାନଙ୍କ ଉପରେ ମଧ୍ୟ ଏହାର ଯଥେଷ୍ଟ ପ୍ରଭାବ ପକାଉଛି । ଏପରିକି ସେମାନଙ୍କୁ ନିଜ ନିଜ ବିଦ୍ୟାଳୟ ରେ ପହଞ୍ଚିବା ବେଳକୁ ସମ୍ପୁର୍ଣ୍ଣ ଭାବରେ ବର୍ଷା ରେ ଓଦା ହେବାକୁ ପଡୁଛି। ଏହାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲା ପାଳ ଶ୍ରୀ ବେଦ ଭୂଷଣ ଜିଲ୍ଳାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ପ୍ରଥମ ରୁ ଯୁକ୍ତ ଦୁଇ ଯାଏ ଆଜି ଓ ଆସନ୍ତା କାଲି ୨ ଓ ୩ ତାରିଖ ଛୁଟି ଘୋଷଣା କରିଛନ୍ତି l ତେବେ ଶିକ୍ଷକ ମାନେ ନିଜର ବିଦ୍ୟାଳୟ ରେ ଉପସ୍ଥିତ ରହିବାକୁ ନିର୍ଦ୍ଶ ଦେଇଛନ୍ତି l
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ