ଧାନମଣ୍ଡିରେ ଚାଷୀଙ୍କ ପଞ୍ଜିକରଣ ବେଳେ ବିକଳ୍ପ ବ୍ୟବସ୍ଥା ଦାବି
ଗଞାମ, 25 ଜୁଲାଇ (ହି.ସ.) ରାଜ୍ୟରେ ଆଜିଠାରୁ ଖରିଫ ଧାନ ବିକ୍ରୀ କରିବା ପାଇଁ ଚାଷୀ ପଞ୍ଜିକରଣ କାର୍ଯ୍ୟ ଆରମ୍ଭ କରାଯାଇଛି। ତେବେ ଏଥିପାଇଁ ଚାଷୀ ନିଜ ନାମରେ ଥିବା ଜମି ପଟ୍ଟା ରନକଲ ଦାଖଲ କରିବାକୁ ପଡ଼ିବ। ନିଜ ମୃତ ପିତାମାତାଙ୍କ ନାମରେ ଥିବା ଜମିପଟାର ନକଲ ଦାଖଲ କଲେ ହେବନି। ଏଣୁ ଚାଷୀମାନେ ହରଡ଼
ଧାନମଣ୍ଡିରେ ଚାଷୀଙ୍କ ପଞ୍ଜିକରଣ ବେଳେ ବିକଳ୍ପ ବ୍ୟବସ୍ଥା ଦାବି


ଗଞାମ, 25 ଜୁଲାଇ (ହି.ସ.) ରାଜ୍ୟରେ ଆଜିଠାରୁ ଖରିଫ ଧାନ ବିକ୍ରୀ କରିବା ପାଇଁ ଚାଷୀ ପଞ୍ଜିକରଣ କାର୍ଯ୍ୟ ଆରମ୍ଭ କରାଯାଇଛି। ତେବେ ଏଥିପାଇଁ ଚାଷୀ ନିଜ ନାମରେ ଥିବା ଜମି ପଟ୍ଟା ରନକଲ ଦାଖଲ କରିବାକୁ ପଡ଼ିବ। ନିଜ ମୃତ ପିତାମାତାଙ୍କ ନାମରେ ଥିବା ଜମିପଟାର ନକଲ ଦାଖଲ କଲେ ହେବନି। ଏଣୁ ଚାଷୀମାନେ ହରଡ଼ଘଣାରେ ପଡ଼ିଛନ୍ତି। ଶେରଗଡ଼ ତହସିଲପିତଳତଥା ସନ୍ତୋଷ ପୁର ଅଞ୍ଚଳ ବହୁ ଚାଷୀ ଦୀର୍ଘ ଦିନ ହେଲା ବିଧିବଦ୍ଧ ଭାବେ ମୃତ ପିତାମାତାଙ୍କ ନାମରେ ଥିବା ଚାଷଜମି ନିଜ ନାମରେ ପଟ୍ଟା ପାଇଁ ଆବେଦନ କରିଛନ୍ତି। ପଟ୍ଟାର ସମସ୍ତ ରେକର୍ଡ ପତ୍ର କାମ ସରିଥିଲେ ମଧ୍ୟ ଆବେଦନ କାରୀଙ୍କୁ ଏପର୍ଯ୍ୟନ୍ତ ପଟ୍ଟାଦିଆମାଇନଥିଵାରୁ ସେମାନଙ୍କ ମଣ୍ଡିରେ ପଞ୍ଜିକରଣ କାର୍ଯ୍ୟରେ ଅନ୍ତରାୟ ସୃଷ୍ଟି କରୁଛି। ଗତବର୍ଷ ଭଳି ଚଳିତ ବର୍ଷ ମଧ୍ଧବିକଳ୍ପ ବ୍ୟବସ୍ଥା ସ୍ବରୂପଚାଷୀର ସେଲ୍ଫ ଡିକ୍ଳେରସନ ନେଇ ପଞ୍ଜିକରଣ କରିବା ପାଇଁ ଚାଷୀ ମାନଙ୍କ ପକ୍ଷରୁ ଦାବି ହେଉଛି। ଯେଉଁ ଚାଷୀ ମାନେ ପଟ୍ଟା ପରିବର୍ତ୍ତନ ପାଇଁ ଆବେଦନ କରିଛନ୍ତି, କାଳବିଳମ୍ବ ନକରି ତୁରନ୍ତ ସେମାନଙ୍କପଟ୍ଟା ପ୍ରଦାନ ପାଇଁ ଚାଷୀ ମାନଙ୍କ ପକ୍ଷରୁ ଦାବି ହେଉଛି। ଗଞ୍ଜାମ ଜିଲ୍ଲା ପାଳ, ଜିଲ୍ଲା କୃଷିଵିଭାଗ ଅଧିକାରୀ ଘଟଣାର ତର୍ଜମା କରି ଉଚିତ ପଦକ୍ଷେପ ନେବାକୁ ମଧ୍ୟ ଦାବି ହେଉଛି।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande