
କେନ୍ଦ୍ରାପଡ଼ା, ୨୪ ଜୁଲାଇ(ହି.ସ.) – କେଦ୍ରାପଡା ଜିଲ୍ଲା କାଉପଡା ସକର୍ଲ ର ରେଭିନ୍ୟୁ ଇନିସପେକ୍ଟର ସାଇ ଦର୍ଶିନୀ ଲେଙ୍କାଙ୍କୁ ଭିଜିଲାନ୍ସ ଗିରଫ କରିଛି। ଜଣେ ହିତାଧିକାରୀର ଜମିଜମା ଦାଖଲ ଖାରଜ ମାମଲାର ସମାଧାନ ପାଇଁ ୫୫୦୦ ଟଙ୍କା ଲାଂଚ ନେଉଥିବା ବେଳେ ଭିଜିଲାନ୍ସ କର୍ମଚାରୀ ମାନେ ତାଙ୍କୁ ଧରିଥିଲେ। କାର୍ଯ୍ୟାଳୟରୁ ଲାଂଚ ଟଙ୍କା ଜବତ ହେବା ସହ ପୂର୍ବରୁ କେମିକାଲ ଦିଆଯାଇଥିବା ଲାଲ ପାଣି ମଧ୍ୟ ବାହାରିଥିଲା। ଘଟଣା ମୁତାବକ ହିତାଧିକାରୀ ଜଣକ ଗତ ଜୁନ ମାସରେ ଦାଖଲ ଖାରଜ ମାମଲା ପାଇଁ ଆବେଦନ କରି ଆର.ଆଇ ଶ୍ରୀମତୀ ଲେଙ୍କାଙ୍କୁ ବାରମ୍ବାର ଭେଟି ପଟା ଦେବାପାଇଁ ନିବେଦନ କରିଥିଲେ। ଆର. ଆଇ ଶ୍ରୀମତୀ ଲେଙ୍କା ଏଥିପାଇଁ ୬ ହଜାର ଟଙ୍କା ଦାବି କରିବା ସହ ୫୫୦୦ ଟଙ୍କାରେ ନିଷ୍ପତି ହୋଇଥିଲା। ତେବେ ହିତାଧିକାରୀ ଜଣକ ଏନେଇ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିବାରୁ ଭିଜିଲାନ୍ସ କେସ ନଂ ୨୭ ତା-୨୩.୦୭.୨୦୨୬ ରେ ମାମଲା ରୁଜୁ କରି ଆଜି ନିର୍ଦ୍ଧିଷ୍ଟ ସମୟରେ ଜଗି ରହି ଲାଂଚ ଟଙ୍କା ସହ ଆର.ଆଇଙ୍କୁ ଗିରଫ କରିଥିଲେ। ଏହାସହ ସାନମଙ୍ଗଳାରେ ଥିବା ତାଙ୍କ ଭଡାଘର, ପାଟକୁରା ଥାନା ଅଧିନ ବନ୍ଧକଟା ଗାଁର ବାସଗୃହ ଓ ସରକାରୀ ଅଫିସ ଗୃହ ତଲାସି କରାଯିବା ସହ ଗିରଫ କରିକୋର୍ଟ ଚାଲାଣ କରାଯାଇଛି।
.......................................
ହିନ୍ଦୁସ୍ଥାନ ସମାଚାର / ରବି