ବାହୁଡ଼ାଯାତ୍ରାରେ ଦଳାଚକଟାରେ ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ
ପୁରୀ, ୨୫ ଜୁଲାଇ (ହି.ସ.)- ବାହୁଡ଼ାଯାତ୍ରା ବେଳେ ବଡ଼ବାଣ୍ଡ ସ୍ଥିତ ବଗଲା ଧର୍ମଶାଳା ସମ୍ମୁଖରେ ବଳାଚକଟାରେ ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି । ମୃତ ଶୁଦ୍ଧାଳୁ ହେଲେ କଟକ ଜିଲ୍ଲାର ଅଭିରାମ ଦାସ (୫୭) । ୧୩୦ରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୦ରୁ ଅଧିକ ଶ୍ରଦ୍ଧାଳୁଙ୍କ
ବାହୁଡ଼ାଯାତ୍ରାରେ ଦଳାଚକଟାରେ ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ


ପୁରୀ, ୨୫ ଜୁଲାଇ (ହି.ସ.)- ବାହୁଡ଼ାଯାତ୍ରା ବେଳେ ବଡ଼ବାଣ୍ଡ ସ୍ଥିତ ବଗଲା ଧର୍ମଶାଳା ସମ୍ମୁଖରେ ବଳାଚକଟାରେ ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି । ମୃତ ଶୁଦ୍ଧାଳୁ ହେଲେ କଟକ ଜିଲ୍ଲାର ଅଭିରାମ ଦାସ (୫୭) । ୧୩୦ରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୦ରୁ ଅଧିକ ଶ୍ରଦ୍ଧାଳୁଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନେ ଚିକିତ୍ସାଧୀନ ଅଛନ୍ତି। ଅନ୍ୟମାନେ ଚିକିତ୍ସା ପରେ ଚିକିତ୍ସାଳୟରୁ ଫେରିଯାଇଥିବା ଜଣାପଡ଼ିଛି।

ଶୁକ୍ରବାର ସନ୍ଧ୍ୟା ସମୟ । ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ଵଜ ରଥ ଆଗେ ଆଗେ ଯାଇଥିଲା। ପଛରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ପୁଲିସ ଓ ଶ୍ରଦ୍ଧାଳୁ ଟାଣି

ନେଇଥିଲେ। ବଗଲା ଧର୍ମଶାଳା ସମ୍ମୁଖରେ ବର୍ପଦଳନ ରଥ ପହଞ୍ଚିଲା ବେଳକୁ ବଡ଼ଦାଣ୍ଡରେ ଅଇଁଠା ଖଲି ପଡ଼ିଥିଲା । ଶୁଦ୍ଧାଳୁମାନେ ଅଇଁଠାଖଲିକୁ ପାଦରେ ମାଡ଼ିବାକୁ ଚାହିଁ ନ ଥିଲେ।ସେମାନେ ଅଇଁଠା ଜାଗାକୁ ନଯାଇ ବଡ଼ଦାଣ୍ଡ ମଝିଆଡକୁ ଆସିବା ଲାଗି ଉଦ୍ୟମ କରିଥିଲେ ।ପଛରୁ ବର୍ପଦଳନ ରଥ ମାଡ଼ି ଆସିଥିଲା। ଏହି ସମୟରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ଅଭିରାମ ତଳେ ପଡି ଯାଇଥିଲେ। ତାଙ୍କ ଉପରେ ଶତାଧିକ ଶ୍ରଦ୍ଧାଳୁ ଚଢି ଯାଇଥିଲେ। ଅଭିରାମଙ୍କୁ ତଳୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ଲାଗି ଶବ ସଂରକ୍ଷଣ ଗୃହରେ ରଖିଛି l ୧୩୦ରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି |

ସୂଚନାଯୋଗ୍ୟ, ମହାପ୍ରଭୁଙ୍କ ପବିତ୍ର ଶ୍ରୀଗୁଣ୍ଡିଚା ରଥଯାତ୍ରାରେ ମରିଚିକୋଟ ଛକଠାରେ ଦଳା ଚକଟାରେ କଟକର ଅନିଲଦାସ ଓ ମହାରାଷ୍ଟ୍ରର ଅଶୋକ ରାଉଳଙ୍କ ମୃତ୍ୟୁ ହୋଇଥିଲା। ପ୍ରଥମେ ଦଳାଚକଟାକୁ ପ୍ରଶାସନ ଗ୍ରହଣ କରୁନଥିବା ବେଳେ ପରବର୍ତୀ ସମୟରେ ସରକାରଙ୍କ ପକ୍ଷରୁ ଉଭୟ ମୃତକଙ୍କ ପରିବାର ମୁଖ୍ୟମନ୍ତ୍ରୀ ରିଲିଫ ପକ୍ଷରୁ ୧୦ ଲକ୍ଷ ଲେଖାଏଁ ସହାୟତା ରାଶି ଦେବାପାଇଁ ଘୋଷଣା କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande