ନୂଆ ବହି ଛପା ପାଇଁ ପ୍ରସ୍ତୁତି ଆରମ୍ଭ
ଭୁବନେଶ୍ୱର, ୦୨ ଜୁଲାଇ (ହି.ସ)- ତ୍ରୁଟି ଶୂନ୍ୟ ନୂଆ ସ୍କୁଲ ବହି ଛପା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପାଇଁ ଗୁରୁବାର ଦିନ ଏସସିଇଆରଟି କାର୍ଯ୍ୟାଳୟରେ ଗଣଶିକ୍ଷା ମନ୍ତ୍ରୀ, ସଚିବ ଏବଂ ଓସେପା ନିର୍ଦ୍ଦେଶକଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ତ୍ରୁଟି ଥିବା ବହିକୁ ନେଇ ତର୍ଜମ
ନୂଆ ବହି ଛପା ପାଇଁ ପ୍ରସ୍ତୁତି ଆରମ୍ଭ


ଭୁବନେଶ୍ୱର, ୦୨ ଜୁଲାଇ (ହି.ସ)- ତ୍ରୁଟି ଶୂନ୍ୟ ନୂଆ ସ୍କୁଲ ବହି ଛପା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପାଇଁ ଗୁରୁବାର ଦିନ ଏସସିଇଆରଟି କାର୍ଯ୍ୟାଳୟରେ ଗଣଶିକ୍ଷା ମନ୍ତ୍ରୀ, ସଚିବ ଏବଂ ଓସେପା ନିର୍ଦ୍ଦେଶକଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ତ୍ରୁଟି ଥିବା ବହିକୁ ନେଇ ତର୍ଜମା କରାଯିବା ସହ ବିଭିନ୍ନ ପୁସ୍ତକ ମଗାଇ ଆଲୋଚନା କରାଯାଇଛି। ନୂଆ ବହି କେତେ ଶୀଘ୍ର ଛପାଯିବ ଓ କୋର୍ସ କଣ ରହିବ ସେନେଇ ବୈଠକରେ ଆଲୋଚନା କରାଯାଇଛି। ଏନେଇ ଏସସିଇଆରଟି ପକ୍ଷରୁ ମନ୍ତ୍ରୀ, ସଚିବଙ୍କୁ ପ୍ରେଜେେଂଟସନ ଦିଆଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande