ଜୟପୁରରେ ବାହୁଡ଼ା ଯାତ୍ରା ଭକ୍ତଙ୍କ ଗହଣରେ ତିନି ଠାକୁର ଗଲେ ବାଙ୍କମଠରୁ ମାଉସୀ ମା ଘର
ଜୟପୁର, ୨୪ ଜୁଲାଇ(ହି.ସ.) – ବାହୁଡା ଯାତ୍ରା ଅବସରରେ ଜୟପୁରର ଆଡ଼ପ ମଣ୍ଡପ କୁହାଯାଉଥିବା ବାଙ୍କମଠରୁ ତିନି ଠାକୁର ଭକ୍ତଙ୍କ ଗହଣରେ ମାଉସୀ ମା’ ଘର ଯାଏଁ ଯାଇଛନ୍ତି। ଶନିବାର ମାଉସୀ ମା’ ଘର କୁହାଯାଉଥିବା ଶ୍ରୀଚୈତନ୍ୟ ମନ୍ଦିରରୁ ପୁଣି ରଥାରୁଢ଼ ରହିଥିବା ତିନି ଠାକୁର ରାଜ ନଗର ଯାଏଁ ଯିବେ। ଆଜି ପାରମ
ଜୟପୁର ରେ ବାହୁଡା ଯାତ୍ରା  ଭକ୍ତଙ୍କ ଗହଣରେ ତିନି ଠାକୁର ଗଲେ ବାଙ୍କମଠରୁ ମାଉସୀ ମା’ ଘର


ଜୟପୁର, ୨୪ ଜୁଲାଇ(ହି.ସ.) – ବାହୁଡା ଯାତ୍ରା ଅବସରରେ ଜୟପୁରର ଆଡ଼ପ ମଣ୍ଡପ କୁହାଯାଉଥିବା ବାଙ୍କମଠରୁ ତିନି ଠାକୁର ଭକ୍ତଙ୍କ ଗହଣରେ ମାଉସୀ ମା’ ଘର ଯାଏଁ ଯାଇଛନ୍ତି। ଶନିବାର ମାଉସୀ ମା’ ଘର କୁହାଯାଉଥିବା ଶ୍ରୀଚୈତନ୍ୟ ମନ୍ଦିରରୁ ପୁଣି ରଥାରୁଢ଼ ରହିଥିବା ତିନି ଠାକୁର ରାଜ ନଗର ଯାଏଁ ଯିବେ। ଆଜି ପାରମ୍ପରିକ ପୂଜାର୍ଚ୍ଚନା ପରେ ତିନି ଠାକୁରଙ୍କୁ ପହଣ୍ଡି କରାଯାଇ ବାଙ୍କମଠ ପରିସରରୁ ଅଣାଯାଇ ରଥାରୁଢ଼ କରାଯାଇଥିଲା ପ୍ରଥମେ ସୁନାରୀ ସାହିର ସେବାୟତ ମାନେ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ଏବଂ ସାମନ୍ତରା ସାହିର ସେବାୟତମାନେ ଶ୍ରୀ ଜଗନ୍ନାଥ ଓ ପତିତପାବନଙ୍କୁ ରଥାରୁଢ କରିଥିଲେ। ଏହି ଅବସରରେ ଅନ୍ନ ଭୋଗ ଶ୍ରୀଜିଉ ମାନଙ୍କୁ ଲାଗି କରାଯାଇଥିଲା। ପରେ ରଥ ଟଣା ଆରମ୍ଭ କରାଯାଇଥିଲା। ରଥ ଟଣା ଆରମ୍ଭ ହୋଇଥିବା ବେଳେ ରଥ ଗୌଡ଼ସାହି ନିକଟରେ ପହଂଚିବାରୁ ପରମ୍ପରା ଅନୁସାରେ ସାହି ବାସିନ୍ଦାଙ୍କ ପକ୍ଷରୁ କାକରାପିଠା ଭୋଗ କରାଯାଇ ରଥ ଟଣା ପୁଣି ଚାଲିଥିଲା। ସଂନ୍ଧ୍ୟା ସମୟରେ ରଥ ସଉରା ସାହି ଛକ ନିକଟସ୍ଥ ଶ୍ରୀଚୈତନ୍ୟ ମନ୍ଦିର ନିକଟରେ ଲାଗିଥିଲା ଏବଂ ଆଜିର ରଥଟଣା କାର୍ଯ୍ୟକ୍ରମ ବନ୍ଦ ହୋଇଥିଲା। ପତିତପାବନ ରଥ କୁ ମହିଳା ମାନେ ଟାଣିଥିଲେ। ସେଠାରେ ଶ୍ରୀଜିଉମାନଙ୍କ ପୋଡ ପିଠା ଲାଗି କରାଯାଇଥିଲା। ବାହୁଡାଯାତ୍ରାରେ ୯ ପ୍ଲାଟୁନ ପୋଲିସ ଫୋର୍ସ ୪୦ ଅଫିସର ମୁତୟନ ହୋଇଥିଲେ। ଜୟପୁରର ପ୍ରଚଳିତ ପ୍ରଥା ଅନୁସାରେ ପୁଣି ଆସନ୍ତାକାଲି ଅପରାହ୍ନରେ ରଥ ଟଣାଯାଇ ତିନି ଠାରୁ ରାଜାନଗର ଯାଏଁ ରଥରେ ଯିବେ। ସେଠାରେ ଆସନ୍ତାକାଲି ବି ତିନି ଠାକୁର ରଥାରୁଢ଼ ରହି ଭକ୍ତାଳୁଙ୍କୁ ସାଂଧ୍ୟ ଦର୍ଶନ ଦେବେ ଏବଂ ରଥରୁ ମନ୍ଦିରକୁ ଫେରିବେ। ବାହୁଡ଼ା ଅବସରରେ ଜୟପୁରରେ ଆଜି ହଜାର ହଜାର ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ସେହିପରି ଜୟପୁର ପୁରୁଣାଗଡ, ଜୟପୁର ନିକଟସ୍ଥ ବାରିଣିପୁଟ, ଆମ୍ବାଗୁଡା , ବାଟ ଜଗନ୍ନାଥ ପୁର ଠାରେ ମଧ୍ୟ ଶାନ୍ତି ଶୃଙ୍ଖଳାରେ ବାହୁଡା ଯାତ୍ରା ପାଳନ କରାଯାଇଛି। ରଥଟଣା କାଯ୍ୟକ୍ରମରେ ଏସଡିପିଓ ଅଚ୍ଚିତା ମିତଲ ବିଡିଓ ଶକ୍ତି ମହାପାତ୍ର, ତହସିଲଦାର ସବ୍ୟ ସାଚି ଜେନା, ଟାଉନ ଅଧିକାରି ଉଲ୍ଲାସ ରାଉତ , ସଦର ଥାନା ଅଧିକାରି ସଚିନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande