ଆଜି ହରିଶୟନ ଏକାଦଶୀ :ରଥ ଉପରେ ସୁନାବେଶ ମହଣ ମହଣ ସୁନାରେ ଝଟକିବେ ମହାବାହୁ
ପୁରୀ, 25 ଜୁଲାଇ (ହି.ସ.) ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ବେଶ ମଧ୍ଯରେ ‘ସୁନାବେଶ’ ଅନ୍ୟତମ,ଯାହାକି ଅତ୍ୟନ୍ତ ଉପଭୋଗ୍ୟ ତଥା ଆକର୍ଷଣୀୟ । ମହାପ୍ରଭୁଙ୍କ ସକଳ ବେଶରେମାଧୁର୍ଯ୍ୟ ଲାବଣ୍ୟ ପ୍ରକଟିତ ହେଉଥିବା ସ୍ଥଳେ, କେବଳ ସୁନା ବେଶରେ ଐଶ୍ଵର୍ଯ୍ୟପ୍ରାବଲ୍ୟ ପରିସ୍ଫୁଟ ହୋଇଥାଏ । ଶ୍ରୀମନ୍ଦିରସ୍ଥ
ଆଜି ହରିଶୟନ ଏକାଦଶୀ :ରଥ ଉପରେ ସୁନାବେଶ ମହଣ ମହଣ ସୁନାରେ ଝଟକିବେ ମହାବାହୁ


ପୁରୀ, 25 ଜୁଲାଇ (ହି.ସ.) ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ବେଶ ମଧ୍ଯରେ ‘ସୁନାବେଶ’ ଅନ୍ୟତମ,ଯାହାକି ଅତ୍ୟନ୍ତ ଉପଭୋଗ୍ୟ ତଥା ଆକର୍ଷଣୀୟ । ମହାପ୍ରଭୁଙ୍କ ସକଳ ବେଶରେମାଧୁର୍ଯ୍ୟ ଲାବଣ୍ୟ ପ୍ରକଟିତ ହେଉଥିବା ସ୍ଥଳେ, କେବଳ ସୁନା ବେଶରେ ଐଶ୍ଵର୍ଯ୍ୟପ୍ରାବଲ୍ୟ ପରିସ୍ଫୁଟ ହୋଇଥାଏ । ଶ୍ରୀମନ୍ଦିରସ୍ଥ ରତ୍ନସିଂହାସନ ଉପରେ ଶ୍ରୀବିଗ୍ରହମାନେ ବିଭିନ୍ନ ତିଥିରେ ଯଥା, କାର୍ତ୍ତିକ ପୂର୍ଣ୍ଣମୀ, କୁମାର ପୂର୍ଣ୍ଣମୀ, ଦୋଳ ପୂର୍ଣ୍ଣମୀ, ଦଶହରା(ବିଜୟା ଦଶମୀ) ପ୍ରଭୃତି ଦିବସମାନଙ୍କରେ ରାଜବେଶ, ରାଜ ରାଜେଶ୍ଵର ଇତ୍ୟାଦି ସୁନାବେଶରେ ସଜ୍ଜିତ ହେଉଥିଲେ ହେଁ ଶ୍ରୀଗୁଣ୍ଡିଚା ରଥଯାତ୍ରାର ଅନ୍ତିମ ପର୍ଯ୍ୟାୟରେ ଅର୍ଥାତ୍ ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ସିଂହଦ୍ଵାରଠାରେ ଦଣ୍ଡାୟମାନ ଥିବା ତ୍ରିରଥ ଉପରେ ଆକର୍ଷଣୀୟ ସୁନାବେଶ ହୋଇ ଲକ୍ଷ ଲକ୍ଷ ଭକ୍ତଙ୍କ ସମ୍ମୁଖରେ ଦର୍ଶନଦେଇଥାନ୍ତି । ଏହି ସୁନାବେଶ ପ୍ରଚଳନର ଇତିହାସ ସମ୍ପର୍କରେ ଜଣାଯାଏ ଯେ, ଓଡ଼ିଆଜାତିର ପରମାରାଧ୍ଯ ଶ୍ରୀଜଗନ୍ନାଥଙ୍କୁ ରାଷ୍ଟ୍ର ଦେବତା ରୂପେ ସ୍ବୀକାର କରି ଏ ରାଜ୍ୟରରାଜା ମହାରାଜାମାନେ ସ୍ବୟଂ ରାଉତ ବା ଆଦେଶ ବାହକ ରୂପେ ମହାପ୍ରଭୁଙ୍କ ସେବାନିର୍ବାହ କରିଥିବା ପ୍ରମାଣ ଶିଳାଲେଖରୁ ମିଳୁଅଛି । ଶ୍ରୀଜଗନ୍ନାଥଙ୍କୁ ଜାତୀୟ ଦେବତା ରୂପେପ୍ରଚାରିତ କରି ନିଜକୁ ତାଙ୍କର ସେବକ ଭାବେ ସ୍ଵୀକାର କରିଥିଲେ । ଏପରିକି ଅନଙ୍ଗଭୀମଦେବ ଓ ପୁରୁଷୋତ୍ତମ ଦେବ ଶ୍ରୀଜଗନ୍ନାଥଙ୍କୁ ଓଡ଼ିଶାର ରାଜା ରୂପେ ମାନ୍ୟତା ପ୍ରଦାନପୂର୍ବକ ଉଭୟେ ଦୁଇବର୍ଷ ଧରି ଅଭିଷେକ ହୋଇନଥୁଲେ । ଗବେଷକ ପଙ୍କଜ ସାହୁଙ୍କମତାନୁଯାୟୀ, ଅନଙ୍ଗଭୀମ ଦେବ ପବିତ୍ର ଆଷାଢ଼ ଶୁକ୍ଳ ଏକାଦଶୀରେ ଏକ ବିଶେଷଉତ୍ସବରେ ମହାପ୍ରଭୁଙ୍କ ସୁନାବେଶ କରାଇଥିବା ସମ୍ଭବ ମନେହୁଏ । ଅନ୍ୟ କେତେକଙ୍କମତରେ ରଥ ଉପରେ ଠାକୁରମାନଙ୍କ ଏହି ବେଶର ନାମ ‘ବଡ଼ ତଢ଼ାଉ ବେଶ ।’ଶ୍ରୀଜଗନ୍ନାଥଙ୍କ ବଡ଼ ତଢ଼ାଉ ବେଶ ପରିପ୍ରେକ୍ଷୀରେ ଜଣାଯାଏ ଯେ, ଖ୍ରୀ.ଅ.୧୪୬୦ରେ କପିଳେନ୍ଦ୍ର ଦେବ ଜୟଦୁର୍ଗାଙ୍କ କୃପାରୁ ସମଗ୍ର ଦକ୍ଷିଣ ବିଜୟ କରିଶ୍ରୀଗୁଣ୍ଡିଚା ଯାତ୍ରାରେ ୧୬ଗୋଟି ହସ୍ତୀ ପୃଷ୍ଠରେ ବିପୁଳ ଧନରତ୍ନ ଲଦି ନିଜ ରାଜ୍ୟକୁ ଆଣିବା ସଙ୍ଗେ ସଙ୍ଗେଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଉତ୍ସର୍ଗ କରିଥିଲେ । ଏ ସଂକ୍ରାନ୍ତରେ ଶ୍ରୀମନ୍ଦିରର ଜୟ ବିଜୟଦ୍ଵାର ଶିଳାଲେଖରୁ ସୂଚନା ମିଳେ । ଦିଗ୍ବିଜୟ ଲବ୍ଧ ସ୍ବର୍ଣ୍ଣ ଅଳଙ୍କାରରେ ମହାପ୍ରଭୁମାନଙ୍କୁଭୂଷିତ କରିବାର କାମନା ମନରେ ପୋଷଣ କରି କପିଳେନ୍ଦ୍ର ଅଳଙ୍କାର ଦାୟିତ୍ଵରେଥୁବା ତଢ଼ଉ କରଣ, ମତାନ୍ତରେ ରାଜଗୁରୁଙ୍କ ସହ ପରାମର୍ଶ କରିଥିଲେ । ରାଜାଙ୍କରଅନୁରୂପ ଆଗ୍ରହ ଦେଖୁ ବଡ଼ ତଢ଼ାଉ ଶ୍ରୀଛାମୁରେ ଜଣାଇଲେ ଯେ, ରସିଂହାନ ଉପରେବର୍ଷ ମଧ୍ୟରେ ଅନୁଷ୍ଠିତ ସକଳ ବେଶ ସମସ୍ତ ବର୍ଗର ଜନତା ସବୁ ସମୟରେ ଦର୍ଶନସୁଯୋଗ ଲାଭ କରିବା ସମ୍ଭବ ହୁଏ ନାହିଁ । ତେଣୁ ରଥଯାତ୍ରାର ଅନ୍ତିମ ପର୍ଯ୍ୟାୟରେଶ୍ରୀବିଗ୍ରହମାନେ ଶ୍ରୀମନ୍ଦିର ଅଭିମୁଖେ ଦକ୍ଷିଣାଭିମୁଖୀ ଯାତ୍ରା ଶେଷରେ ସିଂହଦ୍ଵାର ଠାରେପହଞ୍ଚିବା ପରେ ବଡ଼ ଏକାଦଶୀ ଦିନ ରଥ ଉପରେ ମହାପ୍ରଭୁମାନଙ୍କୁ ସର୍ବ ସମ୍ମୁଖର ରଥଉପରେ ତିନି ଦିଅଁଙ୍କ

ସୁନାବେଶରେ ସୁସଜ୍ଜିତ କରିବା ପାଇଁ ସେ ଅନୁରୋଧ କଲେ । ବଡ଼ ତଢ଼ାଉଙ୍କ ଶ୍ରଦ୍ଧାଓ ଅନୁରୋଧ କ୍ରମେ କପିଳେନ୍ଦ୍ର ଦେବ ବଡ଼ ତଢ଼ାଉ ନାମକ ଏକ ପ୍ରକାର କଣ୍ଠମାଳାସମେତ ଶ୍ରୀଭୂଜ, ଶ୍ରୀପୟର, ରନ୍ ପଦକ, ରନ୍ କିରୀଟ, କାନଫୁଲ, ମର୍କତ ମୁକୁଟ,ପଦ ପଲ୍ଲବ, ମୁଦି, କଣ୍ଠମାଳ, ମର୍କତ ଜାଉଁଳି, ବଳା, ବାହୁଟି, କାନ୍ତି ଜରକବର,କଟି ମେଖଳା ପ୍ରଭୃତି ୧୩୮ ପ୍ରକାର ରନୁ ଖଚିତ ସ୍ଵର୍ଣ୍ଣାଳଙ୍କାର କରି ପ୍ରଥମେ ରଥଉପରେ ମହାପ୍ରଭୁମାନଙ୍କୁ ଏହି ସୁନାବେଶ କରାଇଥିଲେ । ଅଦ୍ୟାବଧୂ ଏହି ପରମ୍ପରାଅନୁଯାୟୀ ରଥ ଉପରେ ଠାକୁରମାନଙ୍କ ସୁନାବେଶ ଅନୁଷ୍ଠିତ ହୋଇ ଆସୁଅଛି । ବଡ଼ତଢ଼ାଉଙ୍କ ଅଳିକୁ ସମ୍ମାନ ଦେଇ ସେହିଦିନ ଠାରୁ ଏହି ସୁନାଦେଶ ‘ବଡ଼ ତଢ଼ାର

ପ୍ରତିବର୍ଷ ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ମଧ୍ୟାହ୍ନ ଧୂପ ଶେଷ ହେବାପରେ ରଥଉପରେ ଚତୁର୍ଦ୍ଧାମୂର୍ତିଙ୍କର ସୁନାବେଶ ଅନୁଷ୍ଠିତ ହୋଇଥାଏ । ଏହି ସୁନାବେଶସାମଗ୍ରୀଭଣ୍ଡାର ଘରୁ ପାଳିଆ ମେକାପ, ଖୁଣ୍ଟିଆ ସେବକ, ମାଜିଷ୍ଟ୍ରେଟ୍, ପୋଲିସ୍ ଫୋର୍ସ,ମନ୍ଦିର ଅଧିକାରୀ ତଥା ଗାରଦ କର୍ମଚାରୀମାନଙ୍କ ସହାୟତାରେ ତିନି ରଥ ଉପରକୁଆସିଥାଏ । ପାଳିଆ ପୁଷ୍ପାଳକ, ଦଇତାପତି, ଖୁଣ୍ଟିଆ ମେକାପ, ତଳୁଚ୍ଛ, ଭିତରଚ୍ଛପ୍ରଭୃତି ସେବକମାନେ ଉପସ୍ଥିତ ରହି ଶ୍ରୀବିଗ୍ରହମାନଙ୍କର ସୁନାବେଶ କରିଥାନ୍ତି । ସମ୍ପ୍ରତିନିମ୍ନଲିଖୁତ ସ୍ୱର୍ଣ୍ଣ ଅଳଙ୍କାର ଏହି ବେଶରେ ଲାଗି ହୋଇଥାଏ ।

ଶ୍ରୀବଳଭଦ୍ର :ଶ୍ରୀପୟର, ଶ୍ରୀଭୁଜ, କିରୀଟ, ଓଡ଼ିଆଣି, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ଘାଗଡ଼ାମାଳି, କଦମ୍ବମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବା କଣ୍ଠି, ହଳ ଓ ମୂଷଳ (ଆୟୁଧ),ବାହାଡ଼ା ମାଳି, ବାଘନଖ ମାଳି, ସେବତି ମାଳି, ତ୍ରିଖଣ୍ଡିକା କମରପଟି ।

ଦେବୀ ସୁଭଦ୍ରା :କିରୀଟ, ଓଡ଼ିଆଣି, କାନ, ଚନ୍ଦ୍ର ସୂର୍ଯ୍ୟ, ଘାଗଡ଼ା ମାଳି, କଦମ୍ବ ମାଳି, ତଗଡ଼ି୨ଟି, ସେବତି ମାଳି ।

ଶ୍ରୀଜଗନ୍ନାଥ :କିରୀଟ, ଶ୍ରୀଭୁଜ, ଶ୍ରୀପୟର ଓଡ଼ିଆଣି, ଚନ୍ଦ୍ର ସୂର୍ଯ୍ୟ, ଆଡ଼କାନି, ଘାଗଡ଼ାମାଳି, କଦମ୍ବ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ସ୍ଵର୍ଣ୍ଣ ଚକ୍ର ଓ ରୌପ୍ୟଶଙ୍ଖ (ଆୟୁଧ), ହରିଡ଼ା, କଦମ୍ବ ମାଳି, ବାହାଡ଼ା ମାଳି, ତାବିଜ ମାଳି, ସେବତିମାଳି, ତ୍ରିଖଣ୍ଡିକା କମରପଟି ।ସୁନାବେଶ ଥାଇ ଠାକୁରମାନଙ୍କର ଉକ୍ତ ଦିନ ରାତ୍ରରେ ସନ୍ଧ୍ୟା ଆଳତି, ସନ୍ଧ୍ୟାଧୂପ ନୀତି ହୋଇଥାଏ । ଶ୍ରୀବିଗ୍ରହମାନଙ୍କର ଏହି ଆକର୍ଷଣୀୟ ବେଶ ଦର୍ଶନ କରିବାନିମନ୍ତେ ଲକ୍ଷାଧ୍ଵକ ଭକ୍ତଙ୍କର ସିଂହଦ୍ଵାର ଠାରେ ସମାବେଶ ହୋଇଥାଏ । ପୋଲିସ୍ପ୍ରଶାସନ ତରଫରୁ ଏହି ଦର୍ଶନ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥାଏ । ଏହିପବିତ୍ର ସୁନାବେଶ ଦର୍ଶନ ପାଇଁ ଶ୍ରୀମନ୍ଦିରର ସିଂହଦ୍ଵାର ସମ୍ମୁଖରେ ଲକ୍ଷ ଲକ୍ଷ ଭକ୍ତଙ୍କସମାଗମ ହୋଇଥାଏ । ସନ୍ଧ୍ୟା ପରଠାରୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଠାକୁରମାନଙ୍କସୁନାବେଶ ଭକ୍ତମାନଙ୍କୁ ଅପାର ଆନନ୍ଦ ଦେଇଥାଏ ।

---------------

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande