ଗାଜିଆବାଦ ମାଲଗାଡ଼ି ଦୁର୍ଘଟଣା: ଏପର୍ଯ୍ୟନ୍ତ ୧୯ଟି ଟ୍ରେନ୍ ବାତିଲ୍, ୯୦ରୁ ଅଧିକ ଟ୍ରେନ୍ ପ୍ରଭାବିତ
ନୂଆଦିଲ୍ଲୀ, ୨୧ ଜୁଲାଇ (ହି.ସ.) ଗାଜିଆବାଦ-ନୂଆଦିଲ୍ଲୀ ରେଳମାର୍ଗରେ ମାଲଗାଡ଼ିର ଛଅଟି ଭର୍ତି ଡବା ଲାଇନଚ୍ୟୁତ ହେବା ପରେ ଉତର ରେଳବାଇର ପରିଚାଳନା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସାମାନ୍ୟ ହୋଇପାରିନାହିଁ। ଏହି ଦୁର୍ଘଟଣା କାରଣରୁ ଏପର୍ଯ୍ୟନ୍ତ ୧୯ଟି ଟ୍ରେନ୍ ବାତିଲ୍ କରାଯାଇଛି, ଯେଉଁଥିରେ ଆଠଟି ଡାଉନ୍ ଏ
ଗାଜିଆବାଦ ମାଲଗାଡ଼ି ଦୁର୍ଘଟଣା: ଏପର୍ଯ୍ୟନ୍ତ ୧୯ଟି ଟ୍ରେନ୍ ବାତିଲ୍, ୯୦ରୁ ଅଧିକ ଟ୍ରେନ୍ ପ୍ରଭାବିତ


ନୂଆଦିଲ୍ଲୀ, ୨୧ ଜୁଲାଇ (ହି.ସ.) ଗାଜିଆବାଦ-ନୂଆଦିଲ୍ଲୀ ରେଳମାର୍ଗରେ ମାଲଗାଡ଼ିର ଛଅଟି ଭର୍ତି ଡବା ଲାଇନଚ୍ୟୁତ ହେବା ପରେ ଉତର ରେଳବାଇର ପରିଚାଳନା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସାମାନ୍ୟ ହୋଇପାରିନାହିଁ।

ଏହି ଦୁର୍ଘଟଣା କାରଣରୁ ଏପର୍ଯ୍ୟନ୍ତ ୧୯ଟି ଟ୍ରେନ୍ ବାତିଲ୍ କରାଯାଇଛି, ଯେଉଁଥିରେ ଆଠଟି ଡାଉନ୍ ଏବଂ ଅବଶିଷ୍ଟ ୧୧ଟି ଅପ୍ ଦିଗର ଟ୍ରେନ୍ ସାମିଲ ଅଛି। ସେହିପରି ୯୦ରୁ ଅଧିକ ଟ୍ରେନର ପରିଚାଳନା ପ୍ରଭାବିତ ହୋଇଛି। ସେଥିମଧ୍ୟରୁ ଅନେକ ଟ୍ରେନର ମାର୍ଗ ପରିବର୍ତନ କରାଯାଇଛି। ଅନେକ ଟ୍ରେନର ଆଂଶିକ ବାତିଲ୍, କିଛିର ଆଂଶିକ ଆରମ୍ଭ ଏବଂ ଆଂଶିକ ସମାପ୍ତି କରାଯାଇଛି ତଥା ଅନେକ ଟ୍ରେନକୁ ନିୟନ୍ତ୍ରିତ ଭାବେ ଚଳାଯାଉଛି। ରେଳବାଇର ଇଞ୍ଜିନିୟରିଂ, ପରିଚାଳନା, ସିଗ୍ନାଲ୍ ଏବଂ ସୁରକ୍ଷା ଦଳ ଯୁଦ୍ଧକାଳୀନ ଭିତିରେ ପୁନଃସ୍ଥାପନ କାର୍ଯ୍ୟରେ ନିୟୋଜିତ ଅଛନ୍ତି।

ଉତର ରେଳବାଇ ଅନୁସାରେ, ଦୁର୍ଘଟଣା ପରେ ରାଜଧାନୀ, ଦୁରନ୍ତୋ, ସମ୍ପର୍କ କ୍ରାନ୍ତି, ଅମୃତ ଭାରତ, ଗରିବ ରଥ, ବନ୍ଦେ ଭାରତ, ଜନଶତାବ୍ଦୀ, ମେଲ୍-ଏକ୍ସପ୍ରେସ୍ ତଥା ଉପନଗରୀୟ ଇଏମୟୁ ଏବଂ ମେମୁ ସେବା ଉପରେ ବ୍ୟାପକ ପ୍ରଭାବ ପଡ଼ିଛି। ସବୁଠାରୁ ଅଧିକ ପ୍ରଭାବିତ ଦିଲ୍ଲୀ-ଗାଜିଆବାଦ ଉପନଗରୀୟ ଖଣ୍ଡ ରହିଛି, ଯେଉଁଠାରେ ଦୈନିକ ଯାତ୍ରୀମାନଙ୍କୁ ଭାରୀ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି।

-------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande