
ନୂଆଦିଲ୍ଲୀ, ୨୧ ଜୁଲାଇ (ହି.ସ.) କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଜେ.ପି. ନଡ୍ଡା ମଙ୍ଗଳବାର ହଠାତ୍ କକରୋଚ୍ ଜନତା ପାର୍ଟିର ‘ସଂସଦ’ ମାର୍ଚ୍ଚ ସମୟରେ ହୋଇଥିବା ସଂଘର୍ଷ ଏବଂ ପୁଲିସ କାର୍ଯ୍ୟାନୁଷ୍ଠାନରେ ଆହତ ଯୁବକମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଜାଣିବା ପାଇଁ ଡଃ ରାମ ମନୋହର ଲୋହିଆ ହସ୍ପିଟାଲରେ ପହଂଚିଥିଲେ।
ହସ୍ପିଟାଲରେ ସ୍ୱାସ୍ଥ୍ୟମନ୍ତ୍ରୀ ଆହତ ଯୁବକମାନଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଥିଲେ। କେନ୍ଦ୍ରୀୟ ମନ୍ତ୍ରୀ ଜେ.ପି. ନଡ୍ଡା ଆରଏମଏଲ୍ ହସ୍ପିଟାଲରେ ଡାକ୍ତରମାନଙ୍କ ସହ ବୈଠକ କରିଥିଲେ। ସେ ଡାକ୍ତରମାନଙ୍କ ଦଳଠାରୁ ଚିକିତ୍ସା ସମ୍ବନ୍ଧୀୟ ସୂଚନା ନେଇଥିଲେ ଏବଂ ସମସ୍ତ ଆହତଙ୍କୁ ସର୍ବୋତମ ଚିକିତ୍ସା ସୁବିଧା ଉପଲବ୍ଧ କରାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ସେ ଲେଡି ହାର୍ଡିଙ୍ଗ ହସ୍ପିଟାଲରେ ମଧ୍ୟ ପହଂଚିଥିଲେ।
ଉଲ୍ଲେଖନୀୟ ଯେ, ଜନ୍ତର-ମନ୍ତରରୁ ସଂସଦ ଅଭିମୁଖେ ମାର୍ଚ୍ଚ ସମୟରେ ହୋଇଥିବା ସଂଘର୍ଷରେ ଅନେକ ଛାତ୍ର ଆହତ ହୋଇଥିଲେ, ଯେଉଁମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତି କରାଯାଇଛି। ଆର୍ ଏମ୍ ଏଲ୍ ହସ୍ପିଟାଲରେ ୬୫ ଏବଂ ଲେଡି ହାର୍ଡିଙ୍ଗ ହସ୍ପିଟାଲରେ ୮୨ ଜଣ ଆହତଙ୍କର ଚିକିତ୍ସା ଚାଲିଛି। ଏହି ହସ୍ପିଟାଲଗୁଡ଼ିକରେ ଆହତମାନଙ୍କୁ ଭେଟିବା ପାଇଁ କଂଗ୍ରେସ ଏବଂ ଆମ ଆଦମୀ ପାର୍ଟିର ନେତାମାନେ ମଧ୍ୟ ପହଂଚିଥିବା ଖବର ରହିଛି।
------------------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ