ନନ୍ଦିଘୋଷ ରଥକାଠ ଭାଙ୍ଗିଲେ ମା ଲକ୍ଷ୍ମୀ
ପୁରୀ, ୨୦ ଜୁଲାଇ (ହି.ସ.)- ନବଦିନାତ୍ମକ ରଥଯାତ୍ରାର ପଂଚମ ଦିବସରେ ସୋମବାର ରାତିରେ ତିଥି ଅନୁଯାୟୀ ହେରାପଂଚମୀ ନୀତି ଅନୁଷ୍ଠିତ ହୋଇଛି । ନନ୍ଦିଘୋଷ ରଥକାଠ ଭାଙ୍ଗିଛନ୍ତି କ୍ରୋଧ ଜର୍ଜ୍ଜରିତ ମା ଲକ୍ଷ୍ମୀ । ମହାପ୍ରଭୁଙ୍କ ରଥଯାତ୍ରାରେ ମାନବୀୟଲୀଳା ଦେଖିବାକୁ ମିଳିଥାଏ । ଶ୍ରୀଜଗନ୍ନାଥ ଏତେ ବଡ଼ ଘ
ନନ୍ଦିଘୋଷ ରଥକାଠ ଭାଙ୍ଗିଲେ ମା ଲକ୍ଷ୍ମୀ


ପୁରୀ, ୨୦ ଜୁଲାଇ (ହି.ସ.)- ନବଦିନାତ୍ମକ ରଥଯାତ୍ରାର ପଂଚମ ଦିବସରେ ସୋମବାର ରାତିରେ ତିଥି ଅନୁଯାୟୀ ହେରାପଂଚମୀ ନୀତି ଅନୁଷ୍ଠିତ ହୋଇଛି । ନନ୍ଦିଘୋଷ ରଥକାଠ ଭାଙ୍ଗିଛନ୍ତି କ୍ରୋଧ ଜର୍ଜ୍ଜରିତ ମା ଲକ୍ଷ୍ମୀ ।

ମହାପ୍ରଭୁଙ୍କ ରଥଯାତ୍ରାରେ ମାନବୀୟଲୀଳା ଦେଖିବାକୁ ମିଳିଥାଏ । ଶ୍ରୀଜଗନ୍ନାଥ ଏତେ ବଡ଼ ଘୋଷଯାତ୍ରାରେ ବାହାରି ନିଜ ସ୍ତ୍ରୀ ମା ଲକ୍ଷ୍ମୀଙ୍କୁ ନନେଇ ଭାଇଭଉଣୀଙ୍କୁ ସାଙ୍ଗରେ ଧରି ଜନ୍ମବେଦିକୁ ରଥଯାତ୍ରାରେ ଯାଇଛନ୍ତି । ଏହି ପ୍ରସଙ୍ଗକୁ ନେଇ ମା ଲକ୍ଷ୍ମୀ ରାଗରେ ଜର୍ଜରିତ ହୋଇ ମା ବିମଳାଙ୍କୁ ସମସ୍ତ ଘଟଣା ଜଣାଇଥିଲେ । ମା ବିମଳାଙ୍କ ପରାମର୍ଶ କ୍ରମେ ମା ଲକ୍ଷ୍ମୀ ମୋହଚୁର୍ଣ୍ଣ ଧରି ଆଜି ହେରାପଂଚମୀରେ ସନ୍ଧ୍ୟା ଆଳତୀ ପରେ ବିମାନରେ ପଟୁଆରରେ ଶ୍ରୀମନ୍ଦିରରୁ ବାହାରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ଶ୍ରୀଗୁଣ୍ଡିଚା ମନ୍ଦରକୁ ମହାଲକ୍ଷ୍ମୀ ଯିବାବେଳେ ମହାପ୍ରଭୁଙ୍କ ଠାରୁ ମୁଖଚୁମ୍ବିତ ଅଧରମାଳ ମହାଲକ୍ଷ୍ମୀଙ୍କୁ ପ୍ରଦାନ କରାଯାଇଥିଲା । ଦର୍ଶନ ସମୟରେ ଶ୍ରୀଜଗନ୍ନାଥ ଶ୍ରୀମନ୍ଦିର ଫେରିବା ପାଇଁ ମା ଲକ୍ଷ୍ମୀ ମୋହଚୁର୍ଣ୍ଣ ପକାଇଥିଲେ । ବାଟରେ ଦେଢଶୁର ଥିବାରୁ ମା ଲକ୍ଷ୍ମୀଙ୍କୁ ଚାଲିଯିବାକୁ କହି ଶ୍ରୀଜଗନ୍ନାଥଙ୍କ ଆଦେଶମତେ ମୁଖ୍ୟ ଦ୍ୱାର ବନ୍ଦ କରି ଦେଇଥିଲେ । ଏଥିରେ ଅପମାନିତ ହୋଇ ମା ଲକ୍ଷ୍ମୀ କ୍ରୋଧରେ ଜର୍ଜ୍ଜରିତ ହୋଇ ନନ୍ଦିଘୋଷ ରଥ ନିକଟକୁ ଆସି ରଥକାଠ ଭାଙ୍ଗି ବିଳମ୍ବିତ ରାତିରେ ହେରାଗୋହିରି ସାହିବାଟେ ଶ୍ରୀମନ୍ଦିରକୁ ଫେରିଥିଲେ । ନନ୍ଦିଘୋଷ ରଥ ନିକଟରେ ମହାଲକ୍ଷ୍ମୀ ପହଂଚିବା ପରେ ପତି ମହାପାତ୍ର ସେବାୟତ କର୍ପୂର ବନ୍ଦାପନା, ବଳିତା ବନ୍ଦାପନା, ଚାଉଳ ବନ୍ଦାପନା ଇତ୍ୟାଦି କରିଥିଲେ ।

ଏହି ପରମ୍ପରା ବହୁବର୍ଷ ଧରି ଚାଲି ଆସୁଛି । ଏହାକୁ ହେରାପଂଚମୀ, ହେରା ଉତ୍ସବ ବା ଲକ୍ଷ୍ମୀ ବିଜୟ ଉତ୍ସବ କୁହାଯାଏ । ଏହି ନୀତିକୁ ପାଳିଆ, ପୁଷ୍ପପାଳକ, ଚାଙ୍ଗଡ଼ା, ମେକାପ, ପୂଜାପଣ୍ଡା, ମୁଦୁଲି, ମହାଜନ, ବିମାନବଡ଼ୁ, ପତ୍ରୀ, ଭିତରଚ୍ଛ ମହାପାତ୍ର, ବରାଗଡ଼ୁ ଆଦି ସେବକମାନେ ନୀତି ମୁତାବକ ସେବା ସମ୍ପାଦନ କରିଥିଲେ । ଭଣ୍ଡାରଘରୁ ମା ଲକ୍ଷ୍ମୀଙ୍କୁ ମାଜଣ କରାଯିବା ପରେ ଶ୍ରୀମୁଖସିଂହାର କରାଯାଇଥିଲା । ଭଣ୍ଡାରଘରୁ ପାଟଶାଢି, ଅଳଙ୍କାର ଅଣାଯାଇ ମାଙ୍କୁ ବେଶ କରାଯାଇଥିଲା । ବଟମୂଳେ ଥିବା ବିମାନରେ ମା ଲକ୍ଷ୍ମୀ ବିଜେ କରି ସିଂହଦ୍ୱାର ଦେଇ ବଡ଼ଦାଣ୍ଡରେ ଆସି ଗୁଣ୍ଡିଚା ମନ୍ଦିର ନନ୍ଦିଘୋଷ ନିକଟରେ ଅଟକି ଥିଲେ । ରଥ ନିକଟରେ ପ୍ରସାଦଲାଗି, ବନ୍ଦାପନା, ଆଲଟଚାମର ନୀତି, ଘଷାବିଡ଼ିଆ ଓ ଦହି ପଟି ଲାଗି ହୋଇଥିଲା ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande