
ଭୁବନେଶ୍ୱର, 25 ଜୁଲାଇ (ହି.ସ.)- ସନ୍ଥ ଶିରୋମଣି ଶ୍ରୀଗୁରୁ ରବିଦାସ ମହାରାଜଙ୍କ
ଜୟନ୍ତୀରେ ବିଜେପି ପକ୍ଷରୁ ଆୟୋଜିତ ସମରସତା ସଙ୍କଳ୍ପ ଅଭିଯାନରେ ସାମିଲ ହେବାକୁ ଅପିଲ କରିଛନ୍ତି
ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି
ଯେ, ସନ୍ଥ ଶିରୋମଣି ଶ୍ରୀଗୁରୁ ରବିଦାସ ମହାରାଜଙ୍କ ୬୫୦ତମ ଜୟନ୍ତୀ ଅବସରରେ ଭାରତୀୟ ଜନତା
ପାର୍ଟି ପକ୍ଷରୁ ଆସନ୍ତା ୨୯ ଜୁଲାଇ (ଗୁରୁ ପୂର୍ଣ୍ଣିମା) ଠାରୁ ୨୦ ଫେବୃଆରୀ (ଜନ୍ମ ଜୟନ୍ତୀ)
ପର୍ଯ୍ୟନ୍ତ ସମଗ୍ର ଦେଶରେ ସମରସତା ସଙ୍କଳ୍ପ ଅଭିଯାନ ପାଳନ କରାଯିବ।
ମନ୍ତ୍ରୀ କହିଛନ୍ତି ଯେ, ସମାଜରେ ସାମାଜିକ ସମରସତା, ସମାନତା, ଭ୍ରାତୃତ୍ୱ ଓ
ସେବାର ଭାବନାକୁ ସୁଦୃଢ଼ କରିବା ସହ ସନ୍ଥ ଶ୍ରୀଗୁରୁ ରବିଦାସ ମହାରାଜଙ୍କ ଆଦର୍ଶ ଓ ବାଣୀକୁ ଘରେ
ଘରେ ପହଞ୍ଚାଇବା ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ। ଆସନ୍ତୁ, ଆମେ ସମସ୍ତେ ଏହି ପବିତ୍ର ଅଭିଯାନରେ ସାମିଲ ହୋଇ
ସଶକ୍ତ ଭାରତ ଗଠନର ସଙ୍କଳ୍ପ ନେବା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା