

ସମ୍ବଲପୁର, ୨୪, ଜୁଲାଇ (ହି.ସ.) ଆଜି ସମ୍ବଲପୁର ମହାନଗର ନିଗମ ଅଂଚଳର ନାଗରିକ ଯୋଗାଣ ସ୍କ୍ୱାର୍ଡ ପକ୍ଷରୁ ଏକ ବଡ଼ ଧରଣର ଚଢ଼ାଉ କରାଯାଇ ମାନେଶ୍ୱର ଅନ୍ତର୍ଗତ କଂଟେଇପାଲି ସ୍ଥିତ ଟି. ସନ୍ତୋଷ ସରାଫ୍ଙ୍କ ବାସଭବନ ଏବଂ ମାନେଶ୍ୱର ଛକ ସ୍ଥିତ ତାଙ୍କର ଗ୍ୟାସ୍ ମରାମତି ଦୋକାନ ପରିସରରୁ ବେଆଇନ୍ ଭାବେ ମହଜୁଦ ଥିବା ମୋଟ ୨୦ଟି ଘରୋଇ ଏଲପିଜି ଗ୍ୟାସ୍ ସିଲିଣ୍ଡର ଜବତ କରାଯାଇଛି। ଜବତ ହୋଇଥିବା ସିଲିଣ୍ଡର ଗୁଡ଼ିକ ମଧ୍ୟରୁ ୧୮ଟି ତାଙ୍କ ବାସଭବନରୁ ଏବଂ ୨ଟି ତାଙ୍କ ଦୋକାନରୁ ଜବତ୍ କରାଯାଇଛି। ବିପିସିଏଲ୍ ଘରୋଇ ସିଲିଣ୍ଡର (ଭର୍ତି) – ୨ ଟି, ବିପିସିଏଲ୍ ଘରୋଇ ସିଲିଣ୍ଡର (ଖାଲି) – ୩ ଟି, ଏଚ୍ପିସିଏଲ୍ ଘରୋଇ ସିଲିଣ୍ଡର (ଭର୍ତି) – ଗୋଟିଏ ଏଚ୍ପିସିଏଲ୍ ଘରୋଇ ସିଲିଣ୍ଡର (ଖାଲି) – ୧୩ ଟି, ଆଇଓସିଏଲ୍ ଘରୋଇ ସିଲିଣ୍ଡର (ଖାଲି) – ଗୋଟିଏ ସିଲିଣ୍ଡର ଜବତ ହୋଇଥିବା ଜଣାପଡିଛି । ଅପରପକ୍ଷରେ ଜାଳେଣି ଗ୍ୟାସ ଚୋରା କାରବାରରେ ଯୋଗାଣ ବିଭାଗ ଓ ଗ୍ୟାସ ଡିପୋର ଅଦୃଶ୍ୟ ହାତଥିବା ସାଧାରଣରେ ଅଭିଯୋଗ ହୋଇଛି ।
-----------
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ