ଦୁଇ କୋଟି ରୁ ଉର୍ଦ୍ଧ୍ୱ ଟଙ୍କାର ବେୟଅଟକଳ ରେ ଏକାମ୍ର କଲେଜ ରେ ଭୂମି ପୂଜନ କଲେ ବିଧାୟକ
Bhubaneswar, 20 ଜୁଲାଇ (ହି.ସ.) *ସମସ୍ତେ ମିଳିମିଶି ଆମ ଏକାମ୍ର ମହାବିଦ୍ୟାଳୟ କୁ ବିକଶିତ କରିବା ଅଭିମୁଖେ ଆଗେଇ ନେବାକୁ ଆମେ ସଂକଳ୍ପ ନେବା: ବାବୁ ସିଂ* •କେ.ଜି. ରୁ ପି.ଜି ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମାଗଣା ଶିକ୍ଷା ପ୍ରଦାନ କରୁଛନ୍ତି ଲୋକଙ୍କ ସରକାର ଆଜି ଏକାମ୍ର ନିର୍ବାଚନ
ଦୁଇ କୋଟି ରୁ ଉର୍ଦ୍ଧ୍ୱ ଟଙ୍କାର ବେୟଅଟକଳ ରେ ଏକାମ୍ର କଲେଜ ରେ ଭୂମି ପୂଜନ କଲେ ବିଧାୟକ


Bhubaneswar, 20 ଜୁଲାଇ (ହି.ସ.)

*ସମସ୍ତେ ମିଳିମିଶି ଆମ ଏକାମ୍ର ମହାବିଦ୍ୟାଳୟ କୁ ବିକଶିତ କରିବା ଅଭିମୁଖେ ଆଗେଇ ନେବାକୁ ଆମେ ସଂକଳ୍ପ ନେବା: ବାବୁ ସିଂ*

•କେ.ଜି. ରୁ ପି.ଜି ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମାଗଣା ଶିକ୍ଷା ପ୍ରଦାନ କରୁଛନ୍ତି ଲୋକଙ୍କ ସରକାର

ଆଜି ଏକାମ୍ର ନିର୍ବାଚନ ମଣ୍ଡଳୀ ସ୍ଥିତ ଏକାମ୍ର ମହାବିଦ୍ୟାଳୟ ରେ ପିମ୍ ଉଷା ଅନୁଦାନ ରେ ଦୁଇ କୋଟି ରୁ ଉର୍ଦ୍ଧ୍ୱ ଟଙ୍କାର ବେୟଅଟକଳ ରେ ଏକ ବାଣିଜ୍ୟ ଭବନ ର ଭୂମି ପୂଜନ କଲେ ବିଧାୟକ ବାବୁ ସିଂ।ଭୂମି ପୂଜନ ଉତ୍ସବ ରେ ଏକାମ୍ର ବିଧାୟକ ବାବୁ ସିଂ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହି ପ୍ରକଳ୍ପ ଆନୁଷ୍ଠାନିକ ଭାବେ ଶୁଭ ଦେଇଥିଲେ।ଏହି ଅବସରରେ ବିଧାୟକ ବାବୁ ସିଂ କହିଛନ୍ତି ଯେ ,ପ୍ରଗତି ପଥେ ଆମ ଏକାମ୍ର ନିର୍ବାଚନ ମଣ୍ଡଳୀ। ଆଜି ଏକାମ୍ର ନିର୍ବାଚନ ମଣ୍ଡଳୀର ସ୍ଥିତ ଏକାମ୍ର ମହାବିଦ୍ୟାଳୟ ରେ ଉଷା ଅନୁଦାନ ରେ ଦୁଇ କୋଟି ରୁ ଉର୍ଦ୍ଧ୍ୱ ଟଙ୍କାର ବେୟଅଟକଳ ର ବାଣିଜ୍ୟ ଭବନ ପ୍ରକଳ୍ପ ର ଭୂମି ପୂଜନ କରିଲୁ।ବିକାଶର ଅନ୍ୟନାମ ବିଜେପି ଓଡ଼ିଶା ପ୍ରଦେଶର ଶାସନ ବ୍ୟବସ୍ଥା ପରିବର୍ତନ ପରେ ବିଜେପି ଏକାକୀ ସରକାର ଗଠନ କରି ଗତ କିଛି ମାସ ମଧ୍ୟରେ ଏକାମ୍ର ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ବିଶ୍ୱାସଭାଜନ ହୋଇପାରିଛି ।ରାଜ୍ୟରେ ଡବଲଇଞ୍ଜିନ ସରକାରଙ୍କ ଅନେକ ଜନହିତକାରି, ଗରିବ କଲ୍ୟାଣକାରୀ, ଜନକଲ୍ୟାଣକାରୀ, ସର୍ବବ୍ୟାପି, ସର୍ବସ୍ପର୍ଶୀ ବିକାଶମୂଳକ କାର୍ଯ୍ୟ ରେ ଜନସାଧାରଣ ଉପକୃତ ହେଉଛନ୍ତି।ଏକାମ୍ର ନିର୍ବାଚନ ମଣ୍ଡଳୀର ସମସ୍ତ ଜନସାଧାରଣ ମିଳିମିଶି ଲୋକଙ୍କ ମୌଳିକ ସମସ୍ୟାର ସମାଧାନ କରି ଏକାମ୍ର ନିର୍ବାଚନ ମଣ୍ଡଳୀ ଓ ରାଜ୍ୟ କୁ ବିକଶିତ କରିବା ଅଭିମୁଖେ ଆଗେଇ ନେବାକୁ ଆମେ ସଂକଳ୍ପ ନେବା ।ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଉପରେ ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ଦିନକୁ ଦିନ ବଢ଼ିଚାଲିଛି ବୋଲି ବିଧାୟକ ଶ୍ରୀ ସିଂ କହିଛନ୍ତି ।କେ.ଜି. ରୁ ପି.ଜି ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମାଗଣା ଶିକ୍ଷା ପ୍ରଦାନ କରୁଛନ୍ତି ଲୋକଙ୍କ ସରକାର।ଏକାମ୍ର ମହାବିଦ୍ୟାଳୟ କୁ ସର୍ବଦା ପୂର୍ବ ସରକାର ଅବହେଳିତ କରି ଆସୁଥିଲେ ମାତ୍ର ଲୋକଙ୍କ ସରକାର ରେ ଶିକ୍ଷା କୁ ଗୁରୁତ୍ୱ ଦିଆ ଯାଉଛି।କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସର୍ବଦା ଓଡିଶା ପ୍ରତି ଶିକ୍ଷା କ୍ଷେତ୍ର ରେ ଅଧିକରୁ ଅଧିକ ପାଣ୍ଠି ସହଯୋଗ କରିଆସୁଛନ୍ତି।ଆଜିର ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ବ୍ଲକ ଅଧକ୍ଷା ନିରୁପମା ସାହୁ,ୱାର୍ଡ଼ ନଂ ୬୭ କର୍ପୋରେଟର ମଧୁସ୍ମିତା ପ୍ରଧାନ,ଏକାମ୍ର ମହାବିଦ୍ୟାଳୟ ଅଧକ୍ଷା ଡ଼. ରାଜଶ୍ରୀ ମହାନ୍ତି,ସ୍ଥାନୀୟ ନେତୃତ୍ୱ ପ୍ରଶାନ୍ତ ପ୍ରଧାନ ,ସୁରେନ୍ଦ୍ର ପ୍ରଧାନ,ସୁରୀୟକାନ୍ତ ସାହୁ,ସମସ୍ତ ପ୍ରଶାସନିକ ଅଧିକାରୀ ଓ ଏକାମ୍ର ମହାବିଦ୍ୟାଳୟ ର ଅଧ୍ୟାପକ ଅଧ୍ୟାପିକା ଙ୍କ ସମେତ ବହୁ ସଂଖ୍ୟକ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande