
ଜୟପୁର, 02 ଜୁଲାଇ (ହି.ସ.) ରୋଟାରୀ କ୍ଲବ୍ ଅଫ୍ ଜୟପୁର ପ୍ରାଇଡ୍ ତରଫରୁ ଜୟପୁରର ଛଅଜଣ ପ୍ରତିଷ୍ଠିତ ଡାକ୍ତରଙ୍କୁ ସେମାନଙ୍କର ନିଜ ଚେମ୍ବରକୁ ଯାଇ ସମ୍ମାନିତ କରି ଜାତୀୟ ଡାକ୍ତର ଦିବସ ପାଳନ କରିଥିଲା। ଏହି ଅବସରରେ ସମ୍ମାନିତ ହୋଇଥିବା ଡାକ୍ତରମାନେ ହେଲେ ଡା. ଏ.କେ.ପ୍ରୁଷ୍ଟି, ଡା. ଏସ.ଏସ. ମିଶ୍ର, ଡା. ଶତାବ୍ଦୀ ମିଶ୍ର, ଡା. ବି.ବି. ଜେନା, ଡା. ଏମ୍. ଭେଙ୍କଟ ଏବଂ ଡା. ସାର୍ଥକ ମିଶ୍ର।
୧ ଜୁଲାଇକୁ ଚାର୍ଟାର୍ଡ ଆକାଉଣ୍ଟଣ୍ଟସ ଦିବସ ଭାବେ ମଧ୍ୟ ପାଳନ କରାଯାଉଥିବାରୁ, କ୍ଲବ୍ ହିସାବରକ୍ଷଣ ପେଶାର ସଦସ୍ୟମାନଙ୍କୁ ସମ୍ମାନିତ କରି ସିଏ ଏନ୍. ଆନନ୍ଦ ରାଓ, ସିଏ ଜୟେଶ ରାଠୋଡ୍ ଏବଂ ସିଏ ଆନନ୍ଦ କୁମାର ମୁନ୍ଦ୍ରାଙ୍କୁ ସମ୍ମାନିତ କରି ନିଜର କୃତଜ୍ଞତା ପ୍ରକାଶ କରିଥିଲା।
ସମ୍ପୂର୍ଣ୍ଣ ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମଟି କ୍ଲବ୍ ପ୍ରେସିଡେଣ୍ଟ ରୋଟାରିଆନ୍ କlଳୁରାମ ପଣ୍ଡା ଏବଂ କ୍ଲବ୍ ସେକ୍ରେଟାରୀ ନରେଶ କୁମାର ମହାକୁଳଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ସକ୍ରିୟଭାବେ ଅଂଶଗ୍ରହଣ କରିଥିବା ଅନ୍ୟ ରୋଟାରିଆନ୍ମାନେ ହେଲେ ଜି.ଭି. ରାଓ, ରlମନାଥ ସାହୁ, ରlମହରି ପଣ୍ଡା, ସୁରେଶ ପାଣିଗ୍ରାହୀ, ରବି ନନ୍ଦ, ମୁରଲୀଧର ସlବତ, ରତ୍ନାକର ଚୌଧୁରୀ, ପ୍ରଭାକର ଚୌଧୁରୀ, ସଞ୍ଜୀବ ମିଶ୍ର ଏବଂ ଭି. ହରି ପ୍ରସାଦ ରାଓ।
ରୋଟାରୀ କ୍ଲବ୍ ଅଫ୍ ଜୟପୁର ପ୍ରାଇଡ୍ର ସଦସ୍ୟମାନଙ୍କର ଏହି ସୁଚିନ୍ତିତ ପଦକ୍ଷେପ ପାଇଁ ଡାକ୍ତରମାନେ ଏବଂ ଚାର୍ଟାର୍ଡ ଆକାଉଣ୍ଟାଣ୍ଟମାନେ ନିଜର ଖୁସି ଓ କୃତଜ୍ଞତା ପ୍ରକାଶ କରିଥିଲେ।
ସେହି ଅବସରରେ, ନବଗଠିତ ଇନର୍ ହ୍ୱିଲ୍ କ୍ଲବ୍ ଅଫ୍ ଜୟପୁର ମଧ୍ୟ ଡା. ନମ୍ରତା ମାଝୀ ଏବଂ ଡା. ଅର୍ଚ୍ଚନା ପ୍ରହରାଜଙ୍କୁ ସମ୍ମାନିତ କରି ଜାତୀୟ ଡାକ୍ତର ଦିବସ ପାଳନ କରିଥିଲା।କାର୍ଯ୍ୟକ୍ରମଟିକୁ ଇନର୍ ହ୍ୱିଲ୍ କ୍ଲବ୍ ପ୍ରେସିଡେଣ୍ଟ ଶ୍ରୀମତୀ ସି. ସାବିତ୍ରୀ ଏବଂ କ୍ଲବ୍ ସେକ୍ରେଟାରୀ ଶ୍ରୀମତୀ କିରଣବାଳା ସତପଥୀ ନେତୃତ୍ୱ ଦେଇଥିଲେ। କାର୍ଯ୍ୟକ୍ରମ ରେ ସୁଚେତା ସବତ, ଶ୍ରୀମତୀ ଭି. ଅନିତା ଏବଂ ରଶ୍ମିତା ପଣ୍ଡା ଉପସ୍ଥିତ ଥିଲେ l
---------------
ହିନ୍ଦୁସ୍ଥାନ ସମାଚାର / ପିକେପି