
ଜୟପୁର, 02 ଜୁଲାଇ (ହି.ସ.) -କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଅଞ୍ଚଳରେ ଲଗାତାର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପ୍ରବଳ ବର୍ଷାରେ ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ି ରାସ୍ତା ଅବରୋଧ ସୃଷ୍ଟି ହୋଇଛି। ସେହିପରି ଅନେକ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଗୁଡିକ ବଙ୍କା ହୋଇଯାଇଥିବାରୁ ବିଦ୍ୟୁତ ସେବା ମଧ୍ୟ ପ୍ରଭାବିତ ହୋଇଛି। ଲଗାତାର ବର୍ଷାର ପ୍ରଭାବରେ ଯୋଗୁ ଅନକାଡେଲି DAV ସ୍କୁଲ ରାସ୍ତା ଉପରେ ଗଛ ଭାଙ୍ଗି ଯାଇଛି l ଫଳରେ ରାସ୍ତା ଅବରୋଧ ହୋଇଥିବା ଦେଖିବାକୁ ମିଳିଛି l ରାସ୍ତା ଅବରୋଧ ଯୋଗୁ ଯାତାୟାତ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି। ତା ସହ କେତେକ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଗୁଡିକ ମଧ୍ୟ ବଙ୍କା ହୋଇଯାଇଛି,ବିଦ୍ୟୁତ ଯୋଗାଣ ବ୍ୟାହତ ହୋଇଛି। ସ୍ଥାନୀୟ ଲୋକେ ଗଛ କାଟି ରାସ୍ତା ସଫା କରୁଥିବା ଦେଖିବାକୁ ମିଳିଛି
---------------
ହିନ୍ଦୁସ୍ଥାନ ସମାଚାର / ପିକେପି