ଫୁଲବାଣୀରେ ଡାକ୍ତରଙ୍କ ଏଗାର ଦଫା ଦାବିନେଇ କାର୍ଯ୍ୟବନ୍ଦ ଆନ୍ଦୋଳନ, ରୋଗୀସେବା ବ୍ୟାହତ
Doctor s Strike in Phulbani patients in trouble
ଫୋଟ


କନ୍ଧମାଳ , ୦୨ ଜୁଲାଇ (ହି.ସ.)- ଓଡିଶାରେ ସ୍ବାସ୍ଥ୍ୟସେବା ବ୍ୟବସ୍ଥାକୁ ସୁଦୃଢ କରିବା ଏବଂ ସରକାରୀ ଡାକ୍ତରଙ୍କ ଅଧିକାର ଏବଂ କଲ୍ୟାଣକୁ ସୁରକ୍ଷା ଦେବାପାଇଁ ୧୦ ସୂତ୍ରୀ ଦାବିପତ୍ର ସହ ୧ ଜୁଲାଇ ୨୦୨୬ ଜାତୀୟ ଡାକୁର ଦିବସରେ ରାଜ୍ୟବ୍ୟାପୀ ଓଡିଶା ମେଡିକାଲ ସର୍ଭିସେସ ଆସୋସିଏସନ (ଓମସା), ତାର ପ୍ରତିବାଦକୁ ପୂର୍ଣ ସମର୍ଥନ ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଏହି କ୍ରମରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ର ଡାକ୍ତର ମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ମୁଖ୍ୟ ଦାବୀ ଗୁଡିକ ହେଲା : (ଓଏମ୍ ଏସ୍ ଏଚ୍) ଦରମା ଗଠନ ସଂଶୋଧନ ଏବଂ ସୁର- ୧୫ ପୂର୍ବ ସର୍ଭାବଳୀର ଉଚ୍ଛେଦ ସହିତ ଯୋଗ୍ୟତା ତାରିଖରୁ କେନ୍ଦ୍ରୀୟ (ଡିଏସିପି) ହାରରେ ଭତ୍ତା ପ୍ରଦାନ କରିବା, ସମସ୍ତ ଗ୍ରେଡ ପାଇଁ ପର୍ଯ୍ୟାପ୍ତ ପ୍ରୋତ୍ସାହନ ମୂଳକ ସୁଯୋଗ ସୁନିଶ୍ଚିତ କରିବା

ପାଇଁ କ୍ୟାଡର ପୁନର୍ଗଠନ କରିବା, (ଓଏମ୍ଏଚ୍ଏସ୍) କ୍ୟାଡର ଓ ଡେଣ୍ଟାଲ କ୍ୟାଡରଙ୍କ ପାଇଁ ସମାନ ସୁବିଧା ସହିତ ବିଶେଷଜ୍ଞ ସୁପର-ସ୍ପେଶାଲିଷ୍ଟ ଡିପ୍ଲୋମା ଧାରକ, ପ୍ରଶାସକ ଏବଂ ପୋଷ୍ଟମର୍ଟମ ଡ୍ୟୁଟି ପାଇଁ ବର୍ଦ୍ଦିତ ପ୍ରୋତ୍ସାହନ ଦେବା, ନିର୍ଦ୍ଧାରିତ କାର୍ଯ୍ୟକାଳ ସମାପ୍ତ ହେବା ପରେ କେବିକେ, କେବିକେ+, ଏବଂ ଟି. ଏସ୍ ପି ଅଞ୍ଚଳରୁ ସମୟାନୁସାରେ ପ୍ରସ୍ଥାନ ସୁନିଶ୍ଚିତ କରୁଥିବା ଏକ ସ୍ବଚ୍ଛ ଏବଂ ସମୟସୀମାବଦ୍ଧ ସ୍ଥାନାନ୍ତର ନୀତି । ଡିଏସିପି ର ସମ୍ପ୍ରସାରଣ, କ୍ୟାଡର ପୁନର୍ଗଠନ ଏବଂ ଡେଣ୍ଡାଲ କ୍ୟାଡରମାନଙ୍କୁ ସମାନ ପ୍ରୋତ୍ସାହନ। କ୍ୟାପିଟାଲ ହସପିଟାଲ- ॥ ପ୍ରତିଷ୍ଠା ସମେତ

ସ୍ବାସ୍ଥ୍ୟସେବା ଭିଭିଭୂମିକୁ ସୁଦୃଢ କରିବା । ନିୟମିତ (ଓ ପି ଏସ୍ ସି) ନିଯୁକ୍ତି ଏବଂ ସମୟାନୁସାରେ ବିଭାଗୀୟ ପଦୋନ୍ନତି କମିଟି (ଡିପିସି) ବୈଠକ । ସ୍ବାସ୍ଥ୍ୟସେବା ପ୍ରତିଷ୍ଠାଗୁଡିକରେ ଦୃଢ ଆଇନଗତ ସୁରକ୍ଷା ଏବଂ ବନ୍ଧିତ ସୁରକ୍ଷା ବ୍ୟବସ୍ଥା ମାଧ୍ୟମରେ ଡାକୁରମାନଙ୍କ ପାଇଁ ଉନ୍ନତ ସୁରକ୍ଷା ଏବଂ ନିରାପତ୍ତା ବ୍ୟବସ୍ଥା, ଆଡହକ ଡାକୁରମାନଙ୍କୁ ନିୟମିତ କରିବା ଏବଂ (ଡି ଏ ସି ପି) ସୁବିଧା ଚୁକ୍ତିଭିତ୍ତିକ ଓ ଆଡହକ ଡାକୁରଙ୍କୁ ପ୍ରଦାନ । ସମସ୍ତ ଡାକ୍ତର ଏବଂ ସ୍ବାସ୍ଥ୍ୟ ସେବା କର୍ମଚାରୀଙ୍କ ପାଇଁ ବ୍ୟାପକ ସ୍ବାସ୍ଥ୍ୟ ବୀମା କଭରେଜ । ଚୁକ୍ତିଭିଭିକ ଡାକ୍ତରଙ୍କ ମାସିକ ଦରମା ବୃଦ୍ଧି । ଏହି ଦାବିଗୁଡିକ ଯଥାର୍ଥ, ବହୁ ଦିନରୁ ପ୍ରତୀକ୍ଷିତ ତଥା ରାଜ୍ୟବ୍ୟାପୀ ସେବା ପ୍ରଦାନ ଏବଂ ଡାକ୍ତରମାନଙ୍କ ମନୋବଳକୁ ଉନ୍ନତ କରିବା ପାଇଁ ଓ ଗୁଣାତ୍ମକ ସ୍ବାସ୍ଥ୍ୟସେବା ଯୋଗାଣ ନିଶ୍ଚିତ କରିବତେଣୁ ଓମଶା ପକ୍ଷରୁ ସରକାରଙ୍କୁ ନିବେଦନ କରି ଦୀର୍ଘକାଳୀନ ସମସ୍ୟାଗୁଡିକୁ ସମାଧାନ କରିବା ପାଇଁ ଅନୁରୋଧ କରିଛନ୍ତି। ଆଜି ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ଠାରେ କନ୍ଧମାଳ ଓମଶା ସଭାପତି ଡ଼ା. କଳ୍ପନା ଦଳେଇ ଓ ସମ୍ପାଦକ ଡ଼ା.ସୁନୀଲ ବେହେରା ଙ୍କ ନେତୃତ୍ବ ରେ ସମସ୍ତ ଡାକ୍ତର କାର୍ଯ୍ୟ ବନ୍ଦ ଆନ୍ଦୋଳନ ୧.୭.୨୦୨୬ ଠାରୁ ଆରମ୍ଭ କରିଛନ୍ତି। ରୋଗୀସେବା ବ୍ୟାହତ ହେବାରୁ ମେଡିକାଲ କଲେଜ ର ଡାକୁର ଓ କିଛି ଚୁକ୍ତି ଭିତିକ ଡାକ୍ତର ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ରେ ରୋଗୀ ସେବା ଯୋଗାଇ ଦେଉଥିବା ମେଡିକାଲ ପକ୍ଷରୁ କୁହାଯାଇଛି।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande