
ଗଞ୍ଜାମ, ୨୫ ଜୁଲାଇ (ହି.ସ.)-
ବାହୁଡା ଯାତ୍ରା ପାଇଁ ଗତକାଲି ଗଞ୍ଜାମ ଜିଲାରେ ସମସ୍ତ ଜଗନ୍ନାଥ ମନ୍ଦିର ଗୁଡିକ ଚଳଚଂଚଳ ହୋଇପଡିଥିଲା। ପ୍ରଭାତରୁ ସମସ୍ତ ଗୁଣ୍ଡିଚାତଥା ଆଡପ ମନ୍ଦିରରେ ଠାକୁର ମାନଙ୍କ ପୂଜାର୍ଚ୍ଚନା ପରେ ବହୁ ଲୋକଙ୍କ ସମାବେଶରେ ଠାକୁର ମାନଙ୍କୁ ପହଣ୍ଡି ବିଜେକରି ରଥାରୁଢ କରାଯାଇଛି। ରଥାରୁଢ ପରେ ବାହୁଡା ଯାତ୍ରା ଆରମ୍ଭ ହୋଇଥିଲା l ସନ୍ଧ୍ୟା ଯାଏ ରଥଟଣା ଚାଲିଥିଲା । ବିଭିନ୍ନ ସ୍ଥାନରେ ରଥଗୁଡିକ ମନ୍ଦିର ନିକଟରେ ପହଂଚିଯାଇଥିଲେବି ଅନେକ ସ୍ଥାନରେ ରଥଗୁଡିକ ମଝି ରାସ୍ତାରେ ଅଟକି ରହିଛି। ଆଜି ରଥ ଉପରେ ବଡ ଏକାଦଶୀ ପାଳନ ହେଉଛି। ଠାକୁର ମାନଙ୍କୁ ସୁନା ଓ ବିଭିନ୍ନ ବେଶରେ ସଜ୍ଜିତ କରାଯାଇଛି। ଗତକାଲି ସନ୍ଧ୍ୟାରେ ପିତଳ ବଜାର ଉପରେ ଅଟକି ରହିଥିବା ରଥ ଉପରେ ପ୍ରଭୁ ଜଗନ୍ନାଥଙ୍କୁ ହଳାୟୂଧ ବେଶ କରାଯାଇଥିଲା। ଏହି ବେଶକୁ ଦର୍ଶନ କରିବାକୁ ବିଳମ୍ବିତ ରାତ୍ରି ପର୍ଯ୍ଯନ୍ତ ଭକ୍ତଙ୍କ ଗହଳିଚହଳି ଲାଗିରହିଥିଲା।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ