
କନ୍ଧମାଳ , ୦୨ ଜୁଲାଇ (ହି.ସ.) - କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ତରଙ୍ଗ ଗାଁ ର ପ୍ରସିଦ୍ଧ ଭୋଲେଶ୍ୱର ଶିବ ମନ୍ଦିର ନିକଟରେ ଥିବା ଶୌଚାଳୟ ରେ ମରି ପଡ଼ିଥିବା ଜଣେ ନିଃସହାୟ ଭିକ୍ଷୁ ବୃଦ୍ଧଙ୍କ ଗଳିତ ଶବକୁ ଉଦ୍ଧାର କରି ଥାନା ଅଧିକାରୀ ଙ୍କ ସହ ଅନ୍ୟ କର୍ମଚାରୀ ମନେ ମିଶି ସ୍ଥାନୀୟ ସାମ୍ବାଦିକ ସୁବ୍ରତ ମହାନ୍ତିଙ୍କ ସହ ମିଶି ଉଠାଇ ନେଇ ବ୍ୟବଚ୍ଛେଦ ପାଇଁ ନେଇ ବ୍ୟବଛେଦ ପାଇଁ ପହଂଚାଇ ମହାନତା ର ପରିଚୟ ଦେଇଛନ୍ତି । ମୃତ ବୃଦ୍ଧ ଜଣକ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଷଣ୍ଢପଲ୍ଲୀ ଗାଁ ର ତ୍ରିନାଥ ପରିଡା ବୋଲି ଜଣାପଡ଼ିଥିବା ବେଳେ ସେ ଦୀର୍ଘ ଦିନ ହେଲା ତାଙ୍କ ଘର ଛାଡି ରତଙ୍ଗ ମନ୍ଦିର ନିକଟରେ ଭିକ୍ଷାବୃତି କରି ରହି ଆସୁଥିଲେ ଓ ତେବେ ଗୁରୁବାର ମନ୍ଦିର ପାଖରେ ଥିବା ଶୌଚାଳୟ ଭିତରେ ମରି ପଡ଼ିଥିବା ମନ୍ଦିରକୁ ଯାଇଥିବା କିଛି ଲୋକ ଦେଖି ପୋଲିସ କୁ ଖବର ଦେଇଥିଲେ ଓ ଖବର ପାଇବା ପରେ ଥାନା ଅଧିକାରୀ ମୁରଲୀଧର ସାହୁ ଙ୍କ ସହ ଥାନା ଏସଆଇ ଅଜୟ କୁମାର ସାହୁ ଘଟଣା ସ୍ଥଳରେ ପହଂଚି ଶବକୁ ନିଜେ ମୁଖ୍ୟ ରାସ୍ତାକୁ ବୋହି ଆଣି ଏକ ଆମ୍ବୁଲାନ୍ସ ରେ ବ୍ୟବଚ୍ଛେଦ ପାଇଁ ପଠେଇ ଦେଇ ଅଧିକ ତଦନ୍ତ ଜାରି ରଖିଛନ୍ତି ଓ ଏହି ଶବ ବୋହିବା କାର୍ଯ୍ୟରେ ପୋଲିସ କୁ ଅଂଚଳର ଜଣାଶୁଣା ସାମ୍ବାଦିକ ସୁବ୍ରତ ମହାନ୍ତି ସହଯୋଗ କରିଥିଲେ ଓ ସେପଟେ ପୋଲିସ ଏହି ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ମୃତ ବୃଦ୍ଧଙ୍କ ପରିବାର ଲୋକଙ୍କୁ ଖବର ଦେଇଥିବା ବେଳେ ପରିବାର ଲୋକେ ପହଂଚିଲେ ଶବକୁ ବ୍ୟବଚ୍ଛେଦ ପରେ ହସ୍ତାନ୍ତର କରାଯିବ ବୋଲି ଥାନା ଅଧିକାରୀ ମୁରଲୀ ଧର ସାହୁ ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ