ଚାନ୍ଦପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା
ଧର୍ମଶାଳା,୨ଜୁଲାଇ(ହି.ସ.) - ଯାଜପୁର ଜିଲା ରସୁଲପୁର ବ୍ଲକ ମହେଶ୍ୱରପୁର ପଂଚାୟତ ଅନ୍ତର୍ଗତ ଚାନ୍ଦପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ସୁସାହିତ୍ୟିକ ପ୍ରତାପ ରୁଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନଶିକ୍ଷ
ଚାନ୍ଦପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା


ଧର୍ମଶାଳା,୨ଜୁଲାଇ(ହି.ସ.) - ଯାଜପୁର ଜିଲା ରସୁଲପୁର ବ୍ଲକ ମହେଶ୍ୱରପୁର ପଂଚାୟତ ଅନ୍ତର୍ଗତ ଚାନ୍ଦପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ସୁସାହିତ୍ୟିକ ପ୍ରତାପ ରୁଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁବାଶ ଚନ୍ଦ୍ର ପାଢୀ ଓ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ଫସିଉଲ ହକ୍ ତାଙ୍କ ଚାକିରୀ କାଳରୁ ଅବସର ନେଇଛନ୍ତି । ତାଙ୍କ ଉଦ୍ଦେଶ୍ୟରେ ଏହି ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥିଭାବେ ରସୁଲପୁର ବ୍ଲକ ଏବିଇଓ ଡ. ପ୍ରଭଞ୍ଜନ ପତି,ମୁଖ୍ୟବକ୍ତାଭାବେ ଶିକ୍ଷାବିତ୍ ଡ. ଯୁଧିଷ୍ଠିର ଖଟୁଆ,ସମ୍ମାନୀତ ଅତିଥିଭାବେ ଶିକ୍ଷାବିତ୍ ଆଲାଉଦ୍ଧିନ୍ ଖାଁନ,ସେକ୍ ଅବଦୁଲ ହାକିମ୍,ମହେଶ୍ୱରପୁର ସରପଂଚ ଝରଣା ପାତ୍ର,କୋରାଇ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ସଭାପତି ବିଜୟ କୁମାର ଶତପଥୀ,ରସୁଲପୁର ବ୍ଲକ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ସଭାପତି ଅରୁଣ କୁମାର ସ୍ୱାଇଁ,ଶିକ୍ଷାବିତ୍ ତଥା କବି ବିଶ୍ୱନାଥ ପଣ୍ଡା,ରବୀନ୍ଦ୍ର କୁମାର ମିଶ୍ର,ପୂର୍ବତନ ପ୍ରଧାନଶିକ୍ଷକ ସୁଦର୍ଶନ ପଣ୍ଡା,ରାଜ୍ୟ ଶିକ୍ଷକ ସଂଘ ଉପଦେଷ୍ଠା ବିଜୟ କୁମାର ଦାସ,ଜଗବନ୍ଧୁ ଶତପଥୀ,ବିଜୟ କୁମାର ଭଦ୍ର,ହିମାଂଶୁ ଭୂଷଣ ପାଳ,ଦୀନବନ୍ଧୁ ତ୍ରିପାଠୀ, ରଂଜନ କୁମାର ବାରିକ୍ , ଅବିନାଶ ଆୟଚ ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି କନକଲତା ଦାସ ପ୍ରମୁଖ ଯୋଗ ଦେଇ ଦୁଇ ଶିକ୍ଷକଙ୍କ ଗୁଣଗାନ କରିବା ସହିତ ଶିକ୍ଷା ବିଦ୍ୟା ମନ୍ଦିରରେ ଶିକ୍ଷକମାନେ ଅନେକ ପ୍ରତିଭାମାନଙ୍କୁ ଗଢି ତୋଳିବା ସହିତ ଛାତ୍ରଛାତ୍ରୀମାନଙ୍କ ଉତମ ଚରିତ୍ର ଗଠନ କରିବାରେ ଶିକ୍ଷକମାନଙ୍କ ଭୁମିକାକୁ ଉଚ୍ଚ ପ୍ରଶଂସା କରିଥିଲେ । ପୂର୍ବତନ ବିଆରସିସି ପ୍ରଦୀପ କୁମାର ସାମଲ ମଂଚ ପରିଚାଳନାରେ ସହଯୋଗ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ସ୍ୱାଗତ ସଂଗୀତ ଗାନ କରାଯାଇଥିଲା । ଏହି ଅବସରରେ ବିଦ୍ୟାଳୟ , ପରିଚାଳନା କମିଟି , ଛାତ୍ରଛାତ୍ରୀ ଓ ପୁରାତନ ଛାତ୍ରଛାତ୍ରୀମାନଙ୍କ ଉଭୟ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ଅମାନତୁଲ୍ଲା,ଅଫଜଲ ଅଲ୍ଲୀ ଖାଁନ,ସେକ୍ କଲିମୁଲ୍ଲା, ଇନତିୟାଜ୍ ଖାଁନ,ସେକ୍ ନିଶାବ ରେହେମାନି,ପ୍ରୀତିମୟୀ ପଟ୍ଟନାୟକ,ପ୍ରତିଭା ଦାସ,ଦୀପାଞ୍ଜଳୀ ବେହେରା,ଗୀତାରାଣୀ ବେହେରା,ପବିତ୍ର କୁମାର ରଥ,ସେକ୍ ସଫିରୁଦ୍ଧିନ୍,ଚିନ୍ମୟ ଦଳାଇ ଓ ସେକ୍ ଗୁଲାମ ମୁସ୍ତାଫା ଖାଁନ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଶିକ୍ଷକ ବିରେଶ୍ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଏକ ବିଶାଳ ଶେଭାଯାତ୍ରାରେ ଦୁଇ ଶିକ୍ଷାବିତ୍୍ଙ୍କୁ ସେମାନଙ୍କ ବାସଭବନକୁ ପାଚ୍ଛୋଟି ନେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande