





ବଲାଙ୍ଗିର, 24 ଜୁଲାଇ (ହି.ସ.)
ବିଶ୍ୱନିୟନ୍ତାଙ୍କ ସରିଲା ନବଦିନାତ୍ମକ ଯାତ୍ରା । ଲିଳାଖେଳା ସାରି ଶ୍ରୀମନ୍ଦିର ଅଭିମୁଖେ ବାହାରିଲେ ମହାବାହୁ ।ପ୍ରବଳ ବର୍ଷା ସତ୍ୱେ ଆରାଧ୍ୟ ଠାକୁରଙ୍କୁ ଅତି ନିକଟରୁ ଦେଖି ଭାବ ବିହୋଳ ହେଲେ ଭକ୍ତ । ଆନନ୍ଦ ଉଲ୍ଲାସରେ ବଲାଙ୍ଗିର ର ବିଭିନ୍ନ ରଥ ମଧ୍ୟରୁଗୋପାଳଜୀ ,ଜଗନ୍ନାଥ ମନ୍ଦିର, ସୈଳଶ୍ରୀ ପ୍ୟାଲେସ , ଟିକ୍ରା ପଡ଼ା ଚାନ୍ଦ ମନ୍ଦିର, ସାହାଣୀ ରଥ, ଠିକାଦାର ପଡ଼ା ସମେତ ଅନ୍ୟାନ୍ୟ ଛୋଟ ବଡ ରଥ ଗୁଣ୍ଡିଚା ମନ୍ଦିରରୁ ଚତୁର୍ଧା ମୂର୍ତ୍ତୀଙ୍କ ମନ୍ଦିର ଅଭିମୁଖେ ବାହାରି ବାହୁଡା ଯାତ୍ରା ସମ୍ପନ୍ନ ହୋଇଯାଇଛି ।ସକାଳୁ ନିର୍ଦ୍ଧାରିତ ନୀତି କାନ୍ତି ସମ୍ପନ୍ନ ପରେ ସୁସଜ୍ଜିତ ଚତୁର୍ଧା ମୂର୍ତ୍ତୀଙ୍କ ଆଜ୍ଞାମାଳ ଆସିବା ପରେ ପହଣ୍ଡି ବିଜେ ନୀତି ଆରମ୍ଭ ହୋଇଥିଲା । ପ୍ରଥମେ ସୁଦର୍ଶନଙ୍କ ପହଣ୍ଡି ପରେ ବଳଭଦ୍ର ତାପରେ ସୁଭଦ୍ରା ଶେଷରେ ଶ୍ରୀଜଗନ୍ନାଥଙ୍କ ପହଣ୍ଡି କରାଯାଇ ଥିଲା । ନିର୍ଦ୍ଧାରିତ ସମୟ ଅନୁସାରେ ରଥଟଣା ଯାଇଥିଲା। ମେଘୁଆ ପାଗ ସହ ଝିପି ଝିପି ବର୍ଷାକୁ ଖାତିରି ନକରି ଭକ୍ତ ମାନେ ରଥ ଟାଣିଥିଲେ। ରୀତିନୀତି ଅନୁସାରେ ଅତିରିକ୍ତ ଜିଲ୍ଲପାଳ, ଜିଲ୍ଲା ପାରିଷଦ ଅଧକ୍ଷ ଦେବକୀ ସାହୁ, ପୌର ପରିଷଦ ଅଧ୍ୟକ୍ଷା ଲିକା ସହୁ ଅନ୍ୟାନ୍ୟ ଅଧିକାରୀ ସମେତ ଅନ୍ୟ ମାନେ
ପହଣ୍ଡି ରେ ଯୋଗ ଦେଇ ଶୃଙ୍ଖଳିତ ରଥ ଟଣା ପ୍ରତି ରଥ କମିଟି ମାନଙ୍କ ସହଯୋଗ ରେ ସମ୍ପନ୍ନ କରାଇ ଥିଲେ।
ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।
ସୂଚନାଯୋଗ୍ୟ ଯେ ଆସନ୍ତା କାଲି ଶନିବାର ଦିନ ରଥ ଉପରେ ଚାନ୍ଦ ମନ୍ଦିରଶ୍ରୀ ଜୀୟୁ ମାନଙ୍କ ସୁନାବେଶ,ଅଧରପଣା ନୀତି ରହିଥିବା ବେଳେ ରବିବାର ମହାପ୍ରଭୁ ନୀଳାଦ୍ରୀ ବିଜେ ହେବେ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ