
ଜୟପୁର, 20 ଜୁଲାଇ (ହି.ସ.) ଜୟପୁର ରଥଯାତ୍ରା ରେ ବାଙ୍କମଠ ଆଡପମଣ୍ଡପ ଠାରେ ସୋମବାର ହେରା ପଞ୍ଚମି ଅବସରରେ ବହୁ ଜନସମାଗମ ହୋଇଥିଲା । ଶ୍ରୀ ଜିଉ ବଳଭଦ୍ର ନରସିଂହ ଓ ଜଗନ୍ନାଥ ନାରାୟଣ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ସଂନ୍ଧ୍ୟାଅଳତି ଦେଖିବା ପାଇଁ ଭକ୍ତଙ୍କ ଭିଡ ଜମିଥିଲା ।ଏପଟେ ରାଗ ଜର୍ଜରିତ ଅଭିମାନିନି ଲକ୍ଷ୍ମୀ ଶ୍ରୀ ମନ୍ଦିରରୁ ବିମାନ ଯୋଗେ ବାହାରି ବାଙ୍କମଠ ରେ ପହଞ୍ଚି ସେଠାରେ ବଚନିକ ପାଠ କରାଯାଇଥିଲା ପରେ ରଥକୁ ଭାଙ୍ଗିଥିଲେ । ଏହି ଦୃଶ୍ୟ ଦେଖିବା ପାଇଁ ପ୍ରବଳ ଜନସମାଗମ ହୋଇଥିଲା । ଦେବୋତ୍ତର ିବଭାଗ ତରଫରୁ ସବୁ ବ୍ୟବସ୍ଥା କରାଯିବା ସହ କ୍ଷିରି ଖେଚୁଢି, କାକରା, ଭଜା, ଆରିଶା ତରକାରି ଆଦି ପ୍ରଭୁଙ୍କ ନିକଟରେ ଭୋଗ ଲାଗି କରାଯାଇ ସ୍ୱତନ୍ତ୍ର ପୁଜା କରାଯାଇଥିଲା । ସଂନ୍ଧ୍ୟାରେ ପ୍ରଭୁଙ୍କ ଅବତାର ଦେଖିବା ପାଇଁ ବହୁ ଜନସମାଗମ ହୋଇଥିବା ବେଳେ ପୋଲିସ ତରଫରୁ ଶାନ୍ତି ଶ୍ୃୁଙ୍ଖଳା ରକ୍ଷା କରାଯାଇଥିବା ବେଳେ ଜଗନ୍ନାଥଙ୍କ ମୁଖ୍ୟ ପୁଜକ ଡମ୍ବୁର ଧର ପଣ୍ଡା ଓ ଜଗନ୍ନାଥ ତ୍ରିପାଠି ସମସ୍ତ ନିତିକାନ୍ତ ତୁଲାଇଥିଲେ । ସେହିପରି ପୁରୁଣାଗଡ ଆଡପ ମଣ୍ଡପରେ ମଧ୍ୟ ଶ୍ରୀ ଜିଉଙ୍କ ବେଶ କରାଯାଇଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି