
ଭୁବନେଶ୍ୱର, ୦୨ ଜୁଲାଇ (ହି.ସ)- ଉତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତର ଓଡ଼ିଶା ଉପକୂଳରେ ଥିବା ଘୁର୍ଣ୍ଣବଳୟ ପ୍ରଭାବରେ, ଉତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ସହିତ ଜଡିତ ଘୂର୍ଣ୍ଣିବଳୟ ସମୁଦ୍ର ପତନଠାରୁ ୭.୬ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ଦକ୍ଷିଣ-ପଶ୍ଚିମ ଆଡ଼କୁ ଢଳି ରହିଛି। ଆଗାମୀ ୨-୩ ଦିନ ମଧ୍ୟରେ ଏହା ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି । ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।
ଳଘୁଚାପ ପ୍ରଭାବରେ ଜୁଲାଇ ୩ ତାରିଖରୁ ୮ ତାରିଖ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ଅନ୍ୟପକ୍ଷରେ ଗତ ୨୪ ଘଂଟା ମଧ୍ୟରେ ବରଗଡ଼ ଜିଲ୍ଲାର ଅମ୍ବାଭୋନା ଠାରେ ସର୍ବାଧିକ ୧୮ ସେମି ବର୍ଷା ରେକର୍ଡ କରାଯାଇଛି। ସେହିପରି ଯୁଜୁମୁରା (ସମ୍ବଲପୁର) ୧୩ ସେମି , ଅତାବିରା (ବରଗଡ଼) ୧୨ସେମି , ଭଟଲି (ବରଗଡ଼) ୧୧ସେମି , ବୀରମହାରାଜପୁର (ସୋନପୁର) ୧୧ସେମି , ଖଇରାମାଳ (ବୌଦ୍ଧ) ୧୦ସେମି , ଉଲୁଣ୍ଡା (ସୋନପୁର) ୯ସେମି , ବାଲିଗୁଡ଼ା (କନ୍ଧମାଳ) ୯ସେମି , ବୁର୍ଲା (ସମ୍ବଲପୁର) ୯ସେମି , ହୀରାକୁଦ (ସମ୍ବଲପୁର) ୮ସେମି , ଖପ୍ରାଖୋଲ (ବଲାଙ୍ଗୀର) ୮ସେମି , ମାଲକାନଗିରି (ମାଲକାନଗିରି) ୮ସେମି , ଖଜୁରୀପଡ଼ା (କନ୍ଧମାଳ) ୭ସେମି , ଯୋଡ଼ା (କେନ୍ଦୁଝର) ୭ସେମି , ଝାରସୁଗୁଡ଼ା (ଝାରସୁଗୁଡ଼ା) ୭ସେମି , ଫିରିଙ୍ଗିଆ (କନ୍ଧମାଳ) ୭ସେମି , କଟକ (କଟକ) ୭ସେମି , ସୋନପୁର (ସୋନପୁର) ୭ସେମି , ବରଗଡ଼ (ବରଗଡ଼) ୬ସେମି , ନିଶ୍ଚିନ୍ତକୋଇଲି (କଟକ) ୬ସେମି , ଚମ୍ପୁଆ (କେନ୍ଦୁଝର) ୬ସେମି , ମାଥ୍ଲି (ମାଲକାନଗିରି) ୬ ସେମି ଏବଂ କାଶୀପୁର (ରାୟଗଡ଼ା) ୬ସେମି ବର୍ଷା ରେକର୍ଡ ହୋଇଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା