
ଝାରସୁଗୁଡା, 25 ଜୁଲାଇ (ହି.ସ.) : ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସମନ୍ୱିତ ଶିଶୁ ବିକାଶ ସେବା କାର୍ଯ୍ୟକ୍ରମର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜୟନ୍ତୀ ଗଡତିଆ ଏବଂ ଜିଲ୍ଲାର ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଉପସ୍ଥିତ ଥିଲେ।
ବୈଠକରେ ଜିଲ୍ଲାପାଳ କୁଣlଲ ମୋତିରାମ ଚହ୍ୱାଣ ଶିଶୁ ମୃତ୍ୟୁହାର ଏବଂ ମାତୃ ମୃତ୍ୟୁହାର ହ୍ରାସ ପାଇଁ ସମସ୍ତ ସି ଡି ପି ଓ ଙ୍କୁ ସମନ୍ୱିତ ଭାବେ କାର୍ଯ୍ୟ କରିବା ସହ କ୍ଷେତ୍ରସ୍ତରରେ ନିୟମିତ ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଗୁରୁତର ଅପପୁଷ୍ଟି ଶିଶୁମାନଙ୍କର ନିୟମିତ ଅନୁଧ୍ୟାନ ଓ ପୁଷ୍ଟି ସ୍ଥିତିରେ ସୁଧାର ଆଣିବା ଉଦ୍ଦେଶ୍ୟରେ ସମସ୍ତ ଶିଶୁଙ୍କୁ ପୋଷଣ ଅଭିଭାବକ ଙ୍କ ଅଧୀନରେ ଅନ୍ତର୍ଭୁକ୍ତ କରି ସେମାନଙ୍କର ନିରନ୍ତର ମନିଟରିଂ ସୁନିଶ୍ଚିତ କରିବାକୁ ଜିଲ୍ଲାପାଳ ଶ୍ରୀ ଚହ୍ୱାଣ ନିର୍ଦ୍ଦେଶ ଦେଇଥିଲେ।
ଏଥିସହ ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକରେ ଫେସ୍ ରେକଗ୍ନିସନ୍ ସିଷ୍ଟମ ଶତପ୍ରତିଶତ କାର୍ଯ୍ୟକାରିତା ସୁନିଶ୍ଚିତ କରିବା ଏବଂ ଶିଶୁମାନଙ୍କର ଉଚ୍ଚତା ଓ ଓଜନ ମାପିବା
କାର୍ଯ୍ୟକୁ ଶତପ୍ରତିଶତ ସଠିକ୍ ଭାବେ ସମ୍ପାଦନ କରିବାକୁ ଜ଼ିଲ୍ଲାପାଳ ଶ୍ରୀ ଚହ୍ୱାଣ ସମସ୍ତ ସି ଡି ପି ଓ ଙ୍କୁ ନିର୍ଦ୍ଦେଶ ଦେଇଥିଲେ l
ବୈଠକରେ ସପ୍ଲିମେଣ୍ଟାରୀ ନ୍ୟୁଟ୍ରିସନ୍ ପ୍ରୋଗ୍ରାମ୍ ଅଧୀନରେ ପୁଷ୍ଟିକର ଖାଦ୍ୟ ବଣ୍ଟନ, ଟେକ୍ ହୋମ୍ ରାସନ୍ ବିତରଣର ସ୍ଥିତି ଏବଂ ଅଙ୍ଗନୱାଡ଼ି କେନ୍ଦ୍ର ଭବନ ନିର୍ମାଣ କାର୍ଯ୍ୟର ଅଗ୍ରଗତିର ମଧ୍ୟ ସମୀକ୍ଷା କରାଯାଇଥିଲା। ଜିଲ୍ଲାପାଳ ସମସ୍ତ କାର୍ଯ୍ୟକ୍ରମକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଗୁଣାତ୍ମକ ଭାବେ ସମ୍ପାଦନ କରିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଉକ୍ତ ବୈଠକରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜୟନ୍ତୀ ଗର୍ତ୍ତିଆ, ପିଓ (ଆଇସିଡିଏସ୍) ଜଗ୍ୟାସେନୀ ମହାନନ୍ଦ, ଡିପିସି (ମମତା) ତୁଷାରକାନ୍ତ ନାୟକ, ଡିସି (ପୋଷଣ) ରମାକାନ୍ତ ନାଏକ, ଡିସି (ହବ୍) ଲିଲେଶ୍ୱର ସାହୁ, କିର୍ମିରା ସିଡିପିଓ ସଙ୍ଗୀତା ଅଢ଼ା, କୋଲାବିରା ସିଡିପିଓ ତାରୁଲତା ପଟେଲ, ବ୍ରଜରାଜନଗର ଓ ଲଖନପୁର ସିଡିପିଓ ସ୍ୱର୍ଣ୍ଣମଞ୍ଜରୀ ସାମଲ, ଝାରସୁଗୁଡ଼ା ଗ୍ରାମାଞ୍ଚଳ ସିଡିପିଓ କର୍ପୂରା ପଟେଲ, ଝାରସୁଗୁଡ଼ା ସହରାଞ୍ଚଳ ସିଡିପିଓ ଏଲ୍. ଏସ୍. ବାରୁଣୀ ସାହୁ ଏବଂ ଲଇକେରା ସିଡିପିଓ ସୁବାସିନୀ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ